ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍‌ଆର୍‌ସି:୧୭ ସୁଦ୍ଧା ରିପୋର୍ଟ ଦେବାକୁ ୯ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ)- ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ୯ ଜିଲାର ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ରିପୋର୍ଟ ମାଗିଛନ୍ତି। ଆସନ୍ତା ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାବେଳେ ଉପରୋକ୍ତ ୯ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଓ ବନ୍ୟାରେ ଚାଷଜନିତ କ୍ଷୟକ୍ଷତି ସହିତ ଜାତୀୟ ସମ୍ପତ୍ତି ନଷ୍ଟ ହୋଇଛି। ଘର, ଚାଷ ଜମି, ମାଛଚାଷ, ପଶୁପାଳନ, ଡଙ୍ଗା, ଜାଲ, ମାଛଚାଷ ପୋଖରୀ, ଫସଲହାନି, ହସ୍ତତନ୍ତ ଶିଳ୍ପଜନିତ କ୍ଷତିର ରିପୋର୍ଟ ଏସ୍‌ଆର୍‌ସି ମାଗିଛନ୍ତି। ସେହିପରି ଜାତୀୟ ସମ୍ପତ୍ତି ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଘର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତା, ପୋଲ, କଲଭର୍ଟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଜଳସେଚନ ବ୍ୟବସ୍ଥା, ପଞ୍ଚାୟତ ଘର, ଅଙ୍ଗନଓ୍ବାଡ଼ି ଘର, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, କମ୍ୟୁନିଟି ହଲ, ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ଷ୍ଟେଶନରେ କ’ଣ କ୍ଷତି ହୋଇଛି ଏସ୍‌ଆର୍‌ସି ଜାଣିବାକୁ ଚାହିଁଛନ୍ତି। କ୍ଷୟକ୍ଷତି ହୋଇଥିବା ସ୍ଥାନର ଆବଶ୍ୟକ ଫଟୋ ପ୍ରମାଣପତ୍ର ସହ ରିପୋର୍ଟ ଦେବାକୁ ପଡ଼ିବ। କ୍ଷତିଗ୍ରସ୍ତ ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ଦିଆଯିବ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

ଏବେ ପାକିସ୍ତାନ ରାଜନୀତିରେ ‘ଅସରପା’ଙ୍କ ଏଣ୍ଟ୍ରି! ଆରମ୍ଭ ହେଲା ‘କକ୍ରୋଚ ଆୱାମୀ ପାର୍ଟି’

ଇସଲାମବାଦ,୨୨।୫: ଭାରତର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା “କକ୍ରୋଚ ଜନତା ପାର୍ଟି” (CJP) ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନରେ ପହଞ୍ଚିଛି। ଭାରତରେ ଆରମ୍ଭ ହୋଇଥିବା ଏହି…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri