ବନ୍ଦ ହୋଇପାରେ ୪୦% ଟ୍ରାଭେଲ-ଟୁରିଜମ୍‌ ସଂସ୍ଥା

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପର୍ଯ୍ୟାୟ ପରେ ପର୍ଯ୍ୟାୟ ଲକ୍‌ଡାଉନ ବୃଦ୍ଧି କରୁଛନ୍ତି। କୋଭିଡ୍‌-୧୯ ଦେଶର ସବୁ ଶ୍ରେଣୀ ଓ କ୍ଷେତ୍ରକୁ ପ୍ରଭାବିତ କରିଛି। ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଏହାଦ୍ୱାରା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ବଜାର ଉପରେ ରହିଥିବା ନକାରାତ୍ମକ ପ୍ରଭାବକୁ କମ୍‌ କରିବା ଲାଗି ସରକାର ମଧ୍ୟ ବିଭିନ୍ନ ବର୍ଗ ପାଇଁ କଟକଣା କୋହଳ କରୁଛନ୍ତି। ଲକ୍‌ଡାଉନ-୪ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ର ପାଇଁ କିଛି ସୁବିଧା ଓ କୋହଳ ନୀତି ଅବଲମ୍ବନ କରିଥିଲେ ମଧ୍ୟ ଟ୍ରାଭେଲ ଆଣ୍ଡ ଟୁରିଜମ୍‌ କ୍ଷେତ୍ର ପାଇଁ ସେପରି କିଛି ବ୍ୟବସ୍ଥା କରିନାହାନ୍ତି। କରୋନା ପ୍ରଭାବ ଯୋଗୁ ୪୦% ଟ୍ରାଭେଲ ଆଣ୍ଡ ଟୁରିଜମ୍‌ ସଂସ୍ଥା ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ସୋମବାର ଆସିଥିବା ରିର୍ପୋଟରେ ଏହା ପ୍ରକାଶ ପାଇଛି। ଦେଶରେ ଯଦି ଲକ୍‌ଡାଉନ ପରିସ୍ଥିତିରେ ସୁଧାର ନ ଆସେ ତା’ହେଲେ ଆସନ୍ତା ୩ରୁ ୬ମାସ ମଧ୍ୟରେ ୪୦% ଟ୍ରାଭେଲ ଆଣ୍ଡ ଟୁରିଜିମ୍‌ ସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ସେହିଭଳି ଏହି ସମୟରେ ପ୍ରାୟ ୩୬% ଏଭଳି ସଂସ୍ଥା ଆଂଶିକ ବନ୍ଦ ହୋଇ ରହିବ ବୋଲି ବୋଟ୍ଟ୍‌ ଟ୍ରାଭେଲ ସେଣ୍ଟିମେଣ୍ଟ ଟ୍ରାକର ପକ୍ଷରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ବୋଟ୍ଟ୍‌ ବର୍ତ୍ତମାନ ଏହାର ୭ଟି ଅନ୍ୟ ସହଯୋଗୀ ସଂସ୍ଥା ଯଥା- ଆଇଟିଓ, ଟିଏଏଆଇ,ଆଇସିପିବି,ଏଡିଟିଓଆଇ,ଓଟିଓଏଆଇ,ଏଟିଓଏଆଇ ଏବଂ ସିଆଇଟିଇ ସହ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?