ଛତ୍ରପୁର,୧୮ା୯(ଡି.ଏନ.ଏ.)-ଛତ୍ରପୁର କଲେଜ ଓ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ଏହା ପୋଲିସ, ପ୍ରଶାସନ ଓ ଆରଟିଓ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ା ଏଠାରେ ଫ୍ଲାଏଓଭର, ଅଣ୍ଡରପାସ୍ କିମ୍ବା ଭେଇକିଲ ଅଣ୍ଡର ପାସ୍ (ଭିୟୁପି) ନିର୍ମାଣ କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି ା ମାତ୍ର ଏନ୍ଏଚଏଆଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏବେ ଛତ୍ରପୁର କଲେଜ ଓ ଡିଆରଡିଏ ଛକରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନୂଆ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନ୍ଏଚଏଆଇ କର୍ତ୍ତୃପକ୍ଷ ଏକ ଫ୍ଲାଏଓଭର କିମ୍ବା ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଡିଆର୍ଡିଏ ଓ କଲେଜ ଛକର ଅନୁଧ୍ୟାନ କରିଛନ୍ତି। କଲେଜ ଓ ଡିଆରଡିଏ ଛକ ମଝିରେ ଥିବା ନୂଆବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଫିଜିବିଲଟି ରହିଥିବା ଜଣାପଡିଛି ା ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ଜିଲାପାଳଙ୍କ ପକ୍ଷରୁ ଏକ ପତ୍ର ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଏହା ନିର୍ମାଣ ସହ ଜାତୀୟ ରାଜପଥର ୨ ପାର୍ଶ୍ୱରେ ୭.୫ ମିଟର ଚଉଡାର ସର୍ଭିସ ରୋଡ୍ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି ା ଏହା ହେଲେ ଡିଆରଡିଏ ଓ କଲେଜ ଛକ ବନ୍ଦ କରି ଦିଆଯିବ। ନୂଆବସଷ୍ଟାଣ୍ଡ ସମ୍ମୁଖ ସର୍ଭିସ ରୋଡ୍ରୁ ଭେଇକିଲ ଅଣ୍ଡର ପାସ ଦେଇ ଜାତୀୟ ରାଜପଥର ଅପରପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ସର୍ଭିସ ରୋଡ୍କୁ ଯାତାୟାତ କରିହେବ। ଫଳରେ ଜାତୀୟ ରାଜପଥ ପାର୍ ପାଇଁ ଆଉ ଉଭୟ କଲେଜ ଓ ଡିଆରଡିଏ ଛକର ଆବଶ୍ୟକ ପଡିବନି । ସୂଚନାଯୋଗ୍ୟ, ତକତ୍ାଳନୀ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପକ୍ଷରୁ ଡିଆରଡିଏ ଓ କଲେଜ ଛକରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଡିପିଆରରେ ରଖିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ମାତ୍ର ଫ୍ଲାଏଓଭର କିମ୍ବା ଭିୟୁପି ନିର୍ମାଣ ପାଇଁ ଏନଏଚଏଆଇର ଡିପିଆରରେ କୌଣସି ପ୍ରସ୍ତାବ ନଥିଲା ା ଏ ନେଇ ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା ା ଛତ୍ରପୁର ବାଇପାସ୍ ଜାତୀୟ ରାଜପଥରେ ଭେଇକିଲ୍ ଅଣ୍ଡରପାସ୍ ନିର୍ମାଣ କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁଲାଇ ୧୯ରେ ଏନଏଚଏଆଇ ବିଶାଖାପାଟଣା ଡିଭିଜନର ପିଡିଙ୍କୁ ଚିଠି ଲେଖିଥିଲେ ା
ବନ୍ଦ ହେବ କଲେଜ, ଡିଆରଡିଏ ଛକ: ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଭେଇକିଲ୍ ଅଣ୍ଡରପାସ୍
Posted inଆମ ଜିଲା ଖବର, ଗଞ୍ଜାମ View All

ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଡେପୁଟୀ କଲେକ୍ଟର ଗିରଫ
ଲଖନପୁର,୨୯।୯(ଡି.ଏନ.ଏ): ସ୍ତ୍ରୀଙ୍କୂୁ ନିର୍ଯାତନା ଦେବା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ କୁମାର ବାଗଙ୍କୁ ଝାରସୁଗୁଡା ଟାଉନ ଥାନା ପୋଲିସ ଗିରଫ କରିଛି। ଏହାପରେ ତାଙ୍କ...

କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍
ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍ରୁ ଇଭିଏମ୍ ଅଣାଯାଇ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ...

୨ ଗୋରୁ ବୋଝେଇ କଣ୍ଟେନର ଅଟକ: ୮ ଗିରଫ
ରେମୁଣା,୧୨ା୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ୍ଗେଟ୍ ଦେଇ ୭ ଗୋରୁବୋଝେଇ କଣ୍ଟେନର ଯାଉଥିବା ବେଳେ ଆର୍ଏସ୍ଏସ୍ର କେତେଜଣ ଯୁବକ ତାଙ୍କୁ ପିଛା...

ଫେରାର ଅଭିଯୁକ୍ତ ଗିରଫ
ଦାରିଙ୍ଗବାଡ଼ି,୧୪।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୨୦୦୩ ମସିହାରୁ ଏକ ଚୋରି ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଦାରିଙ୍ଗବାଡ଼ି ପୋଲିସ ଶୁକ୍ରବାର ଗିରଫ...

କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ
ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍ଏମ୍ କଲେଜ ପରିସରରେ...

କୋଭିଡ୍ କେୟାର ସେଣ୍ଟର ଉଦ୍ଘାଟିତ
ଜୟପୁର, ୧୮ା୫ (ନି.ପ୍ର.): କୋରାପୁଟ ମହିଳା ମହାବିଦ୍ୟାଳୟରେ କୋଭିଡ୍ କେୟାର ସେଣ୍ଟର ସୋମବାର ଉଦ୍ଘାଟିତ ହୋଇଯାଇଛି। ୨ଶହ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଜିଲାପାଳ ମଧୁସୂଦନ...

ଚାଷଜମିରେ ମାଡ଼ିଲା ବିଷାକ୍ତ ତରଳ ପଦାର୍ଥ
ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଠେଲକୋଲିସ୍ଥିତ ଜେଏସ୍ଡବ୍ଲ୍ୟୁ (ଭୁଷଣ) କମ୍ପାନୀରେ ଗୁରୁବାର ରାତିରେ ଅଘଟଣ ଘଟିଛି। ବାଉଣ୍ଡରି କାନ୍ଥ ଭୁଶୁଡି କାରଖାନାର ସ୍ଲରିପଣ୍ଡରୁ ବିଷାକ୍ତ ଲୌହମିଶ୍ରିତ...

ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ବରଗଡ଼ ଅଫିସ୍,୬।୧୦: ସମଲେଶ୍ୱରୀ ଦେବୀଙ୍କୁ ଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବୁଧବାର ବରଗଡ଼ ଜିଲା ଗସ୍ତ...