Advertisement

ବନ୍ଦ ହେବନି ଗରିବ ରଥ

ନୂଆଦିଲ୍ଲୀ,୨୦-୭: ଗରିବ ରଥ ପୂର୍ବ ପରି ଚାଲିବ। ଏଥିରେ ଭଡ଼ା ବୃଦ୍ଧି କରାଯିବ ନାହିଁ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସ୍ପଷ୍ଟୀକରଣ ଦିଆଯାଇଛି। କମ୍‌ ଅର୍ଥରେ ଏସି ଟ୍ରେନରେ ଯାତ୍ରା କରିବାର ସୁବିଧା ଯୋଗାଉଥିବା ଗରିବ ରଥ ପ୍ରଚଳନକୁ ରେଲଓ୍ବେ ବନ୍ଦ କରିଦେବେ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା। ଉତ୍ତରାଞ୍ଚଳ ରେଲଓ୍ବେ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, କୋଚ୍‌ ଅଭାବ କାରଣରୁ ଦୁଇ ଯୋଡା ସାପ୍ତାହିକ ଗରିବ ରଥ ସେବାକୁ ଅସ୍ଥାୟୀ ଭାବେ ଏକ୍ସପ୍ରେସ ସେବା ଭାବେ ପ୍ରଚଳନ କରାଯାଇଥିଲା। ରେଲ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ଟ୍ରେନ ନଂ ୧୨୨୦୭/୦୮ କାଠଗୋଦାମ-ଜମ୍ମୁ ତଓ୍ବି ଏବଂ ଟ୍ରେନ ନଂ ୧୨୨୦୯/୧୦ କାଠଗୋଦାମ-କାନପୁର ମଧ୍ୟରେ ବନ୍ଦ କରାଯାଇଥିବା ଦୁଇଟି ଗରିବ ରଥକୁ ପୁନର୍ବାର ଅଗଷ୍ଟ ୪ରୁ ଆରମ୍ଭ କରାଯିବ। ଦେଶରେ ଏବେ ୨୬ ଯୋଡା ଗରିବ ରଥକୁ ବନ୍ଦ କରିଦେବା ଲାଗି ରେଲଓ୍ବେର କୌଣସି ଯୋଜନା ନାହିଁ। ସୂଚନାଥାଉ କି, ଏହି ଦୁଇଟି ରୁଟ୍‌ରେ ଗରିବ ରଥକୁ ବନ୍ଦ କରାଯାଇ ତାହା ସ୍ଥାନରେ ମେଲ୍‌ ଏକ୍ସପ୍ରେସ ପ୍ରଚଳନ କରାଯାଇଥିଲା। ଏହାର ଗଠନରେ ପରିବର୍ତ୍ତନ କରାଯାଇ ଏଥିରେ ସ୍ଲିପର ଓ ସାଧାରଣ ବଗି ଯୋଡା ଯାଇଥିଲା। ଏଥିସହ ଏହି ଦୁଇ ଯୋଡା ଟ୍ରେନର ଭଡା ମଧ୍ୟ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ପୋର୍ଟରେ ଅତ୍ୟାଧୁନିକ ଟର୍ମିନାଲ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୨୯-୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଂଶବିଶେଷ ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ପାରାଦୀପ ବନ୍ଦରରେ ଅତ୍ୟାଧୁନିକ ଲୁହାପଥର ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ବାର୍ଷିକ ୧୮ ନିୟୁତ ଟନ୍‌ କ୍ଷମତା...

ଶୀଘ୍ର ହୋଇପାରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ଓ୍ବାଶିଂଟନ,୫-୧: ଭାରତ ଏବଂ ଆମେରିକା ଶୀଘ୍ର ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର କରିପାରନ୍ତି। ଦୁଇ ଦେଶ ଏହି ଚୁକ୍ତିରେ ସାମିଲ ହେବା ନେଇ ନିକଟତର ହୋଇଛନ୍ତି। ଚୁକ୍ତି...

ଧିମେଇଲା ଭାରତର ‘ଆନିମଲ ସ୍ପିରିଟ୍‌’

  ନୂଆଦିଲ୍ଲୀ,୨୫।୪: କୌଣସି ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ ଆରମ୍ଭ ଲାଗି ନିବେଶକଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ ଅନେକ ଗୁରୁତ୍ୱ ବହନକରେ। କିଛି ମାସର ବଜାର ସ୍ଥିତିକୁ...

ଭିକେସିର‘ଶପ୍‌ ଲୋକାଲ୍‌’ ଅଭିଯାନ

ନୂଆଦିଲ୍ଲୀ,୨୨ ।୩ ଦେଶର ଅଗ୍ରଣୀ ପିୟୁ ଫୁଟ୍‌ଓ୍ବେର୍‌ କମ୍ପାନୀ ଭିକେସି ପ୍ରାଇଡ୍‌ ପକ୍ଷରୁ ‘ଶପ୍‌ ଲୋକାଲ୍‌’ ନାମରେ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ବର୍ତ୍ତମାନ...

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେବନି

ନୂଆଦିଲ୍ଲୀ,୧୧-୧୨: ୨୦୦୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର ନେଇ ରହିଥିବା ଖବରକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହାକୁ ନେଇ ଚିନ୍ତା...

‘କ୍ରିପ୍ଟୋ’ର ବର୍ଗୀକରଣ କରିବେ ସରକାର

ନୂଆଦିଲ୍ଲୀ,୨୧।୩: ଜିଏସ୍‌ଟି ଆଇନ ଅନୁସାରେ ‘କ୍ରିପ୍ଟୋକରେନ୍ସି’ର ଶ୍ରେଣୀବିଭାଗ କରି ଏହାର କାରବାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ...

‘ବୀର୍‌’ ସ୍କିମ୍‌ ଆରମ୍ଭ କଲା ବଜାଜ ଆଲିଆଞ୍ଜ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ପକ୍ଷରୁ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ସେନା ବାହିନୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ...

ମିଶିଯିବେ ସାଧାରଣ ବୀମା କମ୍ପାନୀ

ନୂଆଦିଲ୍ଲୀ,୨୪।୬: କେନ୍ଦ୍ର ସରକାର ସାଧାରଣ ବୀମା କମ୍ପାନୀଙ୍କୁ ମିଶାଇ ଦେବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ବିଚାରବିମର୍ଶ ଚାଲିଛି। ସରକାର ଏ ଦିଗରେ ବିଭିନ୍ନ ବିକଳ୍ପ...

Advertisement
Archives

Model This Week