ବନ୍ଦ ମଦ ଦୋକାନ ଖୋଲି ରାଜସ୍ବ ବଢ଼ାଅ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ବନ୍ଦ ହୋଇପଡ଼ିଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନ ପୁନଃକାର୍ଯ୍ୟକ୍ଷମ କରି ରାଜସ୍ବ ବଢ଼ାଅ। ଭୁବନେଶ୍ୱରରେ ଅବକାରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମଦମୃତ୍ୟୁ ରୋକିବା ପାଇଁ ଅବକାରୀ ଧରପଗଡ଼କୁ ଜୋର୍‌ଦାର କରିବା ସହ ମଦ ଦୋକାନ ପରିଦର୍ଶନ କରି ଅଣଶୁଳ୍କ, ବିଷାକ୍ତ, ବେଆଇନ୍‌, ଚୋରା ମଦ ବିକ୍ରି ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମଲ୍ଟି ଡିସ୍‌ପ୍ଲିନାରୀ ସ୍କ୍ବାଡ଼ ଓ ଅଧିକାରୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ମଧ୍ୟ କହିଛନ୍ତି। ବିଭାଗୀୟ ଶାସନ ସଚିବ ସୁଶୀଲ କୁମାର ଲୋହାନି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ବିଭାଗରେ ସ୍ବଚ୍ଛତା ଓ ରାଜସ୍ବ ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଅବକାରୀ ଆୟୁକ୍ତ ଅଞ୍ଜନ କୁମାର ମାଣିକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଓ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବୈଠକରେ ଅତିରିକ୍ତ ଶାସନ ସଚିବ ଡ. ତ୍ରିବିକ୍ରମ ପ୍ରଧାନ, ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଯୁଗ୍ମ ଶାସନ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଅବକାରୀ ଉପାୟୁକ୍ତଙ୍କ ସହ ସମସ୍ତ ଅବକାରୀ ଅଧିକ୍ଷକ ଓ ଅବକାରୀ ଗୋଇନ୍ଦା ବିଭାଗର ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ଘୋଷଯାତ୍ରା: ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ, ୪ା୭:ଶ୍ରୀମନ୍ଦିର ଇତିହାସରେ ନୂଆଫର୍ଦ୍ଦ ଯୋଡ଼ିିଥିବା ୨୦୨୦ ରଥଯାତ୍ରା ଶନିବାର ନୀଳାଦ୍ରିବିଜେରେ ପରିସମାପ୍ତି ଘଟିଛି। ବଡ଼ଦାଣ୍ଡ ଓ ଜନ୍ମବେଦିରେ ଲୀଳାଖେଳା ସାରି ରତ୍ନସିଂହାସନକୁ ବିଜେ...

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌...

ଆନ୍ଦୋଳନ ଚେତାବନୀ ଦେଲା ଭାଜପା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ମଙ୍ଗଳବାର ଅଭିଯୋଗ ଦାଖଲର ଶେଷଦିନ ଧାର୍ଯ୍ୟ କରାଯାଇଛି ା ଅଯୋଗ୍ୟଙ୍କୁ...

ଜେରିଆଟିକ୍‌ ଓ୍ବାର୍ଡ ପାଲଟିଲା କରୋନା ଓ୍ବାର୍ଡ

ଅନୁଗୋଳ ଅଫିସ୍‌, ୧୭।୩ କରୋନା ମୁକାବିଲା ପାଇଁ ଅନୁଗୋଳ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ଜେରିଆଟିକ୍‌...

ଆଇଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୧୯୮୯ ବ୍ୟାଚ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ହେଲେ ଗ୍ରାମ୍ୟ...

ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରା ଛୁଟି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର। ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ...

ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଚାଲିବା ଘଟଣା: ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଗୋଟିଏ ନମ୍ବରରେ ଏକାଧିକ ଗାଡି ଚାଲିବା ଘଟଣାରେ ଲିଙ୍ଗରାଜ ଥାନାରେ ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଟ୍ରାଫିକ ଥାନାର ଅଧିକାରୀ ସୁରେନ୍ଦ୍ର...

ଟୋକନ୍‌ ସମସ୍ୟା, ଚାଷୀ ହନ୍ତସନ୍ତ

ସୋନପୁର,୧୨।୨(ନି.ପ୍ର.) – ଅନଲାଇନ ଟୋକନ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲାରେ ଧାନ ସଂଗ୍ରହ କ୍ଷେତ୍ରରେ ଚରମ ବିଶୃଙ୍ଖଳା ସୃଷ୍ଟି ହୋଇଛି। ନଭେମ୍ବର...

Advertisement
Archives

Model This Week