Posted inରାଜ୍ୟ

ବନ୍ଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର, ୮।୧(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନୀତିର ପ୍ରତିବାଦ କରିବା ସହ ୧୨ ଦଫା ଦାବି ନେଇ ୧୦ ଟ୍ରେଡ୍‌ ୟୁନିୟନ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ବନ୍ଦକୁ ସମର୍ଥନ କରିଛି କଂଗ୍ରେସ ଓ ଅନ୍ୟ କେତେକ ସଂଗଠନ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ପାରାଦୀପ, କୋରାପୁଟ, ବାଲେଶ୍ୱର ଓ ଜଗତ୍‌ସିଂହପୁର ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢାଇ ଦିଆଯାଇଛି। ବନ୍ଦ ସମୟରେ ଯେପରି କୌଣସି ସ୍ଥାନରେ ହିଂସା ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଲ’ ଆଣ୍ଡ୍‌ ଅର୍ଡର ଦାୟିତ୍ୱରେ ଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟର ପ୍ରମୁଖ ସହରଗୁଡିକକୁ ଆବଶ୍ୟକତା ଅନୁଯାୟୀ ପୋଲିସ ଫୋର୍ସ ପଠାଯାଇଛି। କେଉଁ ସ୍ଥାନରେ ସେମାନଙ୍କୁ ମୁତୟନ କରାଯିବ ଓ କେଉଁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ତାହା ଏସ୍‌ପିମାନେ ସ୍ଥିର କରିବେ। ବନ୍ଦ ପାଳନ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ପୂରା ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛି। କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଯେଉଁମାନେ ହିଂସା ଘଟାଇବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ରେଲ୍‌ଓ୍ବେ, ସରକାରୀ ବସ୍‌, ସରକାରୀ ଅଫିସ୍‌ ଆଦିରେ ସୁରକ୍ଷା ବ୍ୟବସ୍ଥା ହୋଇଛି। ସରକାରୀ ଅଫିସ ଆଗରେ ପୋଲିସ ମୁତୟନ ରହିବେ। ଆମେ ଆଶା କରୁଛୁ ଆନ୍ଦୋଳନ ଶାନ୍ତିପୂର୍ଣ୍ଣଭାବେ ଶେଷ ହେବ ବୋଲି ଏଡିଜି ପ୍ରିୟଦର୍ଶୀ କହିଛନ୍ତି।
ଅନ୍ୟପକ୍ଷରେ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍‌ଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ଓ ଟ୍ରେଡ୍‌ ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିବ। କୌଣସି ପ୍ରକାର ହିଂସା ନ ଘଟାଇବା ପାଇଁ ସମସ୍ତ କର୍ମୀଙ୍କୁ କୁହାଯାଇଛି। ଏଥିରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ସହ ରହିବାକୁ ୩ ସରପଞ୍ଚ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ, ୨୧ରେ ଶୁଣାଣି

ପଟ୍ଟାଙ୍ଗୀ,୧୮ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୌଣସି ସମାଧାନର ବାଟ...

ଆଜି ଦଶମୂଳ ଲାଗି ହେବେ ଦାରୁଦିଅଁ

ପୁରୀ ଅଫିସ,୧୭ା୬: ଅଣସରରେ ଥିବା ମହାପ୍ରଭୁ ବୁଧବାର ଦଶମୂଳ ଲାଗି ହେବେ। ଜ୍ୱରରେ ପୀଡ଼ିତ ଦାରୁଦିଅଁ ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ଏଥିଲାଗି ମଙ୍ଗଳବାର...

ମେ’ ୨୩ରେ ଓସିଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପ୍ରିଲିମ୍‌ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆସନ୍ତା ମେ’ ୨୩ରେ ବାଲେଶ୍ୱର,...

କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର...

‘ଜାଗା ମିଶନ’ ଉପରେ କ୍ୟାବିନେଟ୍‌ ମୋହର; ଶିକ୍ଷକଙ୍କ ପାଇଁ ସପ୍ତମ ବେତନ ଲାଗୁ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ୫ ମହାନଗର ନିଗମ ପାଇଁ ଜାଗା...

ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା...

ରାଜ୍ୟରେ ୪୭ ଜଣ ଛୁଆ ପଜିଟିଭ୍‌

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଛି। ରାଜ୍ୟରେ ଶନିବାର ୩୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭...

ଡିଏସ୍‌ପି ଅଜୟ ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଡିିଏସ୍‌ପି ଅଜୟ କୁମାର ମିଶ୍ରଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ମେଡାଲ ମିଳିଛି। ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ...

Advertisement
Archives

Model This Week