ବନ୍ଦ କାର୍‌ ଭିତରୁ ଅଣନିଃଶ୍ୱାସୀ ହୋଇ ଶିଶୁକନ୍ୟା ଉଦ୍ଧାର ଘଟଣା: ମା’ବାପାଙ୍କ ନାମରେ ମାମଲା ରୁଜୁ କଲା ପୋଲିସ, କରୁଛି ପଚରାଉଚରା

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବନ୍ଦ କାର୍‌ରୁ ଦେଢ଼ବର୍ଷର ଶିଶୁକନ୍ୟା ଅଣନିଃଶ୍ୱାସୀ ଭାବେ ଉଦ୍ଧାର ହେବା ଘଟଣାରେ ଟାଉନ ଥାନା ପୋଲିସ ବୁଧବାର ନିଜ ଆଡ଼ୁ ମାମଲା ରୁଜୁ କରିଛି। ଥାନାରେ କେସ ନଂ-୩୬୯/୧୯, ଦଫା ୩୪୨,୩୪ ଓ ୭୫ ଜୁଭେନାଇଲ୍‌ ଜଷ୍ଟିସ୍‌ କେଆର ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌ ଆକ୍ଟ ୨୦୧୫ରେ ମାମଲା ରୁଜୁ ହୋଇଛି। ବାପା ପ୍ରଦୀପ କୁମାର ମିଶ୍ର, ମା’ ସୋନାଲି ମିଶ୍ରଙ୍କ ନାମରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୋଲିସ ମା’ବାପା ଏବଂ ଚିକିତ୍ସାଳୟର ସୁରକ୍ଷାକର୍ମୀଙ୍କୁ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମଙ୍ଗଳବାର ମଧ୍ୟାହ୍ନରେ ଶିଶୁକନ୍ୟାଟି ବନ୍ଦ କାର୍‌ରେ ଫସି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ସୁରକ୍ଷାକର୍ମୀ ସୁବାସ ଚନ୍ଦ୍ର ପରିଡ଼ା ଏବଂ ରେଡକ୍ରସ କର୍ମଚାରୀ କବିତା ବେହେରା ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ କାଠଗଡ଼ା ଅଞ୍ଚଳର ଉକ୍ତ ଦମ୍ପତି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଚିକିତ୍ସାଳୟର ଇସିଜି ପ୍ରକୋଷ୍ଠକୁ ଯାଇଥିଲେ। ସେମାନେ କାର୍‌ ଭିତରେ ଶିଶୁକନ୍ୟାକୁ ବସାଇ କାଚ ବନ୍ଦ କରି ଗାଡ଼ିକୁ ଲକ୍‌ କରିଦେଇଥିଲେ। ସେମାନଙ୍କର ଫେରିବାରେ ବିଳମ୍ବ ହୋଇଥିଲା। ଫଳରେ ଶିଶୁକନ୍ୟାଟି ଅଣନିଃଶ୍ୱାସୀ ହୋଇପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

NASAର ବଡ଼ ଘୋଷଣା: ଚନ୍ଦ୍ରରେ ନିର୍ମାଣ କରିବ ଘାଟି

ଓ୍ବାଶିଂଟନ୍‌,୨୭।୫: ଆମେରିକାର ମହାକାଶ ସଂସ୍ଥା ନାସା, ଚନ୍ଦ୍ରରେ ଏକ ଘାଟି ନିର୍ମାଣ କରିବ ବୋଲି ଘୋଷଣା କରିଛି। ନାସା ପ୍ରଶାସକ ଜାରେଡ ଆଇଜାକମ୍ୟାନ କହିଛନ୍ତି ଯେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri