ବନ୍ଦେ ଭାରତରେ ନିଯୁକ୍ତ ହେଲେ ଟ୍ରେନ ହୋଷ୍ଟେସ

ନୂଆଦିଲ୍ଲୀ,୬-୮: ଦିଲ୍ଲୀରୁ ବାରାଣସୀକୁ ଚାଲୁଥିବା ସେମି ହାଇସ୍ପିଡ୍‌ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ ଏଣିକି ଏୟାର ହୋଷ୍ଟେସ୍‌ଙ୍କ ଭଳି ଟ୍ରେନ ହୋଷ୍ଟେସ ଯାତ୍ରୀଙ୍କୁ ସେବା ଯୋଗାଇବେ। ଏହି ପାଇଲଟ ପ୍ରକଳ୍ପ ପାଇଁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି)କୁ ଦାୟିତ୍ୱ ଦିଆଯାଇଛି। ଇତିମଧ୍ୟରେ ୩୪ ଜଣ ପ୍ରଶିକ୍ଷିତ ଟ୍ରେନ ହୋଷ୍ଟେସ ଓ ଫ୍ଲାଇଟ୍‌ ଷ୍ଟିଓ୍ବାର୍ଡଙ୍କୁ ଦିଲ୍ଲୀ-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସରେ ନିଯୁକ୍ତି ଦିଆସରିଛି ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଆଇଆର୍‌ସିଟିସି ମୁଖପାତ୍ରଙ୍କ କହିବାନୁଯାୟୀ, ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପ୍ରିମିୟମ ସେବା ଯୋଗାଇ ଦେବା ଲାଗି ପ୍ରୟାସ କରାଯାଉଛି। ସାଧାରଣତଃ ଲାଇସେନ୍ସ ପାଇଥିବା କ୍ୟାଟେରର୍‌ଙ୍କ ମାଧ୍ୟମରେ ଟ୍ରେନରେ ଖାଦ୍ୟପଦାର୍ଥ ଯୋଗାଉଥିବା ବ୍ୟକ୍ତିଙ୍କୁ ମାସିକ ୮ରୁ ୧୦ ହଜାର ଟଙ୍କା ପାରିଶ୍ରମିକ ମିଳିଥାଏ। କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସରେ ନିଯୁକ୍ତ ଟ୍ରେନ ହୋଷ୍ଟେସଙ୍କୁ ମାସିକ ୨୫ ହଜାର ଟଙ୍କା ଦରମା ମିଳିବ। ଆସନ୍ତା ୬ ମାସ ପାଇଁ ଟ୍ରାୟାଲ ସେବା ଆରମ୍ଭ କରାଯାଇଛି। ଏହା ସଫଳ ହେଲେ ଏହାକୁ ଅନ୍ୟ ଏକ୍ସପ୍ରେସ୍‌ରେ ସମ୍ପ୍ରସାରଣ କରାଯିବ। ସୂଚନାଥାଉ କି, ଟ୍ରେନ ୧୮ର ନାମକୁ ପରିବର୍ତ୍ତନ କରାଯାଇ ବନ୍ଦେ ଭାରତ ଏକ୍ସପ୍ରେସ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ପ୍ରଥମ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନରେ ବିମାନ ଭଳି ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଦିଲ୍ଲୀରୁ ବାରାଣସୀ ଏହା ମାତ୍ର ୮ ଘଣ୍ଟା ସମୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାପେକ୍ଷା ଟ୍ରାକ୍ଟର ଚାହିଦା ବଢୁଛି: ସଞ୍ଜିତ କୁମାର

କୃଷି ପ୍ରଧାନ ଦେଶ ଭାରତରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟରର ସବୁଠାରୁ ରହିଛି ଗୁରୁତ୍ୱପୂର୍ଣ୍ଣ...

ସରକାରୀ ଅନୁମତିକୁ ଅପେକ୍ଷା କରିଛି ଟେସ୍‌ଲା

ନୂଆଦିଲ୍ଲୀ,୨୯।୫: ବିଶ୍ୱର ପ୍ରମୁଖ ସୌଖିନ କାର୍‌ ନିର୍ମାତା କମ୍ପାନୀ ଟେସ୍‌ଲା ଭାରତରେ କାରବାର ଓ ପ୍ଲାଣ୍ଟ ନିର୍ମାଣ ପାଇଁ ଆଗ୍ରହୀ ଥିବାବେଳେ କେବଳ ସରକାରୀ ଅନୁମତିକୁ ଅପେକ୍ଷା...

ଅରୁନ୍ଧତୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର,୯ । ୩: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସୋମବାର ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ସତ୍ୟନଗର ସ୍ଥିତ ସଂସ୍ଥାର ଫ୍ଲାଗସିସ ଶୋ’ରୁମ ପରିସରରେ ପାଳିତ ହୋଇଯାଇଛି।...

କଳାଧନ ବିରୋଧରେ ଲଢ଼େଇ; ଆଜିଠୁ ମିଳିବ ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧-୯: ମୋଦି ସରକାରଙ୍କ କଳାଧନ ବିରୋଧରେ ଲଢ଼େଇ ଆହୁରି ଜୋର୍‌ଦାର ହେବାକୁ ଯାଉଛି। ରବିବାରଠାରୁ ସୁଇସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ସିଧାସଳଖ ଆୟକର...

ଅପରିବର୍ତ୍ତିତ ରହିପାରେ ସୁଧହାର

ମୁମ୍ବାଇ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଏହାର ଦ୍ୱିମାସିକ ମୁଦ୍ରା ନୀତି କମିଟି(ଏମ୍‌ପିସି) ବୈଠକରେ ରେପୋ ବା ସୁଧହାରକୁ ଅପରିବର୍ତ୍ତିତ ରଖିପାରେ।...

୧୦ ହଜାର କର୍ମଚାରୀ ଛଟେଇ କରିବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୬-୧୧: ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ କଗ୍‌ନିଜାଣ୍ଟ ପରେ ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ମଙ୍ଗଳବାର ଜଣାପଡିଛି। କମ୍ପାନୀ ଏହାର ମଧ୍ୟମ...

ଟେଲିକମ୍‌ କମ୍ପାନୀ ପଇଠ କରିବେ ୧.୪୭ ଲକ୍ଷ କୋଟି ବକେୟା

ନୂଆଦିଲ୍ଲୀ,୧୭-୧: ବୈଧାନିକ ଦେୟ ବାବଦ ବକେୟା ୧.୪୭ ଲକ୍ଷ କୋଟି ଟଙ୍କା ଚଳିତ ମାସ ୨୩ ସୁଦ୍ଧା ସରକାରଙ୍କୁ ଦେବା ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ...

ନକଲି ପ୍ରଡକ୍ଟ ବିକ୍ରି ମାମଲାରେ ଟାଇଟାନକୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୯-୯: ଇ-କମର୍ସ ସାଇଟ ସ୍ନାପଡିଲରେ ନକଲି ଟାଇଟାନ ଏବଂ ଫାଷ୍ଟ୍ରାକ ଘଣ୍ଟା ବିକ୍ରି ମାମଲାରେ ଟାଇଟାନ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ସ୍ନାପଡିଲରେ...

Advertisement
Archives

Model This Week