ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସେହି ଶ୍ରମିକ ଓ କର୍ମଚାରୀମାନଙ୍କ ଯାତାୟାତ ପାଇଁ ଶୁକ୍ରବାରଠାରୁ ବସ୍‌ ସେବା ଆରମ୍ଭ କରାଯାଇଛି। ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ପାରାଦୀପ ବନ୍ଦର ଏପରି ନିୟମ କରିବାରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା ସରକାରଙ୍କ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନର ୪ଟି ବସ୍‌ ଚଳାଚଳ କରିଛି। ଭୋର ୫ଟାରେ ଜାହାଜ ସିଫ୍ଟ ପରିବର୍ତ୍ତନ ସମୟରେ ହର୍ନ ବାଜିବା ବେଳେ ବନ୍ଦର ନିଷିଦ୍ଧାଞ୍ଚଳକୁ ବସ୍‌ ପ୍ରବେଶ କରିଥିଲା। ବନ୍ଦର ଚିଫ୍‌ ମେରାଇନ ଇଞ୍ଜିନିୟର (ସିଏମ୍‌ଇ) ସରୋଜ କୁମାର ଦାସ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ଅନ୍ୟ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। ଏହି ବସ୍‌ଗୁଡିକର ସମ୍ପୂର୍ଣ୍ଣ ଖର୍ଚ୍ଚ ବନ୍ଦର ବହନ କରିବ। ୨,୪ ଓ ୫ନଂ. ଗେଟ୍‌ ବାଟେ ଏହି ବସ୍‌ ୨୪ ଘଣ୍ଟା ଚଳାଚଳ କରିବ। ଏଥିସହ ସମସ୍ତ ବ୍ୟବହାରକାରୀ ସଂସ୍ଥାକୁ କୁହାଯାଇଛି ସେମାନେ ନିଜ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଚାରିଚକିଆ ଯାନ ବ୍ୟବସ୍ଥା କରିବେ। ଏହା ଦ୍ୱାରା ଶ୍ରମିକ କର୍ମଚାରୀମାନେ ଦୁର୍ଘଟଣା ଓ ପ୍ରଦୂଷଣରୁ କିଛି ମାତ୍ରାରେ ସୁରକ୍ଷା ପାଇବେ ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି। ଏହି ବ୍ୟବସ୍ଥାରେ ଯେଉଁମାନେ କାମ ଅଧାରୁ ପଳାଇ ଆସୁଥିଲେ ସେମାନେ ଆଉ ଠକି ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ତୃତୀୟ ସପ୍ତାହରେ ମାଟ୍ରିକ, ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍‌ ଏବଂ ଶେଷ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି  ବିଦ୍ୟାଳୟ...

ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ

ଜୟପୁର,୩ା୧୦(ନି.ପ୍ର.): ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଜଣେ କଣ୍ଠଶିଳ୍ପୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ କୋରାପୁଟ ଜିଲା ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର। ସୂଚନାନୁଯାୟୀ,...

ଚାନ୍ଦପୁର ଗଡ଼ା ନିକଟରେ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ସଫାରି; ୨ ମୃତ, ୪ ଗୁରୁତର

ରାହାମା,୨୧ା୫(ଡି.ଏନ.ଏ.): କଟକ-ପାରାଦୀପ ରୋଡ୍‌ର କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ଚାନ୍ଦପୁର ଗଡ଼ାଠାରେ ମଙ୍ଗଳବାର ଅପରାହ୍ନ ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ...

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲା,ଦୋଷୀଙ୍କୁ ୫ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୧୧: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲାର ବିଚାର କରି ବାଲେଶ୍ୱର ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ଜଜ୍‌ ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ...

ସମୟ ଭିତରେ ସବୁ କାମ ସାର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୫।୧(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ବିଭିନ୍ନ ଅଞ୍ଚଳରେ ଟାଉନ୍‌ ପ୍ଲାନିଂ ସ୍କିମ୍‌ ଲୋକପ୍ରିୟତା ଯୋଗୁ ଏଥିରେ ଅଗ୍ରଗତି ପରିଲକ୍ଷିତ ହୋଇଥିବା ମୁଖ୍ୟ ଶାସନ ସଚିବ...

ସେତୁ ସଂଯୋଗୀକରଣ ରାସ୍ତା ପାଇଁ ବାଟ ଫିଟିଲା

ଆଠମଲ୍ଲିକ, ୩୦।୬ଡି.ଏନ.ଏ.) ଆଠମଲ୍ଲିକ-ଧଳପୁର ମହାନଦୀ ସେତୁର ଆଠମଲ୍ଲିକ ପାର୍ଶ୍ୱ ସଂଯୋଗୀକରଣ ରାସ୍ତାରେ ଅଟକିଥିବା ବିବାଦୀୟ ୬୦ ମିଟର ରାସ୍ତା ନିର୍ମାଣ ପାଇଁ ସମାଧାନର ସୂତ୍ର ବାହାରିଛି। ଉପଖଣ୍ଡ...

ଶ୍ରୀଲିଙ୍ଗରାଜ ମାର୍କେଟରେ ସାମାଜିକ ଦୂରତ୍ୱ ଅମାନ୍ୟ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି। ହେଲେ ହାଟଗୁଡିକରେ ସାମାଜିକ ଦୂରତ୍ୱକୁ ବ୍ୟବସାୟୀ ଓ ଲୋକେ...

ଆଚରଣବିଧି ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ୧୦୬ ମ୍ୟୁନିସିପାଲିଟି/ ଏନ୍‌ଏସି ଏବଂ ୩ ମହାନଗର ନିଗମ ଅଞ୍ଚଳବାସୀ ସେମାନଙ୍କ ପନପସନ୍ଦର ପ୍ରତିନିଧି ବାଛିବେ। ନିର୍ବାଚନକୁ ଅବାଧ,...

Advertisement
Archives

Model This Week