ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ

ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତିନିକୋଶିଆ ଏବଂ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ହାତୀ ଭୟରେ ରାତ୍ରି ଅନିଦ୍ରା ରହି ଗାଁମୁଣ୍ଡରେ ନିଆଁ ଜଳାଇ ବସି ରହିଥିଲେ। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତକାଟ୍‌ ହେଉଥିବାରୁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଗୁରୁବାର ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଅପରାହ୍ନ ୪ଟାରେ ଅପରେଶନ ଗଜେନ୍ଦ୍ର ଆରମ୍ଭ କରାଯାଇଥିଲା। ବନବିଭାଗ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ ଏବଂ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ବାଣ, ରୋଶଣି ମାଧ୍ୟମରେ ହାତୀମାନଙ୍କୁ ଘଉଡାଇବାର ପ୍ରୟାସ ଆରମ୍ଭ କରାଯାଇଥିଲା। ନୀଳଗିରି ଆଇଆଇସି ମୀନତି ବିଶ୍ୱାଳଙ୍କ ନେତୃତ୍ୱରେ ୧ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲା। ଗ୍ରାମବାସୀ ମଧ୍ୟ ଏଥିରେ ସହଯୋଗ କରିଥିଲେ। ସନ୍ଧ୍ୟା ୬ଟାରେ ଗୋପାଳପୁର ଜଙ୍ଗଲରୁ ହାତୀପଲ ଚିରାଚରିତ ଗୋପାଳପୁର ରାସ୍ତା ପାର ହୋଇ ମୟୂରଭଞ୍ଜ ଅଭିମୁଖେ ଯାଉଥିବା ସୂଚନା ମିଳିଛି। । ହାତୀପଲ କୌଣସି ଘରଦ୍ୱାରା ଭାଙ୍ଗି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପାଟଣାରେ ମକ୍‌ ଡ୍ରିଲ୍‌

ପାଟଣା,୧୯।୬(ସ୍ବ.ପ୍ର.): ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ ଡ୍ରିଲ୍‌ ପ୍ରସ୍ତୁତ...

ମାସ୍କ ବାଣ୍ଟିଲେ ପୂର୍ବତନ ବିଧାୟକ

ସଜନାଗଡ଼, ୧।୪(ଡି.ଏନ.ଏ.)-ଧର୍ମଠାରୁ ବଡ଼ ମାନବ ସେବା। ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିଜ ପେନସନ ଅର୍ଥରେ ୨ହଜାରରୁ ଊର୍ଦ୍ଧ୍ୱ ମାସ୍କ କିଣି ବଣ୍ଟନ କରିଛନ୍ତି।...

ଭୀତି ବଢାଉଛି ଅଶାନ୍ତ ସମୁଦ୍ର

ଭୋଗରାଇ/ବାଲେଶ୍ୱର ଅଫିସ, ୯।୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ବୁଲବୁଲ’ ଆଗକୁ ଆଗକୁ ଯେତିକି ଅଗ୍ରସର ହେଉଛି ସେତିକି ସମୁଦ୍ର ଉତ୍ତାଳ ହୋଇଉଠୁଛି। ଶୁକ୍ରବାର ସନ୍ଧ୍ୟାରୁ ପବନର ବେଗ...

ଅଦ୍ୱିତୀୟ ସ୍ରଷ୍ଟା ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ

ବାଲେଶ୍ୱର ଅଫିସ, ୧୪।୧-ବାଲେଶ୍ୱର ଜିଲା ନୂଆପାଢ଼ୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କର ୧୭୭ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...

ଖୋଲିଲା ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୬।୧: ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ବୁଧବାର ବାଲେଶ୍ୱର ଜିଲା ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ...

ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ...

ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ

ସଜନାଗଡ଼, ୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌୍‌ପୁର ଥାନା ମାଟିଆଳି ପଞ୍ଚାୟତ ଦୁର୍ଗାପୁର ଗ୍ରାମର ସର୍ବେଶ୍ୱର ଖଣ୍ଡେଇଙ୍କ ପୁଅ ଜିତେନ୍ଦ୍ର (୧୪)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି।...

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା...

Advertisement
Archives

Model This Week