Posted inଜାତୀୟ

ବଦଳିବ ଆଗ୍ରାର ନାମ

ଲକ୍ଷ୍ନୌ,୧୮।୧୧: ଆହ୍ଲାବାଦ, ବନାରସ ଓ ଫୈଜାବାଦ ପରେ ଏବେ ଆଗ୍ରାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଆଗ୍ରାର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ଅଗ୍ରବନ ନାମରେ ନାମିତ କରାଯିବ ବୋଲି ସୋମବାର ସୂଚନା ମିଳିଛି। ଏଥିପାଇଁ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ସମସ୍ତ ତଥ୍ୟ ମଗାଯାଇଛି। ଏହାର ନାମ ପରିବର୍ତ୍ତନ ଲାଗି ନୂଆ ନୂଆ ନାଁର ପ୍ରସ୍ତାବ ଦେବା ପାଇଁ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗକୁ କୁହାଯାଇଛି। ଏଥିସହ ନାମ ସମ୍ବନ୍ଧୀୟ ଆଗ୍ରା ସମ୍ପର୍କରେ ରହିଥିବା ତଥ୍ୟ ମଧ୍ୟ ମଗାଯାଇଛି। ସୂଚନାଯୋଗ୍ୟ, ଆଗ୍ରାର ନାମ ପରିବର୍ତ୍ତନ କରି ଅଗ୍ରବନ ରଖିବାକୁ ଭାଜପାର ପୂର୍ବତନ ବିଧାୟକ ଜଗନ ପ୍ରସାଦ ଗର୍ଗ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲେ। ତେବେ ଗତ ବର୍ଷ ତାଙ୍କ ମୃତ୍ୟୁ ହେବା ପରେ ଯୋଗୀ ସରକାର ଏହା ଉପରେ ବିଚାର କରି ଉକ୍ତ ପ୍ରସ୍ତାବର ଦାୟିତ୍ୱ ଆମ୍ବେଦକର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପିର ଗୁଜରାଟ ମିଶନ: ଛୁଟୁଛି ପ୍ରତିଶ୍ରୁତିର ସୁଅ

ଅହମ୍ମଦାବାଦ,୨୨।୮: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ...

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ଏସ୍‌ଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…

କୋଲକାତା, ୧୬।୨ : ପଶ୍ଚିମବଙ୍ଗ ମ୍ୟୁନିସପାଲିଟି ନିର୍ବାଚନ ସମୟରେ ହୋଇଥିବା ହିଂସା ନେଇ କୋଲକାତା ହାଇକୋର୍ଟ ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ(...

ବିରୋଧୀ ଏକତାକୁ ବଡ଼ ଝଟ୍‌କା,୨୦୨୪ରେ ମହାମେଣ୍ଟରେ ସାମିଲ୍‌ ହେବାକୁ ମନା କଲେ କେଜ୍ରିଓ୍ବାଲ …

ନୂଆଦିଲ୍ଲୀ, ୯।୫ : ବିରୋଧୀ ଏକତାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଝଟକା...

ଜେଏନ୍‌ୟୁ ମୁଖ୍ୟ ଫାଟକରେ ସାଫ୍ରନ୍‌ ପତାକା

ନୂଆଦିଲ୍ଲୀ,୧୫।୪:ରାମ ନବମୀରେ ନନ୍‌ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲା ସମାଧାନ ହୋଇପାରି ନ ଥିବାବେଳେ ଶୁକ୍ରବାର ସକାଳେ ଅନ୍ୟ...

ଇସ୍ତଫା ଦେଲେ ରାଜ୍ୟସଭାର ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ, ୧୨।୮: ରାଜ୍ୟସଭାର ପୂର୍ବତନ ଏମ୍‌ପି ପବନ କେ. ବର୍ମା ଶୁକ୍ରବାର  ତୃଳମୂଳ କଂଗ୍ରେସ(ଟିଏମସି )ରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପଶ୍ଚିମବଙ୍ଗ...

ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ରାଜ୍ୟପାଳ

ଶିଲଂ, ୬।୬: ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ପଡିଯାଇଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରାୟ। ସେ କହିଛନ୍ତି, କେଉଁ ଯୁଗରେ ପଶ୍ଚିମବଙ୍ଗ ପ୍ରସିଦ୍ଧ...

‘ଡାକ୍ତରଙ୍କୁ ଫୁଟ୍‌ବଲ ଭଳି ବ୍ୟବହାର କରନାହିଁ’

ନୂଆଦିଲ୍ଲୀ, ୨୮।୯: ଚଳିତ ବର୍ଷ ହେବାକୁ ଥିବା ନ୍ୟାଶନାଲ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା ପୋଷ୍ଟଗ୍ରାଜୁଏଟ୍‌ ସୁପର ସ୍ପେଶିଆଲିଟି (ଏନ୍‌ଇଇଟି ଏସ୍‌ଏସ୍‌)ରେ ଶେଷ ମୁହୂର୍ତ୍ତରେ...

Advertisement
Archives

Model This Week