ବଢୁଛି ବ୍ୟାଙ୍କ ଠକେଇ: ୨୦୧୮-୧୯ରେ ଧରାପଡିଛି ୭୧,୫୦୦ କୋଟି

ମୁମ୍ବାଇ,୪-୬: ଆର୍ଥିକ ବର୍ଷ ୨୦୧୮-୧୯ରେ ୭୧,୫୦୦ କୋଟି ଟଙ୍କାର ୬୮୦୦ ବ୍ୟାଙ୍କ ଠକେଇ ଧରାପଡିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏହାର ପୂର୍ବବର୍ଷ ୨୦୧୭-୧୮ରେ ୪୧,୧୬୭.୦୩ କୋଟି ଟଙ୍କାର ୫୯୧୬ ମାମଲା ସାମ୍‌ନାକୁ ଆସିଥିଲା। ବର୍ଷକ ଭିତରେ ବ୍ୟାଙ୍କ ଠକେଇ ମାମଲାରେ ୭୩% ବୃଦ୍ଧି ଘଟିଛି। ଆର୍‌ଟିଆଇ ପ୍ରଶ୍ନର ଉତ୍ତର ଦେଇ ଆର୍‌ବିଆଇ କହିଛି ଯେ, ଗତ ୧୧ ବର୍ଷରେ ମୋଟ ୫୩,୩୩୪ ମାମଲାରେ ୨.୦୫ ଲକ୍ଷ କୋଟି ଟଙ୍କା ଜାଲିଆତି ମାମଲା ଧରାପଡିଛି। ଏଥିପୂର୍ବରୁ ୨୦୦୮-୦୯ରେ ୧୮୬୦.୦୯ କୋଟି ଟଙ୍କାର ୪୩୭୨ ମାମଲା ଧରାପଡିଥିଲା। ଏହାପରେ ୨୦୦୯-୧୦ରେ ୧୯୯୮.୯୪ କୋଟି ଟଙ୍କାର ୪୬୬୯ ମାମଲା, ୨୦୧୦-୧୧ରେ ୩୮୧୫.୭୬କୋଟି ଟଙ୍କାର ୪୫୩୪ ମାମଲା, ୨୦୧୧-୧୨ରେ ୪୫୦୧.୧୫ କୋଟି ଟଙ୍କାର ୪୦୯୩ ମାମଲା, ୨୦୧୨-୧୩ରେ ୮୫୯୦.୮୬ କୋଟି ଟଙ୍କାର ୪୨୩୫ ମାମଲା, ୨୦୧୩-୧୪ରେ ୧୦,୧୭୦.୮୧ କୋଟି ଟଙ୍କାର ୪୩୦୬ ମାମଲା, ୨୦୧୪-୧୫ରେ ୧୯,୪୫୫.୦୭ କୋଟି ଟଙ୍କାର ୪୬୩୯ ମାମଲା, ୨୦୧୫-୧୬ରେ ୧୮,୬୯୮.୮୨ କୋଟି ଟଙ୍କାର ୪୬୯୩ ମାମଲା, ୨୦୧୬-୧୭ରେ ୨୩,୯୩୩.୮୫ କୋଟି ଟଙ୍କାର ୪୬୯୩ ମାମଲା, ୨୦୧୭-୧୮ରେ ୪୧,୧୬୭.୦୩ କୋଟି ଟଙ୍କାର ୫୯୧୬ ମାମଲା ସାମ୍‌ନାକୁ ଆସିଥିଲା। ଆର୍‌ଟିଆଇ ଉତ୍ତରରେ ଆର୍‌ବିଆଇ କହିଛି ଯେ, ଜାଲିଆତି କ୍ଷେତ୍ରରେ ସମ୍ପୃକ୍ତ ବ୍ୟାଙ୍କଦ୍ୱାରା ତଦନ୍ତକାରୀ ଏଜେନ୍ସିଙ୍କ ନିକଟରେ ଆପରାଧିକ ମାମଲା ଦାଏର କରିବାକୁ ପଡିଥାଏ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ତଥ୍ୟ ଉପଲବ୍ଧ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲାପ୍‌ସ ପଲିସି ପୁନରୁଦ୍ଧାର ଲାଗି ଏଲ୍‌ଆଇସିର ସୁବିଧା

ଭୁବନେଶ୍ୱର,୧୧।୮:ଲାପ୍‌ସ ହୋଇଥିବା ପଲିସି ପୁନରୁଦ୍ଧାର ଲାଗି ଭାରତୀୟ ଜୀବନ ବୀମା ନିଗମ ଏହାର ପଲିସିଧାରୀଙ୍କୁ ସୁବିଧା ପ୍ରଦାନ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କ ଲାଗି...

ମାଲେସିଆରୁ ପାମ୍‌ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍‌ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର...

କଳାଟଙ୍କା ତଥ୍ୟ ଦେବାକୁ ସରକାର ଅରାଜି

ନୂଆଦିଲ୍ଲୀ,୨୪-୧୨: ସୁଇଜରଲାଣ୍ଡରେ ଥିବା ବ୍ୟାଙ୍କଗୁଡିକୁ କଳା ଟଙ୍କା ରଖିବାର ଭୂସ୍ବର୍ଗ ବୋଲି ବିଚାର କରାଯାଇଥାଏ। ପୂର୍ବରୁ ଏଠାକାର ସରକାର ଅନ୍ୟ କୌଣସି ଦେଶକୁ ନିଜ ବ୍ୟାଙ୍କରେ...

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କୁ ଏହି ନାମରେ ଚିଡାନ୍ତି ସ୍ବାମୀ ଆନନ୍ଦ

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଈଶା ମା’ ନୀତା ଅମ୍ବାନୀଙ୍କର ଖୁବ୍‌ ନିକଟତର। ନିଜର ଛୋଟ ବଡ଼ ସବୁ...

ପ୍ରକଳ୍ପ ମଞ୍ଜୁରୀ କ୍ଷେତ୍ରରେ ପରିବେଶ ମନ୍ତ୍ରଣାଳୟର ପଦକ୍ଷେପ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଦେଶ ମଧ୍ୟରେ ପ୍ରକଳ୍ପ ମଞ୍ଜୁରୀକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ...

ସିଏସ୍‌ଆର୍‌ ପାଣ୍ଠିର ଠିକ୍‌ ବିନିଯୋଗୀ ଜରୁରୀ

ଭୁବନେଶ୍ୱର (ବ୍ୟୁରୋ),୧୦।୧୧: କମ୍ପାନୀଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ପାଣ୍ଠି ମାଧ୍ୟମରେ ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳରେ ଥିବା ଗ୍ରାମୀଣ ଭିତ୍ତିଭୂମି ବିକାଶ, ରୋଜଗାର ଏବଂ ଆର୍ଥତ୍କ...

ଇପିଏଫ୍‌ଓରେ ଯୋଡ଼ିହେଲେ ୧୧.୨୨ ଲକ୍ଷ ନୂଆ ସଦସ୍ୟ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଚଳିତ ମାସ ପ୍ରାୟ ୧୧.୨୨ ଲକ୍ଷ ନୂଆ ସଦସ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ( ଇପିଏଫ୍‌ଓ)ରେ ଯୋଡ଼ିହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା...

ଜମ୍ମୁରେ ରେଲ୍‌ଓ୍ବେ ତିଆରି କରୁଛି ଦେଶର ପ୍ରଥମ କେବଲ ବ୍ରିଜ୍‌

ନୂଆଦିଲ୍ଲୀ,୨୯।୭: ଭାତତୀୟ ରେଲ୍‌ଓ୍ବେ ପକ୍ଷରୁ ଜମ୍ମୁରେ ଦେଶର ପ୍ରଥମ କେବଲ ବ୍ରିଜ୍‌ ନିର୍ମାଣ କରାଯାଉଛି। କଟ୍‌ରା ଏବଂ ରିୟାସୀ ମଧ୍ୟରେ କେବଲ ଉପରେ ଏହି ରେଳ...

Advertisement
Archives

Model This Week