ବଢିଲା ଫଡନଭିଶଙ୍କ ସମସ୍ୟା

ମୁମ୍ବାଇ,୨୬।୧୦: ଗତ ୪୦ ବର୍ଷ ମଧ୍ୟରେ ଦେବେନ୍ଦ୍ର ଫଡନବିଶ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସୁରୁଖୁରୁ ଭାବେ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ଏବେ ପୁଣିଥରେ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ସେ ତାଙ୍କର ଦ୍ୱିତୀୟ ଇନିଙ୍ଗସ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ପୂର୍ବାପେକ୍ଷା ଏଥର ତାଙ୍କ ସମସ୍ୟା ବଢି ଯାଇଛି ବୋଲି ଆଲୋଚନା ହେଲାଣି। କାରଣ ଗତ ୫ ବର୍ଷ ମଧ୍ୟରେ ସେ ଶିବସେନାକୁ ଠିକ୍‌ ଭାବେ ସମ୍ଭାଳି ନେଇଥିଲେ। ହେଲେ ଏଥର ଶିବସେନା ଯେଉଁ ୫୦-୫୦ ଅଙ୍କନେଇ ଅଡି ବସିଛି ତାହା ଫଡନଭିଶଙ୍କ ପାଇଁ ବଡ ସମସ୍ୟା ହେବ ବୋଲି କୁହାଯାଉଛି। ଭାଜପା କିନ୍ତୁ କହୁଛି ଫଡନଭିଶ ଦିନକୁ ୧୭-୧୮ ଘଣ୍ଟା ପରିଶ୍ରମ କରିବାର କ୍ଷମତା ରଖିଥିବାରୁ ଏଥିରେ ତାଙ୍କୁ କୌଣସି ଫରକ ପଡିବ ନାହିଁ। ହେଲେ ଏସବୁ ସମୟ ଉପରେ ନିର୍ଭର କରେ। କିନ୍ତୁ ଶିବସେନାର ଜିଦ୍‌ ଅନୁଯାୟୀ ଯଦି ଫଡନଭିଶଙ୍କୁ ଅଢେଇ ବର୍ଷ ଶାସନ କ୍ଷମତା ମିଳେ ତେବେ ସେ କିପରି ଭାବେ ରାଜ୍ୟର ଭୋଟରଙ୍କୁ ସୁଶାସନ ଦେଇ ପାରିବେ ଏବେ ତା’ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷରେ ବିବାହ କରିପାରିବେ ମୁସଲମାନ ଝିଅ

ଚଣ୍ଡୀଗଡ଼,୨।୧।୬: ମୁସ୍‌ଲିମ ଶରିଆ ଆଇନ ଅନୁସାରେ ମୁସଲମାନ ଝିଅ ୧୬ ବର୍ଷରେ ବିବାହ କରିବା ବୈଧ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ଏକ...

ସାଧାରଣତନ୍ତ୍ର ଦିବସରେ ମୋଦି ପିନ୍ଧିଲେ କମଳା ରଙ୍ଗର ପଗଡ଼ି: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସରେ ପଗଡି ବାନ୍ଧିବାର ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସ...

କରୋନା ଭୂତାଣୁକୁ ନାଶ କରିବ ଏହି ମାସ୍କ

ପୁଣେ,୧୫।୬: କରୋନା ମହାମାରୀର ଦ୍ୱିତୀୟ ଲହର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଦ୍ୱିତୀୟ ଲହର ସମୟରେ କରୋନା ଭୂତାଣୁର ସବୁଠାରୁ ବିପଜ୍ଜନକ ଭାରିଏଣ୍ଟ ଦେଖାଦେଇଛି।...

ସିନ୍ଧିଆଙ୍କ ୭୫ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ କରିପାରନ୍ତି ବଡ଼ ଘୋଷଣା: ହାତ ଛାଡ଼ି ପଦ୍ମ ଧରିବା ନେଇ ଚର୍ଚ୍ଚା

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ରାଜନୈତିକ ସମୀକରଣ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ପିତା ମାଧବ ରାଓ ସିନ୍ଧିଆଙ୍କ ୭୫ ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ଘୋଷଣା...

କଂଗ୍ରେସ ଛାଡ଼ି ଭାଜପାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହିମନ୍ତ-ବିରେନ୍‌-ନେଫ୍ୟୁ-ମାଣିକ…

ନୂଆଦିଲ୍ଲୀ, ୧୫।୫ : ତ୍ରିପୁରାରେ ଶନିବାର ରାଜ୍ୟପାଳଙ୍କ ନିକଟରେ ହଠାତ୍‌ ତାଙ୍କ ଇସ୍ତଫା ପତ୍ର ଦାଖଲ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ...

୧୦୦ ଛୁଇଁଲା ଟମାଟୋ ଦର

ନୂଆଦିଲ୍ଲୀ,୨୩।୧୧: ସାଧାରଣତଃ ଶୀତ ଦିନେ ଟମାଟୋ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଦକ୍ଷିଣାଞ୍ଚଳରେ ଥିବା ୩ ରାଜ୍ୟ (ଆନ୍ଧ୍ର ପ୍ରଦେଶ, କର୍ନାଟକ...

ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ନାଗରିକ...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର...

Advertisement
Archives

Model This Week