ବଢ଼ିଲା ଖରା: ୩୦ ଡିଗ୍ରୀ ଉପରେ ୧୭ ସହର; ମାଲକାନଗିରିରେ ସର୍ବାଧିକ ୩୫.୨ ଡିଗ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜ୍ୟରେ ଆଉ ଶୀତ ଅନୁଭବ ହେବ ନାହିଁ। ଚଳିତମାସର ବାକି ଦିନଗୁଡ଼ିକରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଦିନବେଳା ୩୫ଡିଗ୍ରୀ ଏବଂ ରାତିରେ ୧୭ଡିଗ୍ରୀ ଉପରେ ରହିବ। ବିଶେଷ କରି ୨ରୁ ୩ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଲୋକେ ଦିନରେ ଟାଣ ଖରା ଏବଂ ରାତିରେ ଗରମ ଅନୁଭବ କରିବେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରବିବାର ୧୭ ସ୍ଥାନରେ ତାପମାତ୍ରା ୩୦ଡିଗ୍ରୀ ଉପରେ ରହିଥିବା ବେଳେ ୩ ସହରରେ ତାପମାତ୍ରା ୩୦ଡିଗ୍ରୀ ରହିଥିଲା। ରବିବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ରହିଥିଲା। ଏଠାରେ ସର୍ବାଧିକ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡିରେ ତାପମାତ୍ରା ୩୫.୧ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ରେ ୩୪.୨, ଭବାନୀପାଟଣାରେ ୩୩.୪, ବୌଦ୍ଧରେ ୩୨.୫, ତାଳଚେରରେ ୩୨.୪, ନୟାଗଡ଼ରେ ୩୨, ଭୁବନେଶ୍ୱରରେ ୩୧.୮, ହୀରାକୁଦ ଓ ଝାରସୁଗୁଡ଼ାରେ ୩୧.୬, ବଲାଙ୍ଗୀର ଓ ସମ୍ବଲପୁରରେ ୩୧.୫, ଚାନ୍ଦବାଲିରେ ୩୧.୪, ସୋନପୁର ଓ ଗୋପାଳପୁରରେ ୩୧.୨, ବାଲେଶ୍ୱରରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦା, କେନ୍ଦୁଝର, ଛତ୍ରପୁରରେ ତାପମାତ୍ରା ୩୦ଡିଗ୍ରୀ ରହିଥିଲା। ରବିବାର ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୧୦.୬ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନାହିଁ। ୨ରୁ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ ଆଦି ଜିଲାରେ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ଘନ କୁହୁଡ଼ି ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡ଼ିକ ହେଲା ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri