ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ;ଅବମାନନା ମାମଲାରେ ଏନ୍‌ସିଏଲ୍‌ଏଟିଙ୍କ ନୋଟିସ

ନୂଆଦିଲ୍ଲୀ,୧୮-୪: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢ଼ୁଛି ପଛେ କମିବାର ନାଁ ଧରୁନି। ଏଚ୍‌ଏସ୍‌ବିସି ଡେଜି ଶେୟାରଧାରୀଙ୍କ ଦ୍ୱାରା ଦାୟର ଅବମାନନା ମାମଲାରେ ରାଷ୍ଟ୍ରୀୟ କମ୍ପାନୀ ଆଇନ ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ଅନିଲଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଆସନ୍ତା ୧୦ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିଲାଏନ୍ସ ଗ୍ରୁପ୍‌ର କମ୍ପାନୀ ଆର୍‌-ଇନ୍‌ଫ୍ରାଟେଲ ଦ୍ୱାରା ୨୩୦ କୋଟି ଟଙ୍କା ପ୍ରଦାନ କରିବାରେ ବିଫଳ ହେବାକୁ ନେଇ ଏଚ୍‌ଏସ୍‌ବିସି ଡେଜି ପକ୍ଷରୁ ଏନ୍‌ସିଏଲ୍‌ଏଟିରେ ଅପିଲ କରାଯାଇଛି। ଜଷ୍ଟିସ ଏସ୍‌.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏଚ୍‌ଏସ୍‌ବିସି ଡେଜି ଇନଭେଷ୍ଟମେଣ୍ଟ(ମରିସସ୍‌) ଏବଂ କମ୍ପାନୀର କ୍ଷୁଦ୍ର ଶେୟାରଧାରୀଙ୍କ ପକ୍ଷରୁ ଦାଏର ଅଦାଲତ ଅବମାନନା ମାମଲାରେ ଖଣ୍ଡପୀଠ ଅନିଲ ଅମ୍ବାନୀଙ୍କ ଜବାବ ଜାଣିବାକୁ ଚାହାନ୍ତି। ସୂଚନାଥାଉ କି, ଏଚ୍‌ଏସ୍‌ବିସି ଓ କ୍ଷୁଦ୍ର ଶେୟାରଧାରୀଙ୍କୁ ରିଲାଏନ୍ସ ଇନଫ୍ରାଟେଲ ୨୩୦ କୋଟି ଟଙ୍କା ପ୍ରଦାନ କରିବାକୁ ଏନ୍‌ସିଏଲ୍‌ଏଟି ନିର୍ଦ୍ଦେଶ ଦେଇଥିଲେ। ତେବେ କମ୍ପାନୀ ଏହି ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଙ୍କରର୍ସ ପ୍ରଦର୍ଶନୀରେ ଅଭିନବ ଉତ୍ପାଦ ପ୍ରଦର୍ଶନ

ନୂଆଦିଲ୍ଲୀ,୧୮।୧: ଅଟଳ ଇନ୍‌କୁବେସନ ସେଣ୍ଟର ତଥା ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

୨ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦକଲା ଡିଜିସିଏ

ନୂଆଦିଲ୍ଲୀ,୨୬।୬: ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏଶନ (ଡିଜିସିଏ) ପକ୍ଷରୁ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଥିବା ଦୁଇଟି ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ କରିଦିଆଯାଇଛି। ଶନିବାର...

ତନିଷ୍କର ଦୀପାବଳି ଅଫର

ଭୁବନେଶ୍ୱର,୧୭-୧୦: ତନିଷ୍କ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକମାନେ ଏହି ସମୟରେ ଷ୍ଟୋରରେ ସୁନା ଗହଣାର ଗଢା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ...

ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧୩.୯୩%କୁ ହ୍ରାସ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଜୁଲାଇ ପାଇଁ ଭାରତର ହୋଲ୍‌ସେଲ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ୧୩.୯୩ % କୁ ହ୍ରାସ ପାଇଛି। କାରଣ ଏହି ସମୟରେ ପନିପରିବା,...

ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ଜୟଆଲୁକ୍କାସ

ଭୁବନେଶ୍ୱର, ୧୭।୧୦: ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ରବିବାର ସ୍ଥାନୀୟ ଶହୀଦ ନଗର (ଭୁବନେଶ୍ୱର,ଓଡ଼ିଶା) ଠାରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି।...

ଓଡ଼ିଶା ଦେଶର ଖଣି ରାଜଧାନୀ

ଭୁବନେଶ୍ୱର,୨୧।୧:  ଦେଶର ଭୌଗୋଳିକ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କଲେ ସ୍ପଷ୍ଟ ଭାବେ ଭାରତର ଖଣିଜ ସମ୍ପଦର ବିସ୍ତୃତ ମାନଚିତ୍ର ଦେଖାଯାଉଛି। ଏପରିକି ଖଣିଜ ସମ୍ପଦର...

ଆର୍ଥିକ ପ୍ୟାକେଜ ଶୀଘ୍ର: ସୀତାରାମନ

ନୂଆଦିଲ୍ଲୀ,୧୯।୪: କରୋନା ପାଇଁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଶୀଘ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏ ନେଇ ଶୀଘ୍ର ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା...

କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି।...

Advertisement
Archives

Model This Week