ବଡ଼ ର଼୍ୟାକେଟର ପର୍ଦ୍ଦାଫାଶ କଲା ଏସ୍‌ଟିଏଫ୍‌: ଗୋଟିଏ ରାତିରେ ୮ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର,୬ା୧(ବ୍ୟୁରୋ): ନିଶା ମାଫିଆଙ୍କୁ ଟାର୍ଗେଟ କରିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଆଉଏକ ସଫଳତା ମିଳିଛି। ରାଜ୍ୟରେ ସକ୍ରିୟ ଥିବା ବଡ଼ ବ୍ରାଉନସୁଗାର ର଼୍ୟାକେଟକୁ ଠାବ କରିଛି। ଗୋଟିଏ ରାତିରେ ୮ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪୫ ଗ୍ରାମ୍‌ର ବ୍ରାଉନ ସୁଗାର, ୭ଲକ୍ଷ ୪୪ ହଜାର ଟଙ୍କା, ଓ ବାଇକ ଜବତ କରିଛି। ଏସ୍‌ଟିଏଫ୍‌ ଟିମ ଶନିବାର ରାତିରେ ବାଲେଶ୍ୱର ଜଳେଶ୍ୱରରେ ଚଢାଉ କରି ଜଣଙ୍କୁ ଗିରଫ କରିଥିବାବେଳେ ପୁରୀ ମଙ୍ଗଳାସାହିରୁ ୭ ଜଣଙ୍କୁ ଗିରଫ କରିଛି। ବାଲେଶ୍ୱରରୁ ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ଝାଡେଶ୍ୱରପୁରର କେଦାର ମହମ୍ମଦ ଓରଫ ଲାଲ ବାବୁ, ପୁରୀରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଜୟ ନାୟକ, ରମେଶ ନାୟକ, ଅଭିମନ୍ୟୁ ସ୍ବାଇଁ, କାହ୍ନୁ ନାୟକ, ଚିନ୍ତାମଣି ନାୟକ, ବସନ୍ତ ସାମଲ ଓ ଲକ୍ଷ୍ମୀଧର ନାୟକ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ଜଳେଶ୍ୱର ଝାଡେଶ୍ୱରପୁରରେ କେଦାର ବିପୁଳମାତ୍ରାରେ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ଏସ୍‌ଟିଏଫ୍‌ ପାଇଥିଲା। ଶନିବାର ରାତିରେ କେଦାର ଘର ନିକଟରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଏସ୍‌ଟିଏଫ ଟିମ୍‌ ଚଢାଉ କରି ତାଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ୩୫ ଗ୍ରାମର ବ୍ରାଉନସୁଗାର ଓ ୧ଲକ୍ଷ ୪୭ ହଜାର ଟଙ୍କା ଜବତ କରିଥିଲା। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ କେସ୍‌ ନଂ-୨/୨୦୨୦ ରୁଜୁ କରି ଗିରଫ କରିଥିଲା।
ସେହିପରି ପୁରୀର ମଙ୍ଗଳାସାହିରେ ଏକ ଗ୍ୟାଙ୍ଗ ନିୟମିତ ବ୍ରାଉନସୁଗାର କାରବାର କରୁଥିବା ଖବର ପାଇ ଆଉଏକ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତିରେ ପୁରୀ ଯାଇଥିଲା। ମଙ୍ଗଳାସାହିରେ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୭ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମ୍‌ର ବ୍ରାଉନସୁଗାର, ୫ ଲକ୍ଷ ୯୭ ହଜାର ଟଙ୍କା ଜବତ କରିଥିଲା। ଏସ୍‌ଟିଏଫ୍‌ କେସ୍‌ ନଂ-୧/୨୦୨୦ ଏନ୍‌ଡିପିଏସ୍‌ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ବାମୀ ଗିରଫ

ଡାବୁଗାଁ,୨।୯(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରଗୁଡା ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଟାଙ୍ଗିଆରେ ହାଣି ରବିବାର ବିଳମ୍ବିତ ରାତିରେ ହତ୍ୟା...

ବାଟହୁଡ଼ା ଉଜ୍ଜ୍ୱଳା ଯୋଜନା: ମିଳୁନି ଏଲ୍‌ଇଡି ବଲ୍‌ବ: କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ସବୁ ଘରକୁ ବିଦ୍ୟୁତ୍‌ ସଂଯୋଗ ସହ ଏଲଇଡି ବଲ୍‌ବ। ଘର ପିଛା ୧୦ ଏଲ୍‌ଇଡି ବଜାର ମୂଲ୍ୟଠାରୁ ଅଧା ଦାମରେ ମିଳିବ। କେନ୍ଦ୍ର ସରକାରଙ୍କ...

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟର ୪ହଜାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ...

ଆଜି ଭାଲେଣ୍ଟାଇନ୍ସ ଡେ: ଏଥର ହେବନି ବିରୋଧ, କେବଳ ସଚେତନତା

ଭୁବନେଶ୍ୱର,୧୪।୨(ବ୍ୟୁରୋ) : ନା ହେବ ବିରୋଧ ନା କିଏ କରିବ ପ୍ରତିବାଦ। ଏଥର ପ୍ରେମ ଦିବସରେ ମନେପଡ଼ିବେ ଶହୀଦ ଯବାନମାନେ। ପାର୍କ ହେଉ କି ପର୍ଯ୍ୟଟନସ୍ଥଳୀ,...

ଘନୀଭୂତ ହେଉଛି ବାତ୍ୟା ଅମ୍ଫାନ: ଓଡ଼ିଶା ଉପକୂଳ ଦେଇ ଗତି କରିବା ସମ୍ଭାବନା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଗୁରୁବାର ଏହା ଅବପାତ (ଡିପ୍ରେଶନ)ରେ ପରିଣତ...

ରାଜ୍ୟରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ଦୀର୍ଘ ଦିନ ପରେ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳକୁ ଖସିଛି। କରୋନା ପ୍ରକୋପ କମିବାରୁ...

ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ...

ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ...

Advertisement
Archives

Model This Week