Posted inଜାତୀୟ

‘ବଞ୍ଚିଥିବା ଯାଏ ସିଏଏ ଲାଗୁ କରାଇଦେବିନି’

କୋଲକାତା,୧୭ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ କୋଲକାତାରେ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ବଞ୍ଚିଥିବା ଯାଏ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ କରାଇଦେବେନି ବୋଲି ରାଲିରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିିଛନ୍ତି। କେବଳ ତାଙ୍କ ମରଶରୀର ଉପରେ ଏହା ଲାଗୁ ହୋଇପାରେ। ସାହସ ଥିଲେ କେନ୍ଦ୍ର ତାଙ୍କ ସରକାରକୁ ଭାଙ୍ଗିଦେଉ କିମ୍ବା ତାଙ୍କୁ ଜେଲ୍‌ରେ ଭର୍ତ୍ତି କରୁ ବୋଲି ମମତା ଆହ୍ବାନ ଦେଇଛନ୍ତି।
ରାଜ୍ୟରେ ହିଂସା ସୃଷ୍ଟି ଲାଗି ଭାଜପା କିଛି ଲୋକଙ୍କୁ ଟଙ୍କା ଦେଉଛି। ରାଜ୍ୟ ବାହାରର କେତେକ ଶକ୍ତି ନିଜକୁ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବୋଲି ପରିଚୟ ଦେଇ ଭଙ୍ଗାରୁଜା ପୋଡ଼ାଜଳାରେ ସାମିଲ ହୋଇଥିବା ମମତା ଅଭିଯୋଗ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଲକ୍ଷ୍ୟ କରି ସେ ଏଭଳି କହିଥିଲେ। ଟିଏମ୍‌ସି ଅଧ୍ୟକ୍ଷାଙ୍କ ନେତୃତ୍ୱରେ ରେଡ୍‌ ରୋଡରୁ ଜୋରାସାଙ୍କୋ ଠାକୁରବାଡ଼ି ପର୍ଯ୍ୟନ୍ତ ବିଶାଳ ରାଲିରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ। ସିଏଏ ରଦ୍ଦ ନ ହେବା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିବ। ଯଦି ଭାଜପା ଭାବୁଥାଏ ବଳ ପ୍ରୟୋଗ କରି ଆଇନକୁ କାର୍ଯ୍ୟକାରୀ କରିବ, ତେବେ ତା’ର ପରିଣତି ଭୟାବହ ହେବ ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି॥ ପଶ୍ଚିମବଙ୍ଗରୁ ଜଣେ ହେଲେ ବାହାରିବେ ନାହିଁ। ରାଜ୍ୟବାସୀ ସବୁ ଜାତି, ଧର୍ମ ସମ୍ପ୍ରଦାୟ ସହ ଏକତ୍ର ବସବାସରେ ବିଶ୍ୱାସ କରନ୍ତି। ଆନ୍ଦୋଳନକାରୀ ଭଙ୍ଗାରୁଜା ଓ ପୋଡ଼ାଜଳାରେ ସାମିଲ ନହେବାକୁ ମମତା ପରାମର୍ଶ ଦେଇଥିଲେ।
ସିଏଏକୁ ବିରୋଧ କରି ପଶ୍ଚିମବଙ୍ଗର ବିଭିନ୍ନ ଜିଲାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। କେତେକ ସ୍ଥାନରେ ଏହା ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀ ଟ୍ରେନ, ବସ୍‌ ପୋଡିବା ସହ ରେଳଷ୍ଟେଶନ ଓ ଦୋକାନ ଜାଳିଦେଇଥିଲେ। ଫଳରେ ପଶ୍ଚିମବଙ୍ଗରୁ ବିଭିନ୍ନ ରାଜ୍ୟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ମମତା ନିନ୍ଦା କରିଥିଲେ। ଭାଜପା ଅନ୍ୟ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ କହିଲାବେଳେ ନିଜ ଦ୍ୱାରା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଟିଏମ୍‌ସି ନେତ୍ରୀ କହିଥିଲେ। ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ଲକ୍ଷ ଲକ୍ଷ ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଆବଶ୍ୟକ ହେଲେ ଶ୍ୟାହି ବଦଳରେ ନିଜ ରକ୍ତରେ ପତ୍ର ଲେଖିବାକୁ ମମତା କହିଛନ୍ତି।
ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖର ରାଲିକୁ ଅସାମ୍ବିଧାନିକ ଓ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ରାଜ୍ୟରେ ପୂର୍ବସ୍ଥିତି ଫେରାଇ ଆଣିବା ଉପରେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ଭାଜପା, ହିମାଚଳରେ କଂଗ୍ରେସ

ନୂଆଦିଲ୍ଲୀ,୬ା୧୨:ସଦ୍ୟ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପୁଣି ଥରେ ବିଜୟୀ ହୋଇପାରେ। ଏଠାରେ ଭାଜପା ୧୩୧ ଆସନ ଦଖଲ କରି...

ଆମର ସଂକଳ୍ପ ଏକ ବିକଶିତ ଭାରତ: ପ୍ରଧାନମନ୍ତ୍ରୀଙ୍କ ୫ ଶପଥ…

ନୂଆଦିଲ୍ଲୀ, ୧୫।୮ : ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା...

‘ରାମକଥା’ ଉତ୍ସବ ଚାଲିଥିବାବେଳେ ଭୁଶୁଡିଲା ମଞ୍ଚ: ୧୪ ମୃତ

ଜୟପୁର, ୨୩।୬: ରାଜସ୍ଥାନର ବାରମେରରେ ‘ରାମକଥା’ ଉତ୍ସବ ଚାଲିଥିଲାବେଳେ ମଞ୍ଚ ଭୁଶୁଡି ପଡିଛି। ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୫ଜଣ ଆହତ ହୋଇଛନ୍ତି। ହଠାତ୍‌ ବର୍ଷା...

ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ

ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ...

ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି...

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ବଳରାମପୁର,୨୩।୪: ଝାଡଖଣ୍ଡ-ଛତିଶଗଡ଼ ସୀମାରେ ଥିବା ବନ୍ଦରଚୁଆ ନିକଟରେ ମଙ୍ଗଳବାର ସକାଳେ ଏକ ଆଇଇଡି ବିସ୍ଫୋରଣ ହୋଇଛି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ କେହି ମୃତାହତ...

ଫ୍ଲୋର ଟେଷ୍ଟରେ ଜଣାପଡ଼ିବ ବହୁମତ କାହା ପାଖରେ: ପାଓ୍ବାର

ମୁମ୍ବାଇ,୨୩।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାବିକାଶ ଅଘାଢ଼ି(ଏମ୍‌ଭିଏ) ସରକାରଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ସେ କହିଛନ୍ତି,...

ରାସ୍ତା ଉପରେ ଅପରାଧୀଙ୍କୁ ବସଉଠ୍‌ କରାଇଲେ ପୋଲିସ

ଭୋପାଳ,୨୧।୮: ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ୪ର୍ଥ ଥର ସ୍ବଚ୍ଛତା ପାଇଁ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ମାନ୍ୟତା ହାସଲ କରିଛି। ସହର ପରେ...

Advertisement
Archives

Model This Week