ବଜ୍ରପାତରେ ୬ ମୃତ, ୪ ଗୁରୁତର

ଭୁବନେଶ୍ୱର, ୨୧ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ଟଳି ନ ଥିବାବେଳେ ପୁଣି ଆରମ୍ଭ ହୋଇଛି ବର୍ଷା। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏପରିସ୍ଥଳେ ବଜ୍ରପାତ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ଅପରାହ୍ନରେ ହୋଇଥିବା ବଜ୍ରପାତ ୬ଜଣଙ୍କର ଜୀବନ ନେଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଚାଷୀ। କେବଳ କେନ୍ଦ୍ରାପଡ଼ା ଜିଲାରେ ୫ଜଣ ମୃତ ଓ ୨ଜଣ ଆହତ ହୋଇଛନ୍ତି। ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଗୋତ୍ରବିଲ ଗ୍ରାମର ଅଜୟ ନାୟକ(୪୫) ଓ ତିକନପୁର ପଞ୍ଚାୟତ ମରିଲୋ ଗ୍ରାମର ଦିଲୀପ ମଲ୍ଲିକ(୪୭) ବିଲରେ ଚାଷ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ମହାକାଳପଡ଼ା ବ୍ଲକ କରଞ୍ଜ ପଞ୍ଚାୟତ ଅଧୀନ କରଞ୍ଜ ଗ୍ରାମର ଦୁଇଜଣ ଚାଷୀ ରଙ୍ଗନାଥ ବେହେରା(୫୦) ଓ ପାପୁନି ଦାସ (୨୨)ଙ୍କ ଉପରେ ବଜ୍ରପାତ ହେବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ସେହିପରି ମାର୍ଶାଘାଇ ବ୍ଲକ ବାଲିକଷୋଟି ଗ୍ରାମର ବିଜୟ କୁମାର ନାୟକ(୬୨)ଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେପଟେ ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବନ୍ତୁ ଭୋଇସାହି ଗ୍ରାମର ଗୀତା ଭୋଇ(୪୫)ଙ୍କର ମୃତ୍ୟୁ ହୋଇଥିବାବେଳେ ଉକ୍ତ ଗ୍ରାମର ବିଜୟ ଭୋଇ(୫୫) ଓ ଚଞ୍ଚଳ ଭୋଇ(୫୦) ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାକୁ ବଜ୍ରପାତ ଆଶଙ୍କା ରହିଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଓ ବୌଦ୍ଧ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଲଘୁଚାପ ବର୍ଷା ଆଉ ୩ଦିନ ପ୍ରବଳ ବର୍ଷିବ। ତେବେ ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗୁରୁବାର ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ଓ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୩ ତାରିଖରେ ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂଭରଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଏବଂ ୨୪ରେ ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଓ ନୂଆପଡ଼ା ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ବିଦେଶୀ ଫେରନ୍ତା ପଜିଟିଭ୍‌

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶୀ ଫେରନ୍ତା କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନୋମ ସିକ୍ୱେନ୍ସିଂ ହୋଇଥିଲା। ସେମାନେ...

ସହ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ: କୋଲକାତାରୁ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବାସୁଦେବପୁର,୩।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ତହସିଲ ଅଧୀନ ବେତଡ଼ା ସହ ରାଜସ୍ବ ନିରୀକ୍ଷକ ସୁରେଶ ଚନ୍ଦ୍ର ସିହ୍ନାଙ୍କୁ ଗତ ୧୪ ତାରିଖରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ...

ଟ୍ରେନ ଦୁର୍ଘଟଣା: ୨୮୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି…

ସୋର,୩।୬(ଡି.ଏନ.ଏ): ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର...

ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍‌ର...

ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା...

ନୂଆ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ସାମିଲକୁ ଗୁରୁତ୍ୱ

ଭୁବନେଶ୍ୱର,୫।୯(ବ୍ୟୁରୋ):ସାମ୍ପ୍ରତିକ ସମୟରେ ବିଶ୍ୱ ଅନେକ ପରିବେଶ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହେଉଛି। ଏହା କେବଳ ମାନବ ଜାତି ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତର ଅସ୍ତିତ୍ୱ...

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

ଢେଙ୍କାନାଳ,୧୨।୮: ଢେଙ୍କାନାଳସ୍ଥିତ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାଣୀ ଉଦ୍ୟାନରେ ଥିବା ୬ ହାତୀଙ୍କୁ ଚନ୍ଦନ,...

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଛୁଇଁଲା

ଭୁବନେଶ୍ୱର,୨।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

Advertisement
Archives

Model This Week