ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଜମିରେ କାମ କରୁଥିବାବେଳେ ବଜ୍ରପାତରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପଦ୍ମପୁର ଗ୍ରାମର ଦୁଇଜଣ ଯୁବକ ବସିଥିବା ବେଳେ ବଜ୍ରପାତରେ ବେହୋସ ହୋଇପଡ଼ିଥିଲେ। ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାପ୍ରଭଙ୍କୁ ଅସମ୍ମାନ, ଶାଢ଼ିରେ ଜଗନ୍ନାଥଙ୍କ ଚିତ୍ର ଦେଖି ତେଜିଲା ଅସନ୍ତୋଷ

ଭୁବନେଶ୍ୱର,୧୨ା୬: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ିରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ି କାନିରେ ତିନି ରଥ ଓ…

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…

ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା: ଜୁଲାଇ ୧୫ ସୁଦ୍ଧା ଆରମ୍ଭ ହେବ…

ନୂଆଦିଲ୍ଲୀ,୧୨।୬: ରେଳ ଟିକେଟ ବୁକ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏକ ନୂତନ IRCTC ୱେବସାଇଟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଲୋକମାନେ…

ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ ପାଇଁ ଦାବି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ (ପରିବେଶ ପର୍ଯ୍ୟଟନ) ପାଇଁ ଦାବି ହୋଇଛି। ଏନେଇ ଶୁକ୍ରବାର ଭବାନୀପାଟଣାରେ ଜଙ୍ଗଲ ଓ…

ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…

ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ଅଟୋ ରିକ୍ସା ଶୋଭାଯାତ୍ରା: ଏହିସବୁ ଦାବି ରଖିଲେ…

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିସହ…

୪ର୍ଥ ବାଟାଲିଅନ ଆଇଆର୍‌ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍‌ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri