ବଜ୍ରପାତରେ କ୍ଷତିଗ୍ରସ୍ତ ହେଲା ମନ୍ଦିର ଦଧିନଉତି

ଚମ୍ପୁଆ,୯ା୬ (ଡି.ଏନ.ଏ.)- ଚଳିତ ବର୍ଷ ବଜ୍ରପାତ ଯୋଗୁ ନାହିଁ ନ ଥିବା କ୍ଷୟକ୍ଷତି ଘଟିବାରେ ଲାଗିଛି। କେତେବେଳେ ଜନଜୀବନ ନଷ୍ଟ ହେଉଛି ତ କେତେବେଳେ ଗୃହ ପାଳିତ ପଶୁଙ୍କ ଜୀବନ ଚାଲିଯାଉଛି। ନିୟମିତ ବ୍ୟବଧାନରେ ଅପରାହ୍ନରେ ବର୍ଷା ସହ ଏହି ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିରଖିଛି। ସେହିପରି ଗତ ସୋମବାର ଅପରାହ୍ନରେ ଚମ୍ପୁଆ ନିକଟବର୍ତ୍ତୀ ଝାଡ଼ଖଣ୍ଡ ସୀମାରେ ପ୍ରସିଦ୍ଧ ରାମତୀର୍ଥଠାରେ ରାମେଶ୍ୱର ମହାଦେବ ମନ୍ଦିର ଏହି ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ସୋମବାର ଅପରାହ୍ନରେ ପ୍ରଚଣ୍ଡ ଶବ୍ଦ କରି ମନ୍ଦିରରେ ବଜ୍ରପାତ ଘଟିଥିଲା। ଏହି ବଜ୍ରପାତ ଫଳରେ ମୁଖ୍ୟ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ମନ୍ଦିର କମିଟି ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି। ଏଥିରେ କାହାର ଜୀବନହାନି ହୋଇନାହିଁ। ଏ ନେଇ ମନ୍ଦିର କମିଟି ଅଧ୍ୟକ୍ଷ ସନତ ପ୍ରଧାନ କହିଛନ୍ତି ଯେ, ମନ୍ଦିରର କ୍ଷୟକ୍ଷତି ସମ୍ବନ୍ଧରେ ପ୍ରଶାସନକୁ ସୂଚନା ଦେଇସାରିଛୁ। ପ୍ରଶାସନ ଆସି ଏହାର ତଦାରଖ କରିବା ପରେ ମନ୍ଦିର କମିଟି ପକ୍ଷରୁ ବୈଠକ ଡକାଯିବ ଏବଂ ମନ୍ଦିରରେ ବିଜୁଳି ପ୍ରତିରୋଧକ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ବଳାତ୍କାର, ନାବାଳକ ପୁଅ ସହ ଅପ୍ରାକୃତିକ ଯୌନ କ୍ରିୟା: ନୟାଗଡ଼ ଡିଇଓ କାର୍ଯ୍ୟାଳୟର ଷ୍ଟେନୋଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୨୬ା୧୧: ମା’କୁ ବଳାତ୍କାର, ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮)...

ବୟାଳିରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ଗୋପାଳପୁର,୧୩।୬- ବିଜୁ କନ୍ୟାରନତ୍ ଯୋଜନାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଗୁରୁବାର ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡ଼ି ପଞ୍ଚାୟତ ବୟାଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ...

ଆହତ ହରିଣ ମୃତ

କେନ୍ଦୁଝର, ୭।୪(ସ୍ବ.ପ୍ର./ ଡି.ଏନ୍‌.ଏ.)-କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ନିକଟ ତେନ୍ତଳାପଶି ପଞ୍ଚାୟତ ଅଧୀନ ମଶୀନାବିଲା ଗ୍ରାମରୁ ବନ ବିଭାଗ ଏକ କ୍ଷତ ବିକ୍ଷତ ଅଣ୍ଡିରା...

ପାନୀୟ ଜଳ ପାଇଁ ରୋଗୀ ହନ୍ତସନ୍ତ : ଥଣ୍ଡା ପ୍ରକଳ୍ପରୁ ବାହାରୁଛି ତତଲା ପାଣି

ଅନୁଗୋଳ ଅଫିସ, ୧୩।୬ – ଅବ୍ୟବସ୍ଥିତ ଚିକିତ୍ସା ନେଇ ଚର୍ଚ୍ଚାରେ ରହିଆସୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକଳ୍ପ ଓ ସରଞ୍ଜାମର ରକ୍ଷଣାବେକ୍ଷଣ ତଥା...

ଅବକାରୀ ଚଢ଼ାଉ, ୬ ଗିରଫ

ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ଭୁବନ ଥାନା ଟିପିଲେଇ...

ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ

ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ...

ସମୁଦ୍ର ଜୁଆର ମାଡରେ ୩୦ ପରିବାରର ବାସଗୃହ ଧ୍ୱସ୍ତବିଧ୍ୱଂସ୍ତ

ଚିକିଟି,୨୮ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତ ସମୁଦ୍ରତଟବର୍ତ୍ତୀ ଗ୍ରାମ ରାମେୟାପାଟଣା ବୁଧବାର ସକାଳେ ପୁଣି ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଜୁଆର...

୩ ବର୍ଷ ପରେ ଅଙ୍ଗନୱାଡି ଶିଶୁଙ୍କୁ ମିଳିଲା ପୋଷାକ

ଛତ୍ରପୁର,୧୯।୪(ଡି.ଏନ୍‌.ଏ .) : ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୯ ନମ୍ବର ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ଦୀର୍ଘ ୩ ବର୍ଷ ପରେ ପୋଷାକ...

Advertisement
Archives

Model This Week