ବଜ୍ରପାତରୁ ସୁରକ୍ଷା ଦେବ ‘ମିଶନ ତାଳ’

କପ୍ତିପଦା,୨୬ା୮(ଡି.ଏନ୍‌.ଏ.)- ‘ମିଶନ ତାଳ’ର ଉଦ୍‌ଘାଟନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୁରସ୍କୃତ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ମୟୂରଭଞ୍ଜ ଜିଲା କପ୍ତିପଦା ମଣ୍ଡଳ ଶିକ୍ଷାଧିକାରୀ ଶଶୀଧର ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।
ଆଗରୁ ସବୁ ଗାଁରେ ଅନେକ ତାଳଗଛ ଥିଲା। ଏବେ ଏହି ଗଛ ଆଉ ଦେଖିବାକୁ ମିଳୁ ନାହିଁ ା ଏହା ବଜ୍ରପାତରୁ ସମସ୍ତଙ୍କୁ ସୁରକ୍ଷା ଦେଉଥିଲା। ସମ୍ପ୍ରତି ବିଶ୍ୱ ତାପନ ସମସ୍ୟା ଯୋଗୁ ବଜ୍ରପାତ ଜନିତ ଦୁର୍ଘଟଣା ବଢିବାରେ ଲାଗିଛି ା ଆଗକୁ ଏହାର ପ୍ରଭାବ ଅଧିକ ରହିବ ବୋଲି ପରିବେଶବିତମାନେ ମତ ଦେଉଛନ୍ତି ା ଯଦି ବିଭିନ୍ନ ଅଞ୍ଚଳରେ ତାଳଗଛ ରୋପଣ କରାଯିବ, ତେବେ ପ୍ରାକୃତିକ ଉପାୟରେ ବଜ୍ରପାତ ବିପତ୍ତିରୁ ରକ୍ଷା ପାଇ ହେବ ବୋଲି ଉତ୍ସବରେ ବକ୍ତା ଓ ଅତିଥି କହିଥିଲେ। ତାଳ ଗଛର ଅନେକ ଉପକାରୀ ଗୁଣ ରହିଛି। ତାଳୁରୁ ତଳିପା ଯାଏ ଏହି ଗଛ ଚାଷୀଙ୍କ ଉପକାରରେ ଲାଗେ । ବୈଜ୍ଞାନିକ ଦୃଷ୍ଟିକୋଣ ଅନୁଯାୟୀ ତାଳଗଛ ବିଜୁଳିକୁ ଆକର୍ଷିତ କରି ମୃତ୍ତିକାକୁ ଛାଡ଼ିଥାଏ। ଏହା ଦ୍ୱାରା ବଜ୍ରପାତଠାରୁ ପ୍ରାଣୀକୁଳ ସୁରକ୍ଷା ପାଆନ୍ତି। ଏହାଦ୍ୱାରା ପରିବେଶ ମଧ୍ୟ ସନ୍ତୁଳିତ ରହେ। ଏଣୁ ବିଭିନ୍ନ ଅଞ୍ଚଳରେ ତାଳଗଛ ଚାରା ରୋପଣ ଉପରେ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ କପ୍ତିପଦା ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଜରିଆରେ ଚାରା ରୋପଣ ଲାଗି ରଖାଯାଇଥିବା ଲକ୍ଷ୍ୟ ସମ୍ପର୍କରେ ଶିକ୍ଷାଧିକାରୀ ସୂଚନା ଦେବା ସହ ତାଳଗଛର ଉପକାରିତା ସମ୍ପର୍କରେ ଅଧିକ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ତାଳ ମିଶନକୁ ଅଧିକ ପ୍ରସାରିତ କରିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରାଯିବ ବୋଲି ସଭାରେ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଟରେ ପଡ଼ିଛନ୍ତି ଡମ୍ବରୁଧର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋକସରା, ୭।୬ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଭିର୍କାପଡାର ଡମ୍ବରୁଧର ସେଠୀ (୬୩)। ଗତ ୨ମାସ ହେବ ସେ ଖଟରେ...

ରକ୍ଷାବନ୍ଧନ ପାଳିତ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଛାତ୍ରୀଛାତ୍ରମାନେ ରାଖୀ ଗୀତ ବୋଲିବା ପରେ ପରସ୍ପରକୁ ରାଖୀ ବାନ୍ଧି...

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର...

ଉଚ୍ଛେଦ ହେଲା ଏମାର ମଠ

ପୁରୀ ଅଫିସ, ୨୬ା୨: ବହୁଚର୍ଚ୍ଚିତ ତଥା ପୁରୀର ସବୁଠୁ ବିତ୍ତଶାଳୀ ମଠ ଭାବେ ପରିଚିତ ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ...

ରଥଖଳା ଚଳଚଞ୍ଚଳ, ଚଉଦନାହାକା କାମ ଆରମ୍ଭ

ପୁରୀ ଅଫିସ,୨୯।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି...

ହନୁମତିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ତଳମୁଣ୍ଡକୁ ପାଣି ଆସୁନି, ଚାଷୀ ହନ୍ତସନ୍ତ

ତେଲକୋଇ, ୨୫ା୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ହନୁମତିଆ କ୍ଷୁଦ୍ର ଜଳ ସେଚନ (ଡିମିରିଆ)ପ୍ରକଳ୍ପରୁ ତଳ ମୁଣ୍ଡକୁ ଜଳ ଯୋଗାଣ ହୋଇପାରୁନାହିଁ । ଏଥିଯୋଗୁ ସୂର୍ଯ୍ୟମୁଖି, ଆକୁଳ ମକା,...

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଚାଷୀଙ୍କ ସହାୟତା

ନୂଆଗାଁ, ୨୨।୪ (ଡି.ଏନ.ଏ.)-ବୁଧବାର ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଗ୍ରାମର ଚାଷୀ ବାସୁଦେବ ସାହୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ...

ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨ ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର...

Advertisement
Archives

Model This Week