ବଜେଟ ପ୍ରସ୍ତୁତି କାମ ଆରମ୍ଭ;୧୦ରୁ ଅର୍ଥମନ୍ତ୍ରଣାଳୟରେ ବାହ୍ୟ ପ୍ରବେଶ ବନ୍ଦ

ନୂଆଦିଲ୍ଲୀ,୫-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଯାଉଛି। ଏଭଳି ସ୍ଥିତିରେ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୋମବାରଠାରୁ ଅର୍ଥ ମନ୍ତ୍ରଣାଳୟରେ ‘କ୍ୱାରେଣ୍ଟାଇନ’ଲାଗୁ ହୋଇଯିବ। ଅର୍ଥାତ ଅର୍ଥ ମନ୍ତ୍ରଣାଳୟ ମଧ୍ୟକୁ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ ଉପରେ ଲାଗିବ କଟକଣା। ଏହା ଜୁଲାଇ ୫ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବଧିରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ସହ ବାହ୍ୟ ସମ୍ପର୍କ ଚ୍ଛିନ୍ନ ହୋଇଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜୁନ ୧୦ରୁ ଅର୍ଥ ମନ୍ତ୍ରଣାଳୟ ମଧ୍ୟକୁ ମିଡିଆ ଏବଂ ଅନ୍ୟ ବାହ୍ୟ ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ। ଏଥିସହିତ ନର୍ଥ ବ୍ଲକ୍‌ର ଅଧିକାରୀ,କର୍ମଚାରୀ ବ୍ୟକ୍ତିଗତ ଇ-ମେଲ୍‌,ଫୋନ ଆଦି ବ୍ୟବହାର କରିପାରିବେ ନାହିଁ। ସେହିପରି ଅର୍ଥ ମନ୍ତ୍ରଣାଳୟର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଆଇଏସ୍‌ଏଫ୍‌, ଦିଲ୍ଲୀ ପୋଲିସ ଏବଂ ଗୋଇନ୍ଦା ବାହିନୀ ଜଗିବେ। ବଜେଟ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀ,କର୍ମଚାରୀଙ୍କୁ ଭେଟୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ସେମାନଙ୍କ ନଜର ରହିବ।
୧୦ ଦିନ ପୂର୍ବରୁ ହୁଏ ହାଲ୍‌ଓ୍ବା ସେରିମନି
ବଜେଟ ଉପସ୍ଥାପନ ହେବାର ୧୦ ଦିନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ବେସ୍‌ମେଣ୍ଟରେ ଥିବା ପ୍ରିଣ୍ଟି ପ୍ରେସ୍‌ରେ ବଜେଟ ପୁସ୍ତିକା ଛାପା କାର୍ଯ୍ୟ ଆରମ୍ଭ ହୋଇଥାଏ। ଛପା ଆରମ୍ଭ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ହାଲ୍‌ଓ୍ବା ସେରିମନି ପାଳନ କରାଯାଇଥାଏ। ଏଥିରେ ଅର୍ଥ ମନ୍ତ୍ରୀ ପ୍ରଥମେ ହାଲ୍‌ଓ୍ବା ଗ୍ରହଣ କରିଥାନ୍ତି। ସୂଚନାଥାଉ କି, ବଜେଟ ପୁସ୍ତିକା ଛାପିବା କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନୀୟ ହୋଇଥାଏ। ଏଥିସହିତ ଜଡ଼ିତ ଜଟିଳ ପ୍ରକ୍ରିୟାକୁ ହାଲ୍‌କା କରିବା ଲାଗି ଏହି ସେରିମନିର ଆୟୋଜନ କରାଯାଇଥାଏ। ବଜେଟ ଛାପା ସହିତ ଜଡ଼ିତ ୧୦୦ ଅଧିକାରୀ ଓ କର୍ମଚାରୀ ୧୦ ଦିନ ପର୍ଯ୍ୟନ୍ତ ସାରା ଦୁନିଆରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଏପରିକି ସେମାନଙ୍କୁ ଘରକୁ ଯିବାର ଅନୁମତି ନ ଥାଏ।
ଡାକ୍ତରୀ ଦଳ ଉପସ୍ଥିତ ରହିବେ
ଅର୍ଥ ମନ୍ତ୍ରଣାଳୟରେ ୧୦ ଦିନ ଲାଗି ଏକ ଡାକ୍ତରୀ ଦଳ ଦିନ ରାତି ଉପସ୍ଥିତ ରହିବେ। ଯେକୌଣସି କର୍ମଚାରୀ ଅସୁସ୍ଥା ହେବା କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ। ଅସୁସ୍ଥ କର୍ମଚାରୀ ଏହି ୧୦ ଦିନ ଭିତରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇପାରିବେ ନାହିଁ।
ଇଣ୍ଟରନେଟ ସଂଯୋଗ କାଟି ଦିଆଯାଏ
ସୁରକ୍ଷା ଦୃଷ୍ଟିକୋଣରୁ ଯେଉଁ କମ୍ପ୍ୟୁଟରଗୁଡ଼ିକରେ ବଜେଟ ଡକ୍ୟୁମେଣ୍ଟ ରହିଥାଏ, ସେଗୁଡ଼ିକର ଇଣ୍ଡରନେଟ ଓ ଏନ୍‌ଆଇସିର ସର୍ଭରକୁ ଡିଲିଙ୍କ କରିଦିଆଯାଏ। ଫଳରେ କୌଣସି ପ୍ରକାର ହ୍ୟାକିଂର ଭୟ ନ ଥାଏ। ଏହି କମ୍ପ୍ୟୁଟରଗୁଡ଼ିକୁ କେବଳ ପ୍ରିଣ୍ଟିଂ ମେଶିନ ସହ ସଂଯୋଗ ରହିଥାଏ। ପ୍ରିଣ୍ଟିଂ ପ୍ରେସ୍‌ ନିକଟରେ କେବଳ ବଛା ବଛା କେତେଜଣ ଅଧିକାରୀ ହିଁ ଯାଇପାରନ୍ତି।
ବଜେଟ ଟିମ୍‌ର ସଦସ୍ୟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଛାଡ଼ିଦେଲେ ବଜେଟ ଟିମ୍‌ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର, ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଦୀପିମ ସଚିବ ଅତନୁ ଚକ୍ରବର୍ତ୍ତୀ ଏବଂ ଆର୍ଥିକ ସେବା ସଚିବ ରାଜୀବ କୁମାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?