ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ ବ୍ଲକ୍‌ରେ କ୍ୱାରାଣ୍ଟାଇନ ଲାଗୁ ହୋଇଯାଇଛି। ଏହାର ଅର୍ଥ ନର୍ଥ ବ୍ଲକ୍‌ ଉପରେ କଡ଼ ନଜର ରଖାଯାଉଛି। ବଜେଟ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ଗୋପନୀୟ କରିବା ଲାଗି ଏହି ବ୍ୟବସ୍ଥା ଆପଣାଯାଉଛି। ଅର୍ଥ ମନ୍ତ୍ରଣାଳୟର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଥିବା ବେଳେ ଏଥିସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ନର୍ଥ ବ୍ଲକ୍‌ରେ ରହିବାକୁ ପଡ଼ିଥାଏ। ବଜେଟ ଉପସ୍ଥାପନ ଦିନ ଅର୍ଥାତ ଜୁଲାଇ ୫ ତାରିଖ ଯାଏ ସେମାନେ ନର୍ଥ ବ୍ଲକ୍‌ରେ ଏକପ୍ରକାର ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ରହିବେ। ଏପରିକି ସେମାନଙ୍କର ପରିବାର ସହ ସମ୍ପର୍କ ଚ୍ଛିନ୍ନ କରିଦିଆଯାଏ। ବଜେଟ ପ୍ରସ୍ତୁତି ବେଳେ ଏକ ଗୋପନୀୟ କାଗଜରେ ପ୍ରମୁଖ ପରିସଂଖ୍ୟାନକୁ ଲେଖାଯାଇଥାଏ। ଏହି କାଗଜର ରଙ୍ଗ ନୀଳ ହୋଇଥିବାରୁ ଏହାକୁ ବ୍ଲୁ ସିଟ୍‌ କୁହାଯାଏ। ଏଥିରେ ଉଲ୍ଲିଖିତ ତଥ୍ୟ ଆଧାରରେ ବଜେଟ ଗଣନା କରାଯାଏ। ନୂଆ ତଥ୍ୟ ସାମ୍ନାକୁ ଆସିବା ମାତ୍ରେ ଏଥିରେ ସଂଶୋଧନ କରାଯାଇଥାଏ। ଏହା ବଜେଟ ସହ ଜଡ଼ିତ ସର୍ବାଧିକ ଗୋପନୀୟ ସାମଗ୍ରୀ ଭିତରେ ଏହାକୁ ଗ୍ରହଣ କରାଯାଉଛି। ଏଣୁ ଏହାର ସୁରକ୍ଷା ପାଇଁ ଯନତ୍ ନିଆଯାଏ। ଜଣେ ଯୁଗ୍ମ ସଚିବ(ବଜେଟ)ଙ୍କ ତତ୍ତ୍ୱାବଧାନରେ ଏହି ବ୍ଲୁ ସିଟ୍‌ ରହିଥାଏ। ସ୍ବୟଂ ଅର୍ଥ ମନ୍ତ୍ରୀ ମଧ୍ୟ ଏହି ସିଟ୍‌କୁ ଅର୍ଥ ମନ୍ତ୍ରଣାଳୟ ପରିସର ବାହାରେ ନେଇପାରିବେ ନାହିଁ। ବଜେଟ ଇତିହାସରୁ ଏହା ଜଣାପଡେ ଯେ, ୧୯୫୦ରେ ବଜେଟର କିଛି ଅଂଶ ପଦାରେ ପ୍ରକାଶ ପାଇଥିଲା। ଏହି କାରଣରୁ ବଜେଟକୁ ଗୋପନୀୟ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେତେବେଳେ ବଜେଟ ଛାପା କାର୍ଯ୍ୟ ରାଷ୍ଟ୍ରପତି ଭବନ ପରିସରରେ ଥିବା ଛାପାଖାନାରେ କରାଯାଇଥିଲା। ପରେ ସେହିବର୍ଷ ଏହାକୁ ମିଣ୍ଟୋ ରୋଡସ୍ଥିତ ସରକାରୀ ପ୍ରେସ୍‌ରେ କରାଗଲା। ୧୯୮୦ରୁ ନର୍ଥ ବ୍ଲକ୍‌ର ବେସ୍‌ମେଣ୍ଟସ୍ଥିତ ଛାପାଖାନାରେ ଆଜିଯାଏ ବଜେଟ ଛାପିବା କାର୍ଯ୍ୟ ହୋଇଆସୁଛି। ତେବେ କେତେକ ବିଶେଷଜ୍ଞଙ୍କ ମତରେ ବଜେଟକୁ ଏତେ ଗୋପନୀୟ କରିବାର ଆବଶ୍ୟକତା ନାହିଁ। କାରଣ ଜିଏସ୍‌ଟି ଭଳି ଅପ୍ରତ୍ୟକ୍ଷ ଟିକସ ସମେତ ବହୁ ବଡ଼ ବଡ଼ ଘୋଷଣା ଏବେ ବଜେଟର ଅଂଶବିଶେଷ ହୋଇ ରହିନାହିଁ। କେତେକ ଦେଶରେ ଏବେ ବଜେଟ ଉପସ୍ଥାପନ କରାଯିବାର ତିନି ମାସ ପୂର୍ବରୁ ଲୋକଙ୍କ ଠାରୁ ମତାମତ ନିଆଯାଇଥାଏ। ବାସ୍ତବରେ ବଜେଟକୁ ଗୋପନୀୟ ରଖିବାର ପରମ୍ପରା ବ୍ରିଟିଶ ଶାସନରୁ ରହି ଆସିଛି। ଅର୍ଥ ମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ଲାଗି ଏକ ବ୍ରିଫ୍‌କେଶ୍‌ ସଂସଦ ନେଇଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

EPFO ପେନସନଧାରୀଙ୍କ ପାଇଁ ବଡ଼ଖବର : EPF ପେନସନ ୧୦୦୦୦ରୁ ବଢ଼ି ହେବ ଏତିକ! ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ,୧।୫: ଜାତୀୟ ଆନ୍ଦୋଳନ କମିଟି (NAC)ର ମୁଖ୍ୟ ଦାବି ହେଉଛି EPS-୯୫ ଅଧୀନରେ ଆବୃତ ପେନସନଭୋଗୀଙ୍କ ପାଇଁ ସର୍ବନିମ୍ନ ମାସିକ ପେନସନ ୧,୦୦୦ରୁ ୭୫୦୦ କୁ ବୃଦ୍ଧି…

୯୯୩ ଟଙ୍କା ବଢ଼ିଲା ଗ୍ୟାସ ସିଲିଣ୍ଡର ଦର: ଆଜିଠୁ ଲାଗୁ

ନୂଆଦିଲ୍ଲୀ,୧।୫: ମେ ୧ରୁ ସାରା ଦେଶରେ ନୂତନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲାଗୁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦେଶର ସରକାରୀ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ…

ସରିଲା ନିର୍ବାଚନ, ବଢିଯିବ ପେଟ୍ରୋଲ-ଡିଜେଲ ଦର? ଭରି ଦିଅନ୍ତୁ ଟାଙ୍କି…

ନୂଆଦିଲ୍ଲୀ,୩୦।୪: ନିର୍ବାଚନ ପରେ ବଢିପାରେ ପେଟ୍ରୋଲ-ଡିଜେଲ ଦର! ଏସବୁ ଆଲୋଚନା ଭିତରେ ନିର୍ୱାଚନ ସରିଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ପେଟ୍ରୋଲ ରେଟ୍‌ ବଢିପାରେ। ନିର୍ୱାଚନ…

ସାବଧାନ! ଛୋଟ ପ୍ଲାନ, ବଡ଼ କ୍ଷତି; ପ୍ରତି ମାସର ‘ସବସ୍କ୍ରିପସନ’ ଜାଲରୁ ରୁହନ୍ତୁ ସାବଧାନ, ଖାଲି ହେଉଛି…

ନୂଆଦିଲ୍ଲୀ,୨୯।୪:ଆଜିକାଲିର ଡିଜିଟାଲ ଯୁଗରେ ଓଟିଟି (OTT) ପ୍ଲାଟଫର୍ମ, ମ୍ୟୁଜିକ ଆପ୍‌, କ୍ଲାଉଡ ଷ୍ଟୋରେଜ ୟଠାରୁ ଆରମ୍ଭ କରି ଜିମ୍‌ ପର୍ଯ୍ୟନ୍ତ ସବୁଥିରେ ସବସ୍କ୍ରିପସନ ନେବା ଏକ ସାଧାରଣ…

ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ! ୨.୫ ଲକ୍ଷ କୋଟି ଟଙ୍କାର ସ୍କିମ୍‌ ପାଇଁ ମଞ୍ଜୁରୀ ଦେଲା ଅର୍ଥ ମନ୍ତ୍ରଣାଳୟ,ଶୀଘ୍ର…

ନୂଆଦିଲ୍ଲୀ,୨୯।୪: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ବ୍ୟବସାୟିକ କ୍ଷେତ୍ରକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ କେନ୍ଦ୍ର…

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଦେଢଲକ୍ଷ ତଳକୁ ଖସିଲା ସୁନା, ୨୨k କିଣିଲେ ଦେବାକୁ ପଡିବ…

ନୂଆଦିଲ୍ଲୀ,୨୯।୪: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱ ସ୍ତରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ହ୍ରାସ ପାଇଛି, ଯାହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri