ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି

ନୂଆଦିଲ୍ଲୀ,୯ା୧୨: ଅର୍ଥ ମନ୍ତ୍ରଣାଳୟର ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା ଜଣାପଡିଛି। ସରକାରଙ୍କ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ଟିମ୍‌ରେ ଜଣେ ପୂର୍ଣ୍ଣକାଳୀନ ବ୍ୟୟ ସଚିବ ଏବଂ ଯୁଗ୍ମ ସଚିବ(ବଜେଟ) ଭାବେ କାମ କରୁଥିବା ପଦବୀ ଖାଲି ପଡିଛି। ୨୦୨୦ ଫେବୃୟାରୀରେ ସାଧାରଣ ବଜେଟ ଆସିବ। ଏହି ବଜେଟକୁ ନେଇ ଲୋକଙ୍କର ଅନେକ ଆଶା ରହିଛି। ଅର୍ଥ ବ୍ୟବସ୍ଥା ଏବେ ଜଟିଳ ସ୍ଥିତି ଦେଇ ଗତି କରୁଥିବା ବେଳେ ଏହାକୁ ସ୍ଥିତାବସ୍ଥାକୁ ଆଣିବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି। ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାବେଳେ ସରକାରଙ୍କ ବଜେଟ ଟିମରେ ୨ ଅଧିକାରୀଙ୍କ ସ୍ଥାନ ଗତ ୩ ମାସ ହେବ ପୂରଣ ହୋଇ ନାହିଁ। ବଜେଟ ପ୍ରସ୍ତୁତିରେ ଯୁଗ୍ମ ସଚିବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଜି.ସି ମୂର୍ମୁ ଜମ୍ମୁ କଶ୍ମୀର ଲ୍ୟୁଟନାଣ୍ଟ ଗଭର୍ନର ହେବା ପରେ ସେ କାର୍ଯ୍ୟ କରୁଥିବା ବ୍ୟୟ ସଚିବ ସ୍ଥାନ ମଧ୍ୟ ଖାଲି ପଡିଛି। ଅତନୁ ଚକ୍ରବର୍ତ୍ତୀଙ୍କୁ ବ୍ୟୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱିତୀୟ ବଜେଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ତେଲ ସଙ୍କଟ ବିଗାଡିଲା ବଜାର ମୁଡ୍‌;ଗୋଟିଏ ଦିନରେ ନିବେଶକ ହରାଇଲେ ୨.୭୨ ଲକ୍ଷ କୋଟି

ମୁମ୍ବାଇ,୧୮-୯: ସୌଦି ତେଲ କୂଅ ଉପରେ ଡ୍ରୋନ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରି ବିକ୍ରି କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ମୁଡ଼୍‌ ବିଗିଡିଯାଇଛି।...

‘ଷ୍ଟାର୍ଟଅପ୍‌ କରୁଥିବା ବ୍ୟକ୍ତି ହୋଇ ପାରିବେ ଧୀରୁଭାଇ ଅମ୍ବାନୀ’

ନୂଆଦିଲ୍ଲୀ, ୨୫-୨: ଛୋଟ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଦିନରେ ବହୁତ ବଡ ହେବାର ସମ୍ଭାବନା ରହିଛି। ଦେଶରେ ଷ୍ଟାର୍ଟ ଅପ୍‌ କରୁଥିବା ବ୍ୟକ୍ତି...

ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ୨୬ ହଜାର କୋଟି

ଭୁବନେଶ୍ୱର ,୧୪।୮: କୁକୁଡ଼ା ମାଂସ ଖାଇବା ଦ୍ୱାରା କୋଭିଡ୍‌ ବ୍ୟାପୁଥିବା ନେଇ ଏକ ଭୁଲ୍‌ ସୂଚନା ପ୍ରସାରଣ ହେବା ଯୋଗୁ ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ସହିବାକୁ...

ଗୁଜରାଟ ହୀରା କାରବାର ମାନ୍ଦା, ୧୫% ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ,୨୨।୮: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‌ ଓ୍ବାର୍‌ ପ୍ରଭାବ ଏବେ ଧୀରେ ଧୀରେ ଦୁଇଦେଶର ସୀମାସରହଦ ଅତିକ୍ରମ କରି ଅନ୍ୟ ଦେଶର ବାଣିଜ୍ୟକୁ...

କଳିଙ୍ଗ ନଗରରେ ହେବ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ

ନୂଆଦିଲ୍ଲୀ,୨୯-୬-ଓଡ଼ିଶାର ଯାଜପୁର ଜିଲା କଳିଙ୍ଗ ନଗରରେ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ(ଏନ୍‌ଆଇଏମ୍‌ଜେଡ୍‌) ସ୍ଥାପନ ହେବ। ଏସଂକ୍ରାନ୍ତ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଶୁକ୍ରବାର ଚୂଡାନ୍ତ ମଞ୍ଜୁରୀ...

ଶକ୍ତି ବିତରଣ କମ୍ପାନୀଙ୍କ୨୭ ହଜାର କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୩୦-୧୨: ଦେଶର ବିଦ୍ୟୁତ ବିତରଣ କରୁଥିବା କମ୍ପାନୀଗୁଡିକ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୨୭,୦୦୦ କୋଟି ଟଙ୍କାର କ୍ଷତି ସହିଥିବା ଶକ୍ତି ମନ୍ତ୍ରୀ ଆର୍‌.କେ. ସିହ୍ନା କହିଛନ୍ତି।...

ଅର୍ଥ କମିଶନ ସର୍ତ୍ତ ପ୍ରସଙ୍ଗରେ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତୁ: ମନମୋହନ

ନୂଆଦିଲ୍ଲୀ,୧୫-୯: ମୋଦି ସରକାର ୧୫ତମ ଅର୍ଥ କମିଶନଙ୍କ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବା ଲାଗି ଏକତରଫା ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ...

ନିରାପତ୍ତାକୁ ମାରୁତି ସୁଜୁକିର ପ୍ରାଥମିକତା

ନୂଆଦିଲ୍ଲୀ,୧୦।୫: କଟକଣା କୋହଳ ହେଉଥିବା ବେଳେ ଦେଶର ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏହାର ଶୋ’ରୁମ୍‌ଗୁଡିକରେ ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା ଦେଉଛି। ଶୋ’ରୁମ୍‌ରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *