ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ

ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି। ଏହି ରେଞ୍ଜରେ ଟ୍ରିଓ ଏବଂ ଟ୍ରିଓ ୟାରୀ ଭଳି ମଡେଲ ରହିଛି। ଏହି ମଡେଲଗୁଡିକୁ କମ୍ପାନୀ ଓଡିଶାର ଭୁବନେଶ୍ୱର ଏବଂ ବାଲେଶ୍ୱର ଭଳି ସହରରେ ପ୍ରାଥମିକ ପର୍ଯ୍ୟାୟରେ ଉପଲବ୍ଧ କରାଇବ। ଟ୍ରିଓ(ସେମି ହାର୍ଡ ଟପ୍‌)ର ବଜାର ଦର ୨.୯୭ ଲକ୍ଷ ଟଙ୍କା ରହିଥିବା ବେଳେ ଟ୍ରିଓ ୟାରୀ (ସେମି ହାର୍ଡ ଟପ୍‌)ର ମୂଲ୍ୟ ୧.୯୧ ଲକ୍ଷ ଟଙ୍କା ରହିଛି। ଦେଶର ୩ ହ୍ବିଲର ପ୍ଲାଟଫର୍ମରେ ପ୍ରଥମଥର ଲାଗି ଟ୍ରିଓ ମଡେଲରେ ଲିଥିୟମ୍‌ ଆୟନ ବ୍ୟାଟେରୀ ସଂଯୋଗ କରାଯାଇଛି। ଏହାକୁ ବ୍ୟକ୍ତିଗତ, ଫ୍ଲିଟ ଓନର, ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଗ୍ରାହକ ବ୍ୟବହାର କରିପାରିବେ। ଏଥିରେ ଗ୍ରାହକ ସର୍ବୋତ୍ତମ ମୂଲ୍ୟ ଲାଭ କରିବାକୁ ସକ୍ଷମ ହେବେ। ଏହି ମଡେଲଗୁଡିକରେ ପରିଚାଳନା ଖର୍ଚ୍ଚ ମଧ୍ୟ କମ୍‌ ରହିବ। କିମି ପିଛା ୫୦ ପଇସା ରନିଙ୍ଗ କଷ୍ଟ ଲାଗିବ। ଏହାବାଦ ସହଜ ଚାର୍ଜିଂ, ନିରାପତ୍ତା, ସ୍ମାର୍ଟ ଚଏସ୍‌ ଏଥିରେ ଗ୍ରାହକମାନେ ଲାଭ କରିପାରିବେ। ନ୍ୟୁନତମ ପରିଚାଳନା ଖର୍ଚ୍ଚ ଯୋଗୁ ଗ୍ରାହକ ଏହା ଦ୍ୱାରା ଅଧିକ ସଞ୍ଚୟ କରିପାରିବେ ବୋଲି ଯାନର ବଜାର ପ୍ରବେଶ ଅବସରରେ ମହିନ୍ଦ୍ରା ଇଲେକଟ୍ରିକର ସିଇଓ ମହେଶ ବାବୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri