ବଜାରରେ ଡିଜାଇନ୍‌ ପାଇନ ଟ୍ରି

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):ଆରମ୍ଭ ହୋଇଯାଇଛି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉମାତ୍ର କିଛିଦିନ ବାକି ରହିଥିବାବେଳେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି। ସହରର ଛକ, ବଜାରରେ କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ସାମଗ୍ରୀକୁ ନେଇ ଖୋଲିଲାଣି ଏକାଧିକ ସିଜିନ ସେଣ୍ଟର। ସେହିପରି ବଡ଼ ବଡ଼ ସପିଂ ମଲ୍‌ମାନଙ୍କରେ କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ଉପହାର ସାମଗ୍ରୀ, ଦାମୀ ଚକୋଲେଟ୍‌ ଆଦି ଉପଲବ୍ଧ ହେଲାଣି। ଏହାସହ ବଜାରରେ ଉପଲବ୍ଧ ଭଳିକି ଭଳି କ୍ରିସ୍‌ମାସ କେକ୍‌ ଗ୍ରାହକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।
ବିଭିନ୍ନ ଡିଜାଇନ୍‌ର କ୍ରିସ୍‌ମାସ କାର୍ଡ ସହ କ୍ୟାଣ୍ଡେଲ, ସାଣ୍ଟା ଟୟ, ସ୍ନୋ ମ୍ୟାନ୍‌, କ୍ରିସ୍‌ମାସ ଲ୍ୟାମ୍ପ, କ୍ରିସ୍‌ମାସ ବେଲ୍‌, କ୍ରିସ୍‌ମାସ ଟ୍ରି ଗ୍ରାହକଙ୍କ ପାଇଁ ଆକର୍ଷଣ ସାଜୁଛି। କ୍ରିସ୍‌ମାସକୁ ନେଇ ରାଜଧାନୀରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଥିବା ବେଳେ ୟୁନିଟ୍‌-୧ ମାର୍କେଟ, ଜୟଦେବ ବିହାର ରୋଡ୍‌ ଓ ସତ୍ୟନଗର ଚର୍ଚ୍ଚ ନିକଟରେ ଖୋଲିଥିବା କ୍ରିସ୍‌ମାସ ସିଜିନ ସେଣ୍ଟରଗୁଡିକରେ ଏବେଠାରୁ ପ୍ରବଳ ଭିଡ଼ ଦେଖାଯାଉଛି। ଚଳିତବର୍ଷ କ୍ରିସ୍‌ମାସ ଟ୍ରି ପ୍ରସ୍ତୁତ କରିବା ପାଇଁ ଭଳିକି ଭଳି ପେପର ଅର୍ନାମେଣ୍ଟ ସହ ଆର୍ଟିଫିସିଆଲ ପାଇନ ଟ୍ରି, ହ୍ୟାଙ୍ଗିଙ୍ଗ ଲ୍ୟାମ୍ପ୍‌, ଗୋଲ୍ଡେନ ବଲ୍‌ବ, ରଙ୍ଗିନ ତାରାର ଅଧିକ ଡିମାଣ୍ଡ ରହିଛି। ଏଥର ପ୍ଲାଷ୍ଟିକ୍‌ ଉପରେ କଟକଣା ଲାଗିଥିବାରୁ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌କୁ ନେଇ ଟ୍ରି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଆଗରୁ ବଜାରରେ ସାଧାରଣ ସାଣ୍ଟାକ୍ଲଜ୍‌ କଣ୍ଡେଇ ମିଳୁଥିବା ବେଳେ ଏବେ ବ୍ୟାଟେରୀ ଚାଳିତ ଅତ୍ୟାଧୁନିକ ସାଣ୍ଟାକ୍ଲଜ୍‌ ଆସୁଛି। ବ୍ୟାଟେରୀ ଚାଳିତ ଡ୍ୟାନ୍‌ସିଂ ସାଣ୍ଟା, ତାଇୱାନ୍‌ କ୍ରିସ୍‌ମାସ ଟ୍ରି, ସାଣ୍ଟା ଲ୍ୟାଡର, କ୍ରିସ୍‌ମାସ କୁସନ୍‌ ଏବଂ ସେନ୍‌ସର କ୍ୟାଣ୍ଡେଲ ଭଳି ଭିନ୍ନ ଧରଣର ଉପହାର ନେବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି। ସେହିଭଳି ଏଥର କ୍ରିସ୍‌ମାସ ଗିଫ୍ଟରେ ରହିଛି ଡ୍ରାଏଫ୍ରୁଟ୍‌ସ, ଚକୋଲେଟ୍‌, ଫ୍ରୁଟ୍‌ସ ଭଳି ବିଭିନ୍ନ ସ୍ବାସ୍ଥ୍ୟକର ଖାଦ୍ୟକୁ ନେଇ ପ୍ରସ୍ତୁତ ସ୍ବତନ୍ତ୍ର ବାସ୍କେଟ୍‌। ଲୋକେ ନିଜ ପସନ୍ଦ ମୁତାବକ ଏହି ବାସ୍କେଟକୁ କଷ୍ଟମାଇଜ୍‌ଡ କରି ନିଜ ବନ୍ଧୁ ପରିଜନଙ୍କୁ ଉପହାର ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଲୋକଙ୍କୁ ସ୍ବର୍ଗଦ୍ୱାର ମନା: କରାଯିବନାହିଁ ସତ୍କାର

ପୁରୀ ଅଫିସ,୭।୭: ବୁଧବାରଠାରୁ ପୁରୀ ସ୍ବର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଲାଗିଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ...

ଡିପୋରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ

ଭଞ୍ଜନଗର,୧।୪: ଭଞ୍ଜନଗର କଲେଜ ରୋଡ଼ରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଗୁରୁବାର ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କାଠ ଜଳିଯାଇଛି।...

ଷ୍ଟାର୍ଟ କରିଦେବାକୁ କହି, ସ୍କୁଟି ଧରି ଛୁ…

ପଦ୍ମପୁର,୨୮।୬: ସ୍କୁଟି ଷ୍ଟାର୍ଟ କରିଦେବାକୁ କହି ଗାଡ଼ି ନେଇ ଫେରାର ହୋଇଯିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭଦ୍ରକ ଗ୍ରାମାଞ୍ଚଳ...

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ...

ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିବା ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ମୋରଡ଼ା,୨୮।୬ (ଡି.ଏନ.ଏ.):ରକ୍ତଦାନ କରି ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଛନ୍ତି ଆଶାକର୍ମୀ। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଧଡ଼ାସାହି ପଞ୍ଚାୟତ...

ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର ଘଟଣା : ଦୁଇ ମୋଷ୍ଟଓ୍ବାଣ୍ଟେଡ୍‌ଙ୍କୁ ଧରିବାକୁ ଚଢ଼ାଉ ଜୋର୍‌ଦାର

ଭୁବନେଶ୍ୱର,୧।୭ (ବ୍ୟୁରୋ) : ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ ଚଢ଼ାଉ ସମୟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ...

ଆଞ୍ଚଳିକ ଖାଦ୍ୟ ସହ ଅବଗତ କରାଇବାକୁ ପ୍ରୟାସ

ଭୁବନେଶ୍ୱର, ୧୫।୨ ୧୪ା୨(ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନ ୨୧ କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ...

୨୪୮.୫୧ କୋଟିର ଶ୍ରୀମନ୍ଦିର ବଜେଟ

ପୁରୀ ଅଫିସ,୨୬ା୪:୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍‌ରେ ୨୪୮ କୋଟି ୫୧ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ବଜେଟ୍‌ରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବାୟତ ପାଉଣା,...

Advertisement
Archives

Model This Week