ବଜାରରୁ ୩.୨ ଲକ୍ଷ କୋଟି ଉଠାଇବେ ରାଜ୍ୟ

ନୂଆଦିଲ୍ଲୀ,୯।୪: ଚଳିତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟଗୁଡିକ ବଜାରରୁ ୩.୨ ଲକ୍ଷ କୋଟି ଟଙ୍କା ଉଠାଇବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଅନୁମତି ପ୍ରଦାନ କରିଛି। ଏବେ କରୋନା ଭାଇରସ ପାଇଁ ରାଜ୍ୟଗୁଡିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ରାଜ୍ୟଗୁଡିକ ଏ ନେଇ କେନ୍ଦ୍ରକୁ ଅର୍ଥ ମାଗିଥିଲେ। ନିଜର ଖର୍ଚ୍ଚ ପୂରଣ କରିବା ଲାଗି ରାଜ୍ୟ ବଜାରରୁ ଅର୍ଥ ଉଠାଇ ପାରିବେ ବୋଲି ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖୋଲା ବଜାରରୁ ରାଜ୍ୟଗୁଡିକ ଋଣ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖାଯାଇଛି। ଏହି ଯୋଜନା ମୁତାବକ ପଶ୍ଚିମବଙ୍ଗ ୨୦,୩୬୨ କୋଟି, ମହାରାଷ୍ଟ୍ର ୪୬,୧୬୨ କୋଟି, ଉତ୍ତର ପ୍ରଦେଶର ୨୯,୧୬୨ କୋଟି, କର୍ନାଟକ ୨୭,୦୫୪ କୋଟି, ଗୁଜରାଟ ୨୬,୧୧୨ କୋଟି ଏବଂ ରାଜସ୍ଥାନ ୧୬,୩୮୭ କୋଟି ଟଙ୍କା ବଜାରରୁ ଉଠାଇବେ। ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡିକ ସହ ବିଚାର ବିମର୍ଷ କରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟନ୍ତ୍ରଣ ମୁକ୍ତ ହେବ ତୈଳ ବିକ୍ରି କଟକଣା

ନୂଆଦିଲ୍ଲୀ,୩୦।୬: ସରକାର ଅଶୋଧିତ ତୈଳର ଘରୋଇ ଉତ୍ପାଦନକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌...

୨୦ମହଲା ବିଲ୍ଡିଂରୁ ପଡ଼ି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୦।୩: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗ୍ରାମରେ ଏକ ଉଚ୍ଚ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା...

ଅଗ୍ରିମ ଟିକସ ଆଦାୟ ୧୭% ବଢ଼ିଛି

ନୂଆଦିଲ୍ଲୀ,୧୯।୯: ଦେଶର ବିକାଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଟିକସ ଆଦାୟ ଏକ ପ୍ରମୁଖ ଅଂଶ ବା ଭୂମିକା ନିର୍ବାହ କରିଥାଏ। ବିଶେଷକରି ରବିବାର କେନ୍ଦ୍ରୀୟ...

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା...

ଟିକସ କ୍ଷେତ୍ରରେ ଆସିପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୦-୧: ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସୋମବାର ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସମେତ ବଜେଟ ପ୍ରସ୍ତୁତିରେ ସାମିଲ...

ହେଲ୍‌ଥ କେୟାର କ୍ଷେତ୍ରରେ ବୃହତ୍‌ ନିବେଶ ସମ୍ଭାବନା

ନୂଆଦିଲ୍ଲୀ,୨୫।୫: କୋଭିଡ୍‌-୧୯ ଯୋଗୁ ଭାରତୀୟ ଫାର୍ମାସ୍ୟୁଟିକାଲ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନିବେଶ...

ବ୍ରିଟେନରେ ନୀରବ ମୋଦି ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ,୨୫।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନ ଜେଲରେ ଥିବା ପଳାତକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର...

ବୃଦ୍ଧି ପାଉଛି ମାୟୋପିଆ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ ସହ ଷ୍ଟ୍ରାବିଜିମସ ମିଳିତ ଭାବେ ଏନ୍‌ଟୋଡ୍‌ ଚକ୍ଷୁ ସ୍ବାସ୍ଥ୍ୟ ଫାଉଣ୍ଡେଶନ ଜରିଆରେ ଏକ ମାୟୋପିଆ ସଚେତନତା...

Advertisement
Archives

Model This Week