ବଜାରକୁ ଆସିଲା ହୋଣ୍ଡାର ଲିମିଟେଡ ଏଡିଶନ ଆକ୍ଟିଭା ୫ଜି, ସିବି ସାଇନ୍‌

ନୂଆଦିଲ୍ଲୀ,୨୮-୫: ହୋଣ୍ଡା ମୋଟର ସାଇକେଲ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଲିମିଟେଡ ଏଡିଶନ ଆକ୍ଟିଭା ୫ଜି ଏବଂ ନୂଆ ସିବି ସାଇନ ବଜାରକୁ ଆସିଛି। ଲିମିଟେଡ ଏଡିଶନ ଆକ୍ଟିଭା ୫ଜିରେ ୧୦ ନୂଆ ପ୍ରିମିୟମ ଷ୍ଟାଇଲ ସଂଯୋଗ ହୋଇଛି। ଏହା ପର୍ଲ ପ୍ରିସିୟସ ହ୍ବାଇଟ ସହ ମେଟ ସିଲଭର କଲ୍‌ର ଏବଂ ଷ୍ଟ୍ରୋଣ୍ଟିୟମ ସିଲଭର ମେଟାଲିକ ସହ ପର୍ଲ ଇଗ୍ନିୟସ ବ୍ଲାକ ରଙ୍ଗରେ ଆସିଛି। ସେହିଭଳି ଲିମିଟେଡ ଏଡିଶନ ସିବି ସାଇନ ୫ ନୂଆ ପ୍ରିମିୟମ ଷ୍ଟାଲଲ ଏଡିଶନ ସହ ଆସୁଛି। ବ୍ଲାସ ସହ ଇମ୍ପେରିଆଲ ରେଡ ମେଟାଲିକ୍‌ ଏବଂ ବ୍ଲାକ୍‌ ସହ ସ୍ପିୟର ସିଲଭର ମେଟାଲିକ ରଙ୍ଗରେ ଏହା ଉପଲବ୍ଧ।

ହୋଣ୍ଡା ସର୍ବଦା ଗ୍ରାହକଙ୍କୁ ପ୍ରାଥମିକତା ଦେଇ ଆସିଥିବା ବେଳେ ନୂଆ ମଡେଲଗୁଡିକ ବଜାରକୁ ଛାଡି ଏହି ଧାରାକୁ ଆଉ ପାଦେ ଆଗକୁ ନେଇଥିବା କମ୍ପାନୀ ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂ ଗୁଲେରିୟା କହିଛନ୍ତି। ନୂଆ ଆକ୍ଟିଭା ୫ଜିରେ ଷ୍ଟାଇଲିସ ଗ୍ରାଫ୍ଟିକ୍ସ, ବ୍ଲାକ ରିମ୍‌, କ୍ରୋମ ମଫଲର କଭର, କମ୍ପ୍ଲିଟଲି ବ୍ଲାକ ଆଉଟ ଇଞ୍ଜିନ, ଗ୍ରାବ ରେଲ ଇଣ୍ଟେରିୟର କଭର ଏବଂ କଣ୍ଟ୍ରାଷ୍ଟ କଲର ସିଟ ରହିଛି। ଏହା ୫୫,୦୩୨ ଟଙ୍କାର ଉପଲବ୍ଧ ହେଉଛି। ସେହିଭଳି ନୂଆ ସିବି ସାଇନ ଅତ୍ୟାଧୁନିକ ଗ୍ରାଫିକ୍ସ, ଡାଇନାମିକ କଲର ଥିମ ଗ୍ରାବ ରେଲ, ମଡର୍ନ ସାଇଡ କାଉଲ, ବୋଲ୍ଡ ଡୁଆଲ ଟୋନ ଟ୍ୟାଙ୍କ, ଷ୍ଟନିଂ ଡେକାଲ୍ସ ସହ ଆସୁଥିବା ବେଳେ ଏହାର ବଜାର ଦର ୫୯,୦୮୩ ଟଙ୍କା ରହିଥିବା କମ୍ପାନୀ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମିନ୍ଦର ପିଏଫ୍‌ସିଏଲ୍‌ର ନୂଆ ସିଏମ୍‌ଡି

ଭୁବନେଶ୍ୱର,୨୦।୮ (ଅଭୟ ଦାଶ): ଦେଶର ସର୍ବବୃହତ୍‌ ଏନ୍‌ବିଏଫ୍‌ସି ପ୍ରତିଷ୍ଠାନ ପାୱାର ଫାଇନାନ୍ସ କର୍ପୋରେଶନ ଲିମିଟେଡ୍‌ (ପିଏଫ୍‌ସିଏଲ୍‌)ର ଚେୟାରମ୍ୟାନ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ପରମିନ୍ଦର...

ବଢ଼ିବନି ଆଇଟି ରିଟର୍ନ ଅବଧି

ନୂଆଦିଲ୍ଲୀ: ଫେବୃୟାରୀ ୧୫ର ଆୟକର ରଟର୍ନ ଅବଧିକୁ ସରକାର ଆଉ ବଢ଼ାଇବେ ନାହିଁ। ଏହି ରିଟର୍ନ ଫାଇଲିଂ ତାରିଖକୁ ବଢାଇବା ଲାଗି କେତେକ ମହଲରୁ ଦାବି...

ବଡ଼ଦାଣ୍ଡରେ ଆଇଟିସି ଆଶୀର୍ବାଦର ବିଶାଳ ଷ୍ଟଲ୍‌

ଭୁବନେଶ୍ୱର,୨୦।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରଥଯାତ୍ରାରେ ଆଶୀର୍ବାଦ ଅଟା ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ କରାଯାଇଛି। ଉକ୍ତ ଷ୍ଟଲ୍‌ ପରିସରରେ...

୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ବାଶିଂଟନ୍‌,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର...

ପାତ୍ର ଇଲେକ୍‌ଟ୍ରୋନିକ୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୧୭ା୧୦: ଚଳିତ ପାର୍ବଣ (ଦୁର୍ଗାପୂଜା) ଅବସରରେ ଗ୍ରାହକମାନଙ୍କର ସୁବିଧା ପାଇଁ ସ୍ଥାନୀୟ ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ଖୋଲାଯାଇଛି।...

ରିଲାଏନ୍ସର ୧୦ ଲକ୍ଷ କୋଟିର ବଜାର ପଞ୍ଜୀକରଣ;କପଡା ଫ୍ୟାକ୍ଟ୍ରିରୁ ଶୀର୍ଷତ୍ୱ ଯାଏ ଯାତ୍ରା

ଗୁରୁବାର ସୂଚକାଙ୍କର ସର୍ବୋଚ୍ଚ ସ୍ତର ୪୧,୧୬୩.୭୯ ପଏଣ୍ଟ ରହିଥିଲା। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ପ୍ରଥମ କମ୍ପାନୀ ଭାବେ ୧୦ ଲକ୍ଷ କୋଟି ଟଙ୍କାର...

ସୋମବାର ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ୍‌

ନୂଆଦିଲ୍ଲୀ,୩-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ରାଷ୍ଟ୍ରାୟତ୍ତ ଓ କେତେକ ବୃହତ ଘରୋଇ ବ୍ୟାଙ୍କ(ପିଏସ୍‌ୟୁ)ର ସିଇଓଙ୍କୁ ଭେଟିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିର ସମୀକ୍ଷା ସହ...

ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କେନ୍ଦ୍ର କର୍ମଚାରୀମାନେ ଅଧିକ ବେତନ ଲାଭ କରିପାରନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଦେଖାଯାଇଥିବା ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଏପ୍ରିଲରେ କେନ୍ଦ୍ର...

Advertisement
Archives

Model This Week