ବକେୟା ଦରମା ଦାବିରେ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋରାପୁଟ,୨୦।୯(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀ, ଝାଡ଼ୁଦାର ଓ ସହାୟକମାନେ ସେମାନଙ୍କ ବକେୟା ଦରମା ପ୍ରଦାନ ଦାବି କରି ଶୁକ୍ରବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ମେଡିକାଲରେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଛି। ଗତ ଫେବୃୟାରୀରୁ ଆଜିପର୍ଯ୍ୟନ୍ତ ସେମାନଙ୍କୁ ଦରମା ପ୍ରଦାନ କରାଯାଇ ନ ଥିବାରୁ ଏହି ଆନ୍ଦୋଳନ କରାଯାଇଛି। କର୍ତ୍ତୃପକ୍ଷ ସମାଧାନ ନିମନ୍ତେ ଧାରଣାସ୍ଥଳକୁ ଆସିଥିବାବେଳେ ମଧ୍ୟ ଆଲୋଚନା ବିଫଳ ହୋଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ଜଣାଯାଇଛି। ଏଥିପୁର୍ବରୁ ଉକ୍ତ କର୍ମଚାରୀମାନେ ବହୁବାର ଆନ୍ଦୋଳନ କରିଥିବାବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ସେମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ନାମକୁମାତ୍ର ଗୋଟିଏ ମାସର ଦରମା ଦେଇ କର୍ମଚାରୀମାନଙ୍କୁ ଭୁଆଁ ବୁଲାଉଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ସୁରକ୍ଷାକର୍ମୀ, ଝାଡୁଦାର ଓ ସହାୟିକାମାନଙ୍କ ଧାରଣାକୁ ସମର୍ଥନ କରି ମେଡିକାଲ ସମ୍ମୁଖରେ କଂଗ୍ରେସର ଜିଲା କାର୍ଯ୍ୟକାରୀ ସଭାପତି ରୂପକ କୁମାର ତୁରକ, ପୂର୍ବତନ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, ଜିଲା ଏସ୍‌ସି ସେଲର ସଭାପତି ରମେଶ ବାଖ୍ୟାଙ୍କ ସମେତ ଜିଲା ବିକାଶ ମଞ୍ଚର ଶେଷାଦ୍ରୀ ପାଣିଗ୍ରାହୀ ପ୍ରମୁଖ ଏହି ଧାରଣାରେ ବସିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତଥ୍ୟ ଲିକ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର ଅଫିସ, ୧୮।୯: ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ପୂର୍ବରୁ ରିମାଣ୍ଡରେ ନେବା ପାଇଁ...

ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର, ୧ା୪ (ନି.ପ୍ର.): ଅନୁଗୋଳ ଜିଲା ତାଳଚେରଠାରେ ଏମ୍‌ସିଏଲ୍‌ ପକ୍ଷରୁ ନିର୍ମାଣ ହୋଇଥିବା ମେଡିକାଲ କଲେଜ ବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୨୯ା୯: ବୈଦ୍ୟନାଥପୁର ପୋଲିସ ଜଣେ ଅପହୃତା ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରୁ ଉଦ୍ଧାର କରିଛି। ଛାତ୍ରୀଙ୍କୁ ଅପହରଣ କରି ହାଇଦ୍ରାବାଦରେ ଏକ ଭଡା ଘରେ ରଖି...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ଏରସମା, ୨୨।୧ (ସ୍ବ.ପ୍ର.):ଏରସମା ବ୍ଲକ ଅଧୀନ ଜିରାଇଲୋ ପଞ୍ଚାୟତର ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ...

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ...

କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ...

ସୁଶାନ୍ତ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ପୋଲସରା,୩୦ା୮(ଡି.ଏନ.ଏ.)- ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଜୁନ ୧୮ ତାରିଖ ରାତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ପୋଲିସ...

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟିତ, ଗୀତା ପଠନ ଶ୍ରେଷ୍ଠ ଅଭ୍ୟାସ: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ୍‌, ୧୬।୧: ସାରା ବିଶ୍ୱରେ ୪ ପ୍ରକାର ପୁସ୍ତକ ପ୍ରକାଶ ପାଉଛି। ସେଗୁଡିକ ବିଶେଷକରି ପରିଚାଳନା, ସମ୍ବନ୍ଧ, ବନ୍ଧୁତ୍ୱର ଗୁଣାତ୍ମକ ବିକାଶ ଓ ଆତ୍ମବିକାଶ...

Advertisement
Archives

Model This Week