ଫ୍ଲାଟ୍‌ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ : ବିଲଡର୍‌ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ):ରାଜଧାନୀରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ଆଳରେ ୨ କୋଟି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବିଲଡର୍‌ଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଗିରଫ ବିଲଡର୍‌ ଜଣଙ୍କ ହେଲେ ଶୁଭାଦିତ୍ୟ ପ୍ରାଇଭେଟ୍‌ ଆଣ୍ଡ୍‌ ଲିମିଟେଡ୍‌ କମ୍ପାନୀର ମାଲିକ ଖୋର୍ଦ୍ଧା ଜିଲା ବେଗୁନିଆ ନୂଆଁସାହିର ଶୁଭେନ୍ଦୁ କୁମାର ଦାସ ା ସୂଚନା ମୁତାବକ, କମ୍ପାନୀ ଆରମ୍ଭ କରିବା ପରେ ଶୁଭେନ୍ଦୁ ଲୋକଙ୍କୁ ପଳାସୁଣି ଅଞ୍ଚଳରେ୨୪ ମାସ ଭିତରେ ଫ୍ଲାଟ୍‌ ତିଆରି କରି ଦେବାକୁ କହି ୬ରୁ ଊର୍ଦ୍ଧ୍ୱ ଜମାକାରୀଙ୍କ ଠାରୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଫ୍ଲାଟ୍‌ ନ ଦେଇ ଦିନ ଗଡାଇ ଚାଲିଥିଲେ। ଫଳରେ ଲୋକେ ବିଲଡର୍‌ ମାଲିକ ଶୁଭେନ୍ଦୁଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ ା କିନ୍ତୁ ଶୁଭେନ୍ଦୁ ଲୋକଙ୍କ ଟଙ୍କା ଫେରସ୍ତ ନ କରି ମୋବାଇଲ ବନ୍ଦ କରି ଓ ଅଫିସ ବନ୍ଦ କରି ଫେରାର ହୋଇ ଲୁଚି ବୁଲୁଥିଲେ ା ଏନେଇ ଠକେଇର ଶିକାର ଜମାକାରୀ ଇନ୍ଦିରା ଶତପଥୀ ୨୦୧୯ ଅଗଷ୍ଟ ୮ରେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ନଂ ୪୩୪/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ବିଲଡ଼ର ଶୁଭେନ୍ଦୁଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଥିଲା। ଏନେଇ ତାଙ୍କୁ ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଛି। ଜାମିିନ୍‌ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri