ଫ୍ରମ୍‌ ମି ଟୁ ୟୁ

ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ନଭେମ୍ବର ୧ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର କାହାଣୀରେ ଆକ୍ସନ, ଇମୋଶନ ଏବଂ ସସ୍‌ପେନ୍ସ ରହିଛି। ବିଶେଷଭାବରେ ବନ୍ଧୁତ୍ୱ ଉପରେ କାହାଣୀ ପର୍ଯ୍ୟବସିତ। ଚିତ୍ରର ମୁଖ୍ୟ ଭୂମିକାରେ ଜ୍ୟୋତି ଏବଂ ଅମ୍ଳାନ ଅଭିନୟ କରିଛନ୍ତି। କିନ୍ତୁ ସିନେମା ରିଲିଜ ହେବା ପୂର୍ବରୁ ଏହାର ଏକ ଗୀତ ଭାଇରାଲ ହୋଇଛି ଯାହାର ଟ୍ୟାଗ୍‌ ଲାଇନ୍‌ ରହିଛି ‘ଆପଣମାନେ ଖୁସି ତ’। ଓଲିଉଡ୍‌ର ଆଗଧାଡିର ସ୍ବର ସଂଯୋଜକ ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜନା କରିଛନ୍ତି। ଏପରି ଗୀତଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ। ଏ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶୁତୋଷ ଏବଂ ଅସୀମା ପଣ୍ଡା। ‘ଆପଣମାନେ ଖୁସି ତ’ ଲାଇନ୍‌ଟିକୁ ଗାଇଛନ୍ତି ବିୟୁଟିଫୁଲ ଦାସ। ଏହି ଫିଲ୍ମରେ ଜ୍ୟୋତି-ଅମ୍ଳାନଙ୍କ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ‘ମିଠା ମିଠା’ ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ନାୟିକା ସାଜିଥିବା ଶ୍ରଦ୍ଧା। ରିସ୍ତାଓ୍ବେଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଫିଲ୍ମଟିର କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ରାଜେଶ କୁମାର ମହାନ୍ତି। ହେମନ୍ତ କୁମାର ସାହୁ ଏହି ଫିଲ୍ମରୁ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ଗୀତଗୁଡିକର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଗ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ କଳାକାର

ଅଜୟ ଦେବଗନ୍‌ଙ୍କ ସହ କାଜଲଙ୍କ ବୈବାହିକ ଜୀବନ ବେଶ୍‌ ସୁଖମୟ। ଝିଅ ନ୍ୟାସା ଏବଂ ପୁଅ ୟୁଗ୍‌ଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଆଗେଇ ଚାଲିଛି।...

ମାଗଣାରେ ଦେଖି ପାରିବେ ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ

ଫିଲ୍ମ ପୁଷ୍ପାର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ସାଉଥର ଷ୍ଟାର ଅଲ୍ଲୁ ଅର୍ଜୁନ ସମସ୍ତଙ୍କର ପ୍ରିୟ । ତାଙ୍କର ଫ୍ୟାନ ଫଲୋର୍ସ ସଂଖ୍ୟା...

ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ବିବାହ ବନ୍ଧନରେ ବାନ୍ଧି ହେଲେ ଶ୍ରଦ୍ଧା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଛନ୍ତି।...

ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ...

ବିଗ୍‌ବସ୍‌-୧୫ର ନୂଆ ପ୍ରେମ ପକ୍ଷୀ

ବମ୍ବେ: ବିଗ୍‌ବସ୍‌ ୧୫ ଘରେ ବୋହିଲାଣି ପ୍ରେମର ପବନ। ଗତ କିଛି ଦିନ ଧରି ପ୍ରତିଯୋଗୀ ପ୍ରତୀକ ସେହଜପାଲ ଏବଂ ଗାୟିକା ଅକାଶା ସିଂହଙ୍କ ମଧ୍ୟରେ...

Advertisement
Archives

Model This Week