ଫୋବର୍‌ସରେ ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା: ନିର୍ମଳା ସୀତାରାମନ ବି ସାମିଲ

ନୂଆଦିଲ୍ଲୀ,୧୩।୧୨: ଫୋବର୍‌ସ ପକ୍ଷରୁ ବିଶ୍ୱର ସବୁଠାରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ସ୍ଥାନ ମିଳିଛି। ପ୍ରଥମ ଥର ଜଣେ ଅର୍ଥମନ୍ତ୍ରୀଙ୍କ ନାଁ ଏହି ତାଲିକାରେ ସାମିଲ କରାଯାଇଛି। ଫୋବର୍‌ସ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାରେ ନିର୍ମଳା ସୀତାରାମନ ୩୪ତମ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଲଗାତାର ୯ଥର ପ୍ରଥମ ସ୍ଥାନରେ ରହିଛନ୍ତି ଜର୍ମାନୀର କୁଳପତି ଏଞ୍ଜେଲା ମାର୍କେଲ। ଦ୍ୱିତୀୟରେ ରହିଛନ୍ତି ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ କ୍ରୀଷ୍ଟିନ୍‌ ଲେଗାର୍ଡ।ଏହି ତାଲିକାରେ ନିର୍ମଳାଙ୍କ ବ୍ୟତୀତ ଭାରତରୁ ଏଚ୍‌ସିଏଲ୍‌ କର୍ପୋରେସନର ସିଇଓ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ରୋଶନୀ ନାଦର ମଲହୋତ୍ରାଙ୍କୁ ୫୪ତମ ସ୍ଥାନ ଏବଂ ମେଡିସିନ କମ୍ପାନୀର ଏମ୍‌ଡି ଓ ସିଇଓ କିରଣ ମଜୁମଦାର ଶ’୬୫ତମ ସ୍ଥାନ ଅକ୍ତିଆର କରିଛନ୍ତି। ପ୍ରଥମଥର ୨୩ ମହିଳାଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ସେହିପରି ଆଇଏମ୍‌ଏଫ୍‌ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟଲୀନା ଜର୍ଜୀବା, ପରିବେଶ କର୍ମକର୍ତ୍ତା ଗ୍ରେଟା ଥନବର୍ଗ ଓ ପପ୍‌ ଗାୟକ ରିହାନାଙ୍କୁ ବି ଏହି ତାଲିକାରେ ସ୍ଥାନ ମିଳିଛି। ଏହି କ୍ରମରେ ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ୨୯ତମ ସ୍ଥାନ ଅକ୍ତିଆର କରିଛନ୍ତି। ୨୦୧୯ରେ ବିଶ୍ୱର ଏହି ମହିଳାମାନେ ନିଜ ସମର୍ଥଠାରୁ ଊର୍ଦ୍ଧ୍ୱକୁ ଯାଇ ସରକାରୀ, ଉଦ୍ୟୋଗ ଓ ବାଦନ୍ୟତା କାର୍ଯ୍ୟର ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ ଏମାନଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ଫୋବର୍‌ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିଏସ୍‌ରେ ଚାଇନାର କ୍ଷେପଣାସ୍ତ୍ର ମାଡ଼

ଓ୍ବାଶିଂଟନ, ୨୮।୮(ଆଇଏଏନ୍‌ଏସ୍‌):ଆମେରିକା ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ସଦସ୍ୟ ଦକ୍ଷିଣ ଚାଇନା ସାଗରର ସାମରିକୀକରଣ ଲାଗି ଚାଇନା ସରକାରୀ ସଦସ୍ୟମାନଙ୍କୁ ଦାୟୀ...

ସିଙ୍ଗାପୁରରେ ୪୮୦୦ ଭାରତୀୟ କରୋନା ସଂକ୍ରମିତ: ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶ୍ରମିକ

ସିଙ୍ଗାପୁର,୪।୫: ସିଙ୍ଗାପୁରରେ ୪୮୦୦ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶ୍ରମିକ ଥିବା କୁହାଯାଉଛି। ସ୍ଥାନୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି...

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌...

ଭାରତ ଗସ୍ତ ବାତିଲ କରିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨: ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଏବେ ଜଳୁଛି ଉତ୍ତର ଭାରତ। ଆଉ ଏହି ଖବର ଏବେ ବିଦେଶରେ ମଧ୍ୟ ପହଞ୍ଚି ସାରିଛି। ଏହାର ପ୍ରଭାବ...

କଡ଼ା ସୁରକ୍ଷା ମଧ୍ୟରେ ଭବାନୀପୁରରେ ମତଦାନ ଆରମ୍ଭ…

କୋଲକାତା,୩୦।୯: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଗୁରୁବାର ମତଦାନ ଆରମ୍ଭ ହୋଇଛି। ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିବିଷ୍ୟତ...

ତୃତୀୟ ଥର ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ: ସାଢ଼େ ୧୨ ଘଣ୍ଟା ପୂର୍ବରୁ ରଦ୍ଦ ହେଲା ଡେଥ୍‌ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଫାଶୀଦଣ୍ଡ ପୁଣି ଥରେ ଟଳିଯାଇଛି। ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ୪ ଦୋଷୀ ଆଉ ଫାଶୀଖୁଣ୍ଟରେ...

କୋବ୍ରା ପାଇଁ ରାସ୍ତା ଜାମ

ବାଙ୍ଗାଲୋର, ୧୨।୨: ଦୁର୍ଘଟଣା କାରଣରୁ ଆମ ଦେଶରେ ଟ୍ରାଫିକ ସମସ୍ୟା ଦେଖାଦେବା ସାଧାରଣ କଥା। କିନ୍ତୁ କର୍ନାଟକର ଉଡୁପି ଅଞ୍ଚଳରେ ଏକ ଭିନ୍ନ କାରଣରୁ   ଧରି...

ବୁଡ଼ିଗଲା ନିବେଶକଙ୍କ ୭.୫୯ ଲକ୍ଷ କୋଟି…

ମୁମ୍ବାଇ,୨୪।୨ : ଭାରତୀୟ ଦଲାଲ ଷ୍ଟ୍ରିଟ୍‌ର ଷ୍ଟକ ମାର୍କେଟରେ ଗୁରୁବାର ଦେଖାଦେଇଥିବା ପତନ ଯୋଗୁ ନିବେଶକମାନେ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କର...

Advertisement
Archives

Model This Week