Posted inଜାତୀୟ

ଫେଲ୍‌ ମାରିଲା ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୨୮।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ପୁଲଓ୍ବାମା ଭଳି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ପୁଲଓ୍ବାମା ଜିଲା ଅବିଗୁଣ୍ଡ ରାଜପୋରା ଅଞ୍ଚଳରେ ଗୁରୁବାର ପୁଲଓ୍ବାମା ପୋଲିସ, ସିଆର୍‌ପିଏଫ୍‌ ଓ ସେନାର ମିଳିତ ଉଦ୍ୟମରେ ଇମ୍ପ୍ରୋଭାଇଜଡ୍‌ ଏପ୍ଲୋସିଭ ଡିଭାଇସ(ଆଇଇଡି) ଭର୍ତ୍ତି କାରକୁ ଜବତ କରାଯାଇଛି। ପରେ ଏହାକୁ ବୋମା ନିଷ୍କ୍ରିୟକାରୀ ଦଳଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ, ପୁଲଓ୍ବାମାର ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ଦ୍ୱାରା ଉକ୍ତ କାରକୁ ଚଲାଯାଉଥିଲା। ପୁଲଓ୍ବାମା ପୋଲିସ, ସିଆର୍‌ପିଏଫ୍‌ ଓ ସେନାକୁ ସନ୍ଦେହ ହେବାରୁ ସେ କାରକୁ ଅଟକାଇବାରୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ଓ ସେଠାରୁ ଖସି ପଳାଇଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କାରକୁ ଜବତ କରି ଯାଞ୍ଚ କରାଯିବାରୁ ସେଥିରେ ଆଇଇଡି ଥିବା ଜଣାପଡିଥିଲା। ତେବେ କାରରେ ଭୁଲ୍‌ ନମ୍ବର ପ୍ଲେଟ ବି ଲାଗିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଇରାନ୍‌ରେ ଫସିଥିବା ଭାରତୀୟ, ଉଦ୍ଧାର ପାଇଁ ସରକାରଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ,୨।୩: ଚାଇନାରେ ସୃଷ୍ଟ କରୋନା ଭାଇରସ୍‌ ଏବେ ମହାମାରୀର ରୂପ ନେଇଥିବା ବେଳେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ଇରାନରେ କରୋନା ଭାଇରସ୍‌ରେ ପ୍ରଭାବିତ...

ଦୀପାବଳିରେ ଯବାନଙ୍କ ସହ ବନ୍ଦେ ମାତରମ୍‌ ଗୀତରେ ଝୁମିଲେ ମୋଦି

କାର୍ଗିିଲ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତୀୟ ଯବାନମାନଙ୍କ ସହ କାର୍ଗିିଲରେ ଦୀପାବଳି ପାଳନ କରିଛନ୍ତି। ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ...

୭୬ବର୍ଷ ପରେ ଜଣେ ଶିଶୁ ପାଇଁ ଖୋଲିଲା ସ୍କୁଲ

ଚେନ୍ନାଇ. ୨୦।୬: ତାମିଲନାଡୁର ଏକ ପ୍ରାଥମିକ ସ୍କୁଲ ୭୬ ବର୍ଷ ପରେ ଗୋଟିଏ ଶିଶୁ ପାଇଁ ଖୋଲିଛି। କ୍ଲୂପରାଇର ଚିନ୍ନାଇକଲ୍ଲାରର ଏହି ସ୍କୁଲ ଦ୍ରବିଡାର ଏବଂ...

ଗୁରୁବାର ଭାଜପାରେ ସାମିଲ୍‌ ହେବେ ୧୭ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୩।୧୧: ଗୁରୁବାର ଭାଜପାରେ କର୍ନାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ସାମିଲ୍‌ ହେବେ। ସେମାନେ ଡିସେମ୍ବର ୫ରେ ହେବାକୁଥିବା ଉପନିର୍ବାଚନରେ ଲଢ଼ିପାରିବା ନେଇ ବୁଧବାର...

୨୦ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ

ଜେନେଭା,୨୮।୫: ମଙ୍କିପକ୍ସ ଏବେ ୨୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ବରିଷ୍ଠ...

ହାଥରସ ପୀଡିତାଙ୍କ ପରିବାରକୁ ଭେଟି ଫେରୁଥିବାବେଳେ ଆମ ଆଦମି ପାର୍ଟି ଏମ୍‌ପିଙ୍କ ଉପରକୁ କାଳି ଫୋପାଡିଲେ ଦୁର୍ବୃତ୍ତ

ଲକ୍ଷ୍ନୌ,୫।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାର ଲୋକଙ୍କୁ ସୋମବାର ଆମ ଆଦମି ପାର୍ଟି (ଏଏପି)ର ଏମ୍‌ପି ସଞ୍ଜୟ ସିଂ ଭେଟିଛନ୍ତି। କିଛି ସମୟ ଧରି ପୀଡିତାଙ୍କ...

ନୋଟିସ ମିଳିବା ସତ୍ତ୍ୱେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ହାଜର ହେଲେ ନାହିଁ ଆଶିଷ

ନୂଆଦିଲ୍ଲୀ,୮।୧୦: ଲଖିମ୍‌ପୁର ଖେରି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। କ୍ରାଇମ ବ୍ରାଞ୍ଚ ଦଳ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଛଦ୍ମନାମ ମୋନୁଙ୍କୁ...

୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ …

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

Advertisement
Archives

Model This Week