ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ ୩୨ ପ୍ରତିଶତ ଭାରତୀୟ ସାମଗ୍ରୀ ଆମେରିକାକୁ ରପ୍ତାନି ହୋଇଛି। ଭାରତୀୟ ବାଣିଜ୍ୟ ପରିଚାଳନା ପରିଷଦ(ଟିପିସିଆଇ) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଆମେରିକା ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଆୟୋଗ(ୟୁଏସ୍‌ଆଇଟିସି)ର ତଥ୍ୟକୁ ଉଦ୍ଧାର କରି ଟିପିସିଆଇ କହିଛନ୍ତି ଯେ, ଗତବର୍ଷ ଜୁନ୍‌ରେ ଆମେରିକାକୁ ୪୯.୫୭ କୋଟି ଡଲାର ଭାରତୀୟ ସାମଗ୍ରୀ ରପ୍ତାନି ହୋଇଥିଲା। ତେବେ ଚଳିତବର୍ଷ ଜୁନ୍‌ରେ ଏହା ୬୫.୭୪ କୋଟି ଡଲାରକୁ ବୃଦ୍ଧି ପାଇଛି। ପ୍ଲାଷ୍ଟିକ ରବର, ଆଲୁମିନିୟମ, ମେଶିନ ଓ ଉପକରଣ, ପରିବହନ ଉପକରଣ,ଚମଡା ଏବଂ ଛାଲ, ମୋତି ଏବଂ ମୂଲ୍ୟବାନ ପଥର ଆଦି ଆମେରିକାକୁ ରପ୍ତାନି ହୋଇଛି। ଟିପିସିଆଇ ଅଧ୍ୟକ୍ଷ ମୋହିତ ସିଙ୍ଗଲା କହିଛନ୍ତି ଯେ, ଜିଏସ୍‌ପି ପ୍ରତ୍ୟାହାର ପରେ ଆମେରିକାକୁ ରପ୍ତାନି ବଢ଼ିବା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। କାରଣ ଜିଏସ୍‌ପି ଲାଗୁ ବେଳେ ୧୯କୋଟି ଡଲାର ଲାଭ ମିଳୁଥିଲା। ରପ୍ତାନି ବୃଦ୍ଧି କାରଣରୁ ୧୬.୧୭ କୋଟି ଡଲାର କ୍ଷତିଭରଣା ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାସ୍ଫୀତିକୁ ଆକର୍ଷିତ କରିଥିଲା ସୁନା ଇଟିଏଫ୍‌

ନୂଆଦିଲ୍ଲୀ, ୭ା୨: ଗତ କିଛିବର୍ଷ ହେବ ସୁନା ଆମଦାନୀ ଭାରତରେ ବୃଦ୍ଧି ପାଇଛି। ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ୨୦୨୧ରେ...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ...

ଶିଳ୍ପ ସଂଘ ଫିକିର ଦାବି;ଆୟକର ସ୍ଲାବରେ ସଂଶୋଧନ ହେଉ

ନୂଆଦିଲ୍ଲୀ,୧୫-୧୨: ୨୦୨୦-୨୧ ଆର୍ଥତ୍କ ବର୍ଷର ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିପାରେ। ଏହି ସମୟରେ ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ ବୋଲି ଅର୍ଥ...

ଚନ୍ଦ୍ରଶେଖରନ୍‌ ଟାଟା ସନ୍ସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁନଃ ନିଯୁକ୍ତ

ନୂଆଦିଲ୍ଲୀ,୧୨ା୨(ପି.ଟି.): ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଟାଟା ସନ୍ସ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଆଉ ୫ ବର୍ଷ ଲାଗି ପୁନଃ ନିଯୁକ୍ତ କରିଛି। ବୋର୍ଡ ସଦସ୍ୟମାନେ ଚନ୍ଦ୍ରଶେଖରନ୍‌ଙ୍କ...

ପେଟ୍ରୋଲ, ଡିଜେଲ ଦର ବଢ଼ିଲା

ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ...

୪୦% ଲୋକ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି: ସର୍ଭେ

ଭୁବନେଶ୍ୱର, ୪।୬(ବ୍ୟୁରୋ) ଦେଶର ଅଗ୍ରଣୀ ଜେନେରାଲ୍‌ ଇନସ୍ୟୁରାନ୍ସ କମ୍ପାନି ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଭୁବନେଶ୍ୱରରେ ଧୂମପାନକାରୀଙ୍କ ଅଭ୍ୟାସ ଏବଂ ସେମାନଙ୍କ ଉପରେ ବନ୍ଧୁମାନଙ୍କର ପ୍ରଭାବ ଜାଣିବା...

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ...

୨୦୨୨-୨୩ରେ ୭.୯% ଜିଡିପି ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୪ା୩: ଆମେରିକୀୟ ବ୍ରୋକ୍‌ରେଜ କମ୍ପାନୀ ମୋର୍ଗାନ୍‌ ଷ୍ଟେନ୍‌ଲି ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ଆନୁମାନିକ ବୃଦ୍ଧି ଦର ହ୍ରାସ କରି...

Advertisement
Archives

Model This Week