ଫେବୃୟାରୀରେ ଶିଳ୍ପ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୪.୫% ବୃଦ୍ଧି ଘଟିଛି। ଖଣି ,ମାନୁଫାକଚରିଂ ଏବଂ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆସିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଥିବା ସରକାର ଗୁରୁବାର ଜାରି କରିଥିବା ଡାଟାରୁ ଏହା ସାମ୍ନାକୁ ଆସିଛି। ଏହି ସମୟରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି) ୦.୨% ବୃଦ୍ଧି ଘଟିଥିବା ଜଣାପଡିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଡାଟା ମୁତାବକ ଫେବୃୟାରୀରେ ମାନୁଫାକଚରିଂ କ୍ଷେତ୍ର ଉତ୍ପାଦନ ୩.୨% ବୃଦ୍ଧି ଘଟିଛି। ଏହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୦.୩% ଅଭିବୃଦ୍ଧି ସାଧନ କରିଥିଲା। ସେହିଭଳି ଫେବୃୟାରୀରେ ଇଲେକ୍ଟ୍ରିସିଟି ଉତ୍ପାଦନ ୮.୧% ବୃଦ୍ଧି ଘଯିଛି। ୨୦୧୯ ଫେବୃୟାରୀରେ ଏହା ୧.୩% ରହିଥିଲା। ଖଣି କ୍ଷେତ୍ର ଉତ୍ପାଦନ ପ୍ରାୟ ୧୦% ବୃଦ୍ଧି ଘଟିଥିବା ବେଳେ ଏହା ପୂର୍ବରୁ ୨.୨% ରହିଥିଲା। ଏପ୍ରିଲ-ଫେବୃୟାରୀ ସମୟରେ ଆଇଆଇପି ଅଭିବୃଦ୍ଧି ୦.୦%କୁ ଖସିଛି। ୨୦୧୮-୧୯ ସମୟରେ ଏହା ୪% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଏ ସ୍ଥିତି ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ; ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏଭଳି...

ଆଇଆର୍‌ସିଟିସିରୁ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୯।୯: ଇଣ୍ଡିଆନ ରେଲଓ୍ବେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି)ରୁ ସରକାର ପ୍ରାୟ ୧୫ରୁ ୨୦% ଅଂଶଧନ କ୍ରୟ କରିବା ଲାଗି ଯୋଜନା ରଖିଛନ୍ତି। ଅଫର ଅଫ୍‌...

ମିତ୍‌ସୁବିଶିି ଇଲେକ୍ଟ୍ରିକ୍‌ ଇଣ୍ଡିଆ ‘ସିଏନ୍‌ସି-ଅନ୍‌-ହୁଇଲ’ର ଶୁଭାରମ୍ଭ

ବେଙ୍ଗାଲୁରୁ,୨୫।୧ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମିତ୍‌ସୁବିଶି ଇଲେକ୍ଟ୍ରିକ୍‌ ପକ୍ଷରୁ କମ୍ପ୍ୟୁଟରୀକରଣ ସଂଖ୍ୟାଗତ ନିୟନ୍ତ୍ରକ(ସିଏନ୍‌ସି) ଜରିଆରେ ଏକ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାରାଭାନ୍‌ ‘ସିଏନ୍‌ସି-ଅନ୍‌-ହୁଇଲ୍ସ’ର ଶୁଭାରମ୍ଭ...

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି...

୫% ବଢ଼ିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ୍‌ ମହାମାରୀ ଭୟରେ ଭୟଭୀତ ହୋଇ ରହିଛିି। ଏଭଳି ସମୟରେ ଭାରତରେ ପରିବାଠାରୁ ପେଟ୍ରୋଲ ପର୍ଯ୍ୟନ୍ତ ଏପରିକି ଔଷଧ ଭଳି ବହୁ...

ପ୍ରାଇମ ଭିଡିଓରେ ଡବ୍ଲ୍ୟୁଏନ୍‌ବିଏ ଷ୍ଟ୍ରିମିଂ

ନୂଆଦିଲ୍ଲୀ,୨୬।୮:  ଦେଶ ମଧ୍ୟରେ ଆମାଜନ ପ୍ରାଇମ ସଦସ୍ୟ ଡବ୍ଲ୍ୟୁଏନ୍‌ବିଏର ୨୫ତମ ସିଜନର ଖେଳଗୁଡ଼ିକ ଲିଗ୍‌ ସମୟରେ ଲାଇଭ୍‌ ଷ୍ଟ୍ରିମ୍‌ କରିପାରିବେ। ଆମାଜନ ପ୍ରାଇମ ଭିଡିଓ ଏବଂ...

ସୌଦିରେ ଡ୍ରୋନ ଆକ୍ରମଣ ପରେ; ପେଟ୍ରୋଲ ୧.୫୯, ଡିଜେଲ ୧.୩୧ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୩-୯: ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ ପରେ ବିଗତ ୬ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପିଛା ୧.୫୯ ଟଙ୍କା...

ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ବର୍କ ଦୃଢ କରୁଛି ବିଓଆଇ:ସିଇଓ

ଭୁବନେଶ୍ୱର,୨୭-୬(ବ୍ୟୁରୋ): ଲୋକଙ୍କ ବ୍ୟାଙ୍କିଙ୍ଗ ଚାହିଦା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏହାକୁ ଧ୍ୟାନରେ ରଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ...

Advertisement
Archives

Model This Week