ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି (ଡି.ଏନ୍‌.ଏ.) ୮ା୧୨-କନ୍ଧମାଳ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଗତ ୨ଦିନ ଧରି ଏହାର ପ୍ରକୋପ ବେଶ୍‌ ଅନୁଭୂତ ହେଉଛି। ବିଶେଷ କରି ସକାଳେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଅପରାହ୍ନରୁ ଶୀତ ମାଡି ଆସୁଛି, ଖରା ଥିଲେ ମଧ୍ୟ ଶୀତ ବସ୍ତ୍ର ନ ପିନ୍ଧିଲେ ବାହାରକୁ ବାହାରି ହେଉନାହିଁ। ଶୀତର ପ୍ରକୋପ ଶୁକ୍ରବାର ଓ ଶନିବାର ହଠାତ୍‌ ବୃଦ୍ଧି ପାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶନିବାର ଜିଲା ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ଏବଂ ଫୁଲବାଣୀରେ ୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଗକୁ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ଏବେ ପ୍ରତ୍ୟୁଷରେ ଗାଡି ଚଲାଇଲେ ମୁହଁ, ହାତ, ପାଦ ପୋଡିଗଲା ପରି ଅନୁଭୂତ ହେଉଛି। ଚଳିତବର୍ଷ ଶୀତ ରେକର୍ଡ ଭାଙ୍ଗିବ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ଶୀତ ସାଙ୍ଗକୁ ଘନ କୁହୁଡି ସ୍ଥିତିକୁ ସଙ୍ଗୀନ କରୁଛି। ଶନିବାର କୁହୁଡି ନ ଥିବାରୁ ଶୀତ ଅଧିକ ଅନୁଭୂତ ହୋଇଛି। ବସ୍‌ ଷ୍ଟାଣ୍ଡ, ସହରର ବିଭିନ୍ନ ସ୍ଥାନରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଅଁା ଜାଳି ବସୁଛନ୍ତି। ହଠାତ୍‌ ଶୀତ ବୃଦ୍ଧି ଯୋଗୁ ବୃଦ୍ଧାବୃଦ୍ଧଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଶୀତକୁ ଦୃଷ୍ଟିରେ ରଖି ଜିଲାକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି। ଜିଲା ତଥା ଜିଲା ବାହାରୁ ଆସିଥିବା ପର୍ଯ୍ୟଟକ ଶୀତର ମଜା ଉଠାଇଛନ୍ତି। ଶନିବାର ଅପରାହ୍ନରେ ପାଗ ମେଘୁଆ ରହିଛି, ତେଣୁ ରାତି ସମୟରେ ତାପମାତ୍ରା ବଢିପାରେ। ଲଗାତର ପାରଦ ଏପରି ଖସିଲେ ଦାରିଙ୍ଗବାଡି ଅଞ୍ଚଳରେ ନିଶ୍ଚିତ ତୁଷାରପାତ ହେବ ବୋଲି ପୂର୍ବାନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ କୋଟିର ବ୍ୟାଙ୍କ ଠକେଇ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ବ୍ୟାଙ୍କ୍‌ ଠକେଇ ହୋଇଛି। ସୁଧମୂଳ ମିଶି ୫ କୋଟି ଟଙ୍କାକୁ ଆଦାୟ କରିବାକୁ ଯାଇ ବ୍ୟାଙ୍କ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡିଛନ୍ତି।...

ଆଲଟ୍‌ମେଣ୍ଟକୁ ବିଭାଜନ କରି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ

ବାଲେଶ୍ୱର ଅଫିସ,୧୫।୪ ବାଲେଶ୍ୱର ପୂର୍ତ୍ତ ବିଭାଗ ଦ୍ୱାରା ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯାଉଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଟେଣ୍ଡର କରି କାର୍ଯ୍ୟ କରିବା...

ଚଳନ୍ତା ଟ୍ରେନ୍‌ରୁ ଅଲଗା ହୋଇଗଲା ବଗି: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ, ୧।୧୦: ପୁରୀ ଜିଲା ଡେଲାଙ୍ଗର ରେଞ୍ଚ ଲେଭଲ କ୍ରସିଂଠାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଏକ ଚଳନ୍ତା ଟ୍ରେନ୍‌ର ଗୋଟିଏ ବଗି...

ପରଲୋକରେ ଝାରସୁଗୁଡ଼ା ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ

ଭୁବନେଶ୍ୱର(ବ୍ୟୁରୋ)/ ଝାରସୁଗୁଡ଼ା ଅଫିସ,୧୯।୩: ପରଲୋକରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ। ରବିବାର ଭୋର ପ୍ରାୟ ୪ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।...

ସହାୟତା ପାଇଁ ରାସ୍ତାରେ ଅଟୋ ଚାଳକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଲକଡାଉନ୍‌ ପାଇଁ ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି ଅଟୋ ଚଲାଇ ପରିବାର ଭରଣପୋଷଣ କରୁଥିବା ଚାଳକମାନେ ବହୁ...

ଆଇଆଇଟି ବମ୍ବେରେ ପଢ଼ିବାକୁ ଲକ୍ଷ୍ୟ: ଜେଇଇ ମେନ୍‌ର ଦୁଇ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୩।୯(ବ୍ୟୁରୋ): ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାଶ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୯ ପର୍ସେଣ୍ଟାଇଲ ରଖିବା ସହିତ ସର୍ବଭାରତୀୟ ସ୍ତରରେ...

ନାରୀ ନିର୍ଯାତନା, ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଯାଏ ଗୃହକାର୍ଯ୍ୟ ମୁଲତବୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଯାଜପୁର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ପ୍ରଶ୍ନକାଳ ବାତିଲ କରି...

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ

ରାଜନଗର,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏହାର ଚାରିପାଖରେ ଥିବା ଆର୍ଦ୍ରଭୂମିରେ ବିଦେଶାଗତ ପକ୍ଷୀମାନେ ପାଦ ଥାପିଛନ୍ତି। ଅତିଥି...

Advertisement
Archives

Model This Week