ଫୁଟଫାଥ୍‌ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ

ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍‌ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ ଖେଳାଳି ନିଜର ଜୀବନ କାଟୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର କାହାଣୀ ସାମ୍ନାକୁ ଆସିବା ପରେ ଖେଳାଳିଙ୍କ ପରିଚୟ ମିଳିଛି। ପରିଚୟ ମିଳିବା ପରେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ହକି ଖେଳାଳିଙ୍କ ନାମ ହେଉଛି ଅମରଜିତ ସିଂହ। ଜୁନିୟର ହକିରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି। ହକି ଖେଳିବା ସମୟରେ ଅମରଜିତ କିଛି ବର୍ଷ ଲଣ୍ଡନ ଓ ଜର୍ମାନୀରେ ବି ରହିସାରିଛନ୍ତି। କିନ୍ତୁ ଏବେ ସେ ଦିଲ୍ଲୀର ପାହାଡ ଗଞ୍ଜ ଅଞ୍ଚଳର ଫୁଟପାଥ୍‌ରେ ରହୁଥିବା ଜଣାପଡ଼ିଛି। ଅମରଜିତଙ୍କ ବିଷୟରେ ଏନେଇ ଜଣାପଡ଼ିବା ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ‘ବାସ୍ତବରେ ଭାରତ ପାଇଁ ଖେଳି ଏଭଳି ଜୀବନ ବିତାଉଥିବା ଖେଳାଳିଙ୍କୁ ନିଶ୍ଚୟ ସାହାଯ୍ୟ ଯୋଗାଇ ଦିଆଯିବ’। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସେ ବାରମ୍ବାର ସୂଚାଇଛନ୍ତି ବୋଲି ରିଜିଜୁ କହିଛନ୍ତି। ଯଦି ଏଭଳି ଖେଳାଳିଙ୍କ ଖବର ମିଳିଯାଏ, ତେବେ ତାଙ୍କୁ ଖୁବ୍‌ଶୀଘ୍ର ସହାୟତା ଯୋଗାଇଦିଆଯିବ। ଅପରପକ୍ଷେ ଅମିତାଭ ମଧ୍ୟ ଏନେଇ ଟୁଇଟ କରି କହିଛନ୍ତି, ଯଦି ଅମରଜିତଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଯାଏ, ତେବେ ତାଙ୍କୁ ସାହାଯ୍ୟ କରିବା ସହଜ ହୋଇଯିବ। ଅମରଜିତଙ୍କ ବାବଦରେ ଏବେ ଅଧିକ ତଥ୍ୟ ମିଳି ନ ଥିବାରୁ ଅଧିକ ଜାଣିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟରରୁ ବିଦା ହେବେ ପରାଗ

ଓ୍ବାଶିଂଟନ,୩।୫: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ନୂଆ ସିଇଓ ସନ୍ଧାନରେ ଲାଗିପଡ଼ିଛନ୍ତି। ଫଳରେ ବର୍ତ୍ତମାନର ଟୁଇଟର...

ସ୍ବିଟେକ୍‌, ପେଗୁଲା, ଜୋକୋଭିଚ୍‌ଙ୍କ ବିଜୟ

ଓ୍ବିମ୍ବେଲଡନ୍‌, ୪ା୭: ଟେନିସ୍‌ର ସର୍ବପୁରାତନ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ସୋମବାର ଆରମ୍ଭ ହୋଇଛି। ଏହି ଗ୍ରାସକୋର୍ଟ ଟୁର୍ନାମେଣ୍ଟର ପ୍ରଥମ ଦିନରେ ମହିଳା ଖେଳାଳିଙ୍କ ମଧ୍ୟରେ ଇଗା ସ୍ବିଟେକ୍‌,...

ଓ୍ବାର୍ନରଙ୍କ ଶଟ୍‌ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌...

ସିଦ୍ଧି ବିନାୟକ ମନ୍ଦିରକୁ ୧୪ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ

ମୁମ୍ବାଇ,୨୧।୧: ମହାରାଷ୍ଟ୍ରର ସିଦ୍ଧି ବିନାୟକଙ୍କ ମନ୍ଦିରକୁ ଦିଲ୍ଲୀର ଜଣେ ଭକ୍ତ ୩୫ କିଲୋ ଓଜନର ସୁନା ଦାନ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି...

ବକ୍ସିଂ ରିଙ୍ଗ୍‌କୁ ଫେରିବେ ଟାଇସନ

ନୂଆଦିଲ୍ଲୀ, ୨୪।୭-ବିଶ୍ୱ ବକ୍ସିଂ ଇତିହାସରେ ସର୍ବକନିଷ୍ଠ ହେଭିଓ୍ବେଟ ଚାମ୍ପିୟନ ହେଉଛନ୍ତି ଆମେରିକାର ମାଇକ୍‌ ଟାଇସନ। ୧୯୮୬ରେ ମାତ୍ର ୨୦ ବର୍ଷ ବୟସରେ ସେ ଏହି ଟାଇଟଲ...

ବିସିସିଆଇ ସଭାପତି ପଦରୁ ହଟାଯିବା ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକତା,୧୩।୧୦: ଭାରତରେ କ୍ରିକେଟ ଫର କ୍ରିକେଟ ବୋର୍ଡର ସଭାପତି ଭାବରେ ସୌରଭ ଗାଙ୍ଗୁଲିଙ୍କ ଯାତ୍ରା ଶେଷ ହେବାକୁ ଯାଉଛି। ବିସିସିଆଇ ସଭାପତି ଭାବରେ ତାଙ୍କୁ ଦ୍ୱିତୀୟ...

ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍‌ତାର

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍‌ତର। ଏବେ ବୁମ୍‌ରା ବିଶ୍ୱର ସବୁଠାରୁ...

କେହି ଶୁଣୁ ନାହାନ୍ତି, ଦିଲ୍ଲୀ ମେଡିକାଲ ବାହାରେ କାନ୍ଦୁଥିବା ଅସଲମଙ୍କ ଦୁଃଖ

ନୂଆଦିଲ୍ଲୀ,୨୨।୪: ମେଡିକାଲ ଅକ୍ସିଜେନ, ଭାକ୍ସିନ ଓ ବେଡ୍‌ ପାଇଁ ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ କୋଭିଡ୍‌ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖ କମ୍‌ ହେଉନାହିଁ। ଏକ...

Advertisement
Archives

Model This Week