Posted inଜାତୀୟ

ଫି ବୃଦ୍ଧିକୁ ନେଇ ସଂସଦ ମୁହାଁ ଜେଏନ୍‌ୟୁ ଛାତ୍ର

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାରେ ନାଁ ନେଉନି। ସୋମବାର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଉତ୍ତ୍ୟକ୍ତ ଛାତ୍ରମାନେ ସଂସଦ ମୁହାଁ ହୋଇଛନ୍ତି। ନିଜର ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଛାତ୍ର ଏକ ଶୋଭାଯାତ୍ରାରେ ବାହାରି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଦ୍ୟମ ଛଳାଇଛନ୍ତି। ଏଥିପାଇଁ ସେମାନେ ଜେଏନ୍‌ୟୁର ଗେଟ୍‌ ସମ୍ମୁଖରେ ଲାଗିଥିବା ୩ଟି ବ୍ୟାରିକେଡ୍‌କୁ ଭାଙ୍ଗି ଶେଷ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହାରି ଭିତରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ସଂସଦ ବାହାରେ ୧୪୪ ଧାରା ଲାଗୁ କରାଯାଇଛି। ଅପରପକ୍ଷରେ ବିଶ୍ୱବିଦ୍ୟାଳୟ ବାହାରେ ୧୨୦୦ ପୋଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମିଳିବ ଟ୍ରମ୍ପଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୧।୮: ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବିମାନ ଯାତ୍ରାକୁ ସୁରକ୍ଷିତ କରିବାକୁ ଆସନ୍ତା ସପ୍ତାହରେ ହାଇସିକ୍ୟୁରିଟି ଥିବା ବିମାନ ଦେଶରେ ଲ୍ୟାଣ୍ଡ କରିବାର ଯୋଜନା ରହିଛି।...

ଅଲ୍‌ ଉମର ମୁଜାହିଦ୍ଦିନ ମୁଖ୍ୟଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଶ୍ରୀନଗର, ୨ା୩: ଅଲ୍‌ ଉମର ମୁଜାହିଦ୍ଦିନ୍‌ ମୁଖ୍ୟ ମୁସ୍ତାକ୍‌ ଜର୍ଗାରଙ୍କ ସମ୍ପତ୍ତିକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବାଜ୍ୟାପ୍ତ କରିଛି। ୧୯୯୯ରେ ଇଣ୍ଡିଆନ୍‌ ଏୟାରଲାଇନ୍ସ ବିମାନ...

ବଢିଲା ରାମ ଜନ୍ମଭୂମି ନ୍ୟାସର ମୁଖ୍ୟଙ୍କ ସୁରକ୍ଷା

ନୂଆଦିଲ୍ଲୀ,୧୦।୧: ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିବା ଜଣାପଡିିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର...

୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା...

ଅଫିସରେ ତାଲା ପକାଇବା ବିଦ୍ରୋହୀଙ୍କ ପାଇଁ କିଛି ବଡ଼ କଥା ନୁହେଁ, କହିଲେ ଆଦିତ୍ୟ…

ମୁମ୍ବାଇ, ୩।୭ : ରବିବାର ମହାରାଷ୍ଟ୍ର ବିଧାନସଭାର ଆରମ୍ଭ ହୋଇଥିବା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନା ଦଳ...

ବିପଦ ଟଳି ନାହିଁ ! କଶ୍ମୀରରେ ୩୦୦ ଆତଙ୍କବାଦୀ ସକ୍ରିୟ-ଅନୁପ୍ରବେଶ ପାଇଁ ୧୬୦ ପ୍ରସ୍ତୁତ…

ଶ୍ରୀନଗର,୨୨।୧୧ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରକ୍ଷା ବାହିନୀଙ୍କ ମିଳିତ...

ସାନିଟାଇଜର ଫାର୍ମରେ ନିଅଁ।: ୧୮ ମୃତ

ପୁଣେ,୮ା୬: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ରାସାୟନିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟି ୧୮ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ମୃତକଙ୍କ...

ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ...

Advertisement
Archives

Model This Week