Posted inଜାତୀୟ

ଫିରୋଜାବାଦ୍‌ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ

ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି ଭାଜପା କର୍ମୀ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫିରୋଜାବାଦ୍‌ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଭାଜପା ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ହାତ ଗଣତି କିଛି କର୍ମୀଙ୍କୁ ଛାଡିଦେଲେ ଅନ୍ୟମାନେ ବିନା ହେଲମେଟ୍‌ରେ ଥିଲେ। ଏହା ସହିତ ଗୋଟିଏ ଦୁଇ ଚକିଆ ଗାଡ଼ିରେ ୩ରୁ ଅଧିକ ଲୋକ ବସିଥିବାର ଦେଖିବାକୁ ମିଳିଥିଲା। ଏନେଇ କିଛି ବରିଷ୍ଠ ନେତାଙ୍କୁ ପଚରା ଯିବାରୁ ସେମାନେ ଉତ୍ତର ଦେଇଥିଲେ ଯେ, ସମସ୍ତ କର୍ମୀ ନିଜର ହେଲମେଟ୍‌ ପାଖରେ ରଖିଥିଲେ। ତେବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଥିବା ଫଟୋରେ ରାଲିରେ ଯୋଗଦେଇଥିବା ବହୁ କର୍ମୀ ହେଲମେଟ ନ ପିନ୍ଧିବା ସହିତ ଅନ୍ୟ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି...

ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ

ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍‌ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...

ଜି. ଅଶୋକ କୁମାର ପ୍ରଥମ ଏନ୍‌ଏମ୍‌ଏସ୍‌ସି

ନୂଆଦିଲ୍ଳୀ, ୧୭।୨: ପୂର୍ବତନ ନୌସେନା ଉପମୁଖ୍ୟ ଜି. ଅଶୋକ କୁମାରଙ୍କୁ କେନ୍ଦ୍ର ସରକାର ଦେଶର ପ୍ରଥମ ଜାତୀୟ ସାମୁଦ୍ରିକ ନିରାପତ୍ତା ସଂଯୋଜକ (ଏନ୍‌ଏମ୍‌ଏସ୍‌ସି)ଭାବେ ନିଯୁକ୍ତି ଦେଇଛନ୍ତିି।...

ଗୋରଖପୁରରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ...

ତ୍ରିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ, ୨୩।୧୧: ତ୍ରିପୁରାରେ ଟିଏମ୍‌ସିର ଯୁବନେତ୍ରୀଙ୍କ ଉପରେ ପୋଲିସର ବର୍ବରତା ଓ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣାରେ ବସିଛନ୍ତି।...

କେରଳ ବିମାନ ଦୁର୍ଘଟଣା: ଜଣେ ମୃତକ କରୋନା ପଜିଟିଭ୍‌, ଉଦ୍ଧାରକାରୀ ଦଳର କରାଯିବ ଟେଷ୍ଟ

କୋଝିକୋଡ଼,୮।୮: କେରଳ ବିମାନ ବନ୍ଦରରେ ଶୁକ୍ରବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଜଣଙ୍କ ରିପୋର୍ଟ କରୋନା...

ମୋଦି ସରକାରଙ୍କୁ ଝଟ୍‌କା: ଧାର୍ଯ୍ୟ ବିକାଶ ହାର କମାଇଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିଶ୍ୱବ୍ୟାଙ୍କ ଏକ ଝଟ୍‌କା ଦେଇଛି। ମୋଦି ସରକାରଙ୍କ ପକ୍ଷରୁ ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ବିକାଶ ହାରକୁ ବିଶ୍ୱବ୍ୟାଙ୍କ...

୨ ହଜାର କିମି ଚାଲି ଚାଲି ଘରେ ପହଞ୍ଚିଲେ ଶ୍ରମିକ, ଘର ପାଖରେ ସାପ କାମୁଡିବାରୁ ଜୀବନଗଲା

ଗୋଣ୍ଡା,୨।୬: ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଙ୍ଗାଲୁରୁରୁ ଗୋଣ୍ଡା ପ୍ରାୟ ୨ ହଜାର କିମି ଚାଲି ଚାଲି ଆସିଥିବା ଜଣେ ଶ୍ରମିକଙ୍କ...

Advertisement
Archives

Model This Week