ଫିନୋଲେକ୍ସ ପକ୍ଷରୁ ଡିଲର ସମ୍ମିଳନୀ

ଭୁବନେଶ୍ୱର,୨-୧୧(ବ୍ୟୁରୋ): ପ୍ରମୁଖ ପିଭିସି ପାଇପ ନିର୍ମାତା ଫିନୋଲେକ୍ସ କମ୍ପାନୀର ଅଧିକୃତ ବିତରକ ଏରାଇଜ ମାର୍କେଟିଂ ଭୁବନେଶ୍ୱରର ଆନୁକୂଲ୍ୟରେ ଏକ ମେଗା ଡିଲରମିଟ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଡେପୁଟି ମ୍ୟାନେଜର ରଜନୀକାନ୍ତ ବିଶ୍ୱାଳ, ଆସିଷ୍ଟାଣ୍ଟ ମ୍ୟାନେଜର ଦୁର୍ଗା ଶଙ୍କର ପତି, ଏରାଇଜ ମାର୍କେଟିଂ ପ୍ରୋପ୍ରାଇଟର ଉଦୟ ଶଙ୍କର ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତରହି ଫିନୋଲେକ୍ସର ନୂଆ ପ୍ରଡକ୍ଟ ଏବଂ ଭିଜନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ୭୫ ଜଣ ଡିଲର ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ଡିଲରଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା। ବିକ୍ରି କ୍ଷେତ୍ରରେ ସଫଳ ଡିଲରଙ୍କୁ ଦୁବାଇ ଏବଂ ଥାଇଲାଣ୍ଡ ଭ୍ରମଣର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଛି। ଏରାଇଜ ମାର୍କେଟିଂ ପକ୍ଷରୁ ୨ଟି ନୂଆ ବୁଲେଟ ଗାଡି ପ୍ରଦାନ କରାଯାଇଛି। ଗ୍ରାହକଙ୍କୁ ଗୁଣବତ୍ତା ପ୍ରଡକ୍ଟ ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର...

ବିଦେଶୀ ନିବେଶକ ଉଠାଇ ନେଲେ ୬୪୫୨ କୋଟି

ମୁମ୍ବାଇ: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଞ୍ଜି ବଜାର ନିବେଶକଙ୍କ ମନକୁ ପ୍ରଭାବିତ କରିଛି। ଫଳରେ ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ପୁଞ୍ଜି ବଜାରରୁ ଚଳିତ ମାସ...

୩୦ରେ ଲଞ୍ଚ ହେବ ଆଇଆର୍‌ସିଟିସି ଆଇପିଓ

ନୂଆଦିଲ୍ଲୀ,୨୬।୯:  ନିବେଶ ଜରିଆରେ ଆୟ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଭାରତୀୟ ରେଲଓ୍ବେର ସହଯୋଗୀ ଆଇଆର୍‌ସିଟିସି ଆଣିବାକୁ ଯାଉଛି ଏକ ସ୍ବତନ୍ତ୍ର ସୁଯୋଗ। ରେଲଓ୍ବେ ଲାଗି...

ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ

ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ...

ବିମାନରେ ଫଟୋଗ୍ରାଫି ବ୍ୟାନ୍‌ କରାଯାଇନି: ଡିଜିସିଏ

ନୂଆଦିଲ୍ଲୀ, ୧୪।୯: ବିମାନରେ ଫଟୋଗ୍ରାଫିକୁ ବ୍ୟାନ କରାଯାଇନାହିଁ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୋମବାର ଏ ନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ବିମାନ ଯାତ୍ରୀ...

ପୀୟୂଷ ଗୋୟଲଙ୍କ ସହ ମତଭେଦ ଯୋଗୁ ପଦ ଛାଡ଼ିଥିଲେ ଉର୍ଜିତ

ନୂଆଦିଲ୍ଲୀ,୧।୮ : ପୀୟୂଷ ଗୋୟଲଙ୍କ ସହ ମତଭେଦ ଯୋଗୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ଉର୍ଜିତ ସିଧାସଳଖ...

୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା...

ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯।୬: ସୀମାରେ ଭାରତ ଓ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ...

Advertisement
Archives

Model This Week