ଫିଟ୍‌ ରହିବା ଲାଗି ସାଇକେଲ ଚଲାଏ

ଓଡ଼ିଆ କଣ୍ଠଶିଳ୍ପୀ ଆର୍‌.ଏସ୍‌. କୁମାର ସବୁବେଳେ ଫିଟ୍‌ନେସ ଉପରେ ଗୁରୁତ୍ୱ ଦିଅନ୍ତି। ବିଭିନ୍ନ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲେ ସୁଦ୍ଧା ଡାଏଟ୍‌ରେ ସେ କେବେ ଏପଟସେପଟ କରନ୍ତିନି। ନିଜକୁ ଫିଟ୍‌ ରଖିବା ପାଇଁ ଦୃଢ଼ ମାନସିକତା ଦରକାର ବୋଲି କୁହନ୍ତି ସଙ୍ଗୀତ ଦୁନିଆର ଆଗଧାଡ଼ିର ଏହି ଯୁବ କଣ୍ଠଶିଳ୍ପୀ।

ଉଠିବାର କୌଣସି ନିର୍ଦ୍ଦିଷ୍ଟ ସମୟ ବି ନ ଥାଏ। କେବେ ରାତି ୧୦ଟାରେ ଶୋଉଥିବା ବେଳେ କେବେ କେବେ ଭୋର ୪ଟାରେ ଶୋଇବାକୁ ପଡ଼େ। ଏଣୁ ଜିମ୍‌ କଥା ନ ଭାବି ନିଜ ଦ୍ୱାରା ଯେତିକି ସମ୍ଭବ ସେତିକି ଶାରୀରିକ ପରିଶ୍ରମ କରେ। ଅତି ଦରକାର ନ ଥିଲେ ବାଇକ୍‌ ବଦଳରେ ସାଇକେଲ ନେଇ କିଛି ସ୍ଥାନକୁ ଯାଇଥାଏ। ସକାଳେ ପ୍ରାୟତଃ ସାଇକେଲ ଚଲାଇ କଫି ପିଇବାକୁ ଷ୍ଟାଡିୟମ ପାଖକୁ ଯାଏ।

ରାତ୍ରଭୋଜନ ଗୁରୁତ୍ୱପୂର୍ଣ୍ଣ
ରାତିରେ ଉପାସ ରହିବା ଭଲ ନୁହେଁ। ହେଲେ ରାତିରେ କ’ଣ ଖାଇବାକୁ ହୁଏ ସେ ବିଷୟରେ ବିଶେଷ ଧ୍ୟାନଦେବାକୁ ପଡ଼େ। ଦୁଇଟି ରୁଟି ସହିତ ବିନା ତେଲମସଲାର କିଛି ବି ତରକାରି ହେଲେ ମୁଁ ରାତିରେ ଆନନ୍ଦରେ ଖାଇଦିଏ। ବ୍ରେକ୍‌ଫାଷ୍ଟରେ ପ୍ରାୟ ବ୍ରେଡ୍‌ ଖାଇଥାଏ। ମୋ ରୁମ୍‌ରେ ବିଭିନ୍ନ ପ୍ରକାର ବିସ୍କୁଟ, ବ୍ରେଡ୍‌ ରଖିଥାଏ। ଯାହା ଫଳରେ ବ୍ରେକଫାଷ୍ଟରେ କିଛି ସମସ୍ୟା ହୁଏନି।

ପ୍ରଚୁର ପାଣି ପିଏ
ଶରୀର ସହିତ ଗଳା ଭଲ ରଖିବା ପାଇଁ ପ୍ରତ୍ୟେକ ଦିନ ଜଣେ କଣ୍ଠଶିଳ୍ପୀ ଆବଶ୍ୟକ ପରିମାଣର ପାଣି ପିଇବା ଦରକାର। ଏଣୁ ମୁଁ ନିୟମିତ ବ୍ୟବଧାନରେ ପାଣିପିଏ। ଯେ କୌଣସି କାର୍ଯ୍ୟକ୍ରମ ହେଉ କି ଷ୍ଟୁଡିଓରେ ଥିବାବେଳେ ପାଣି ପିଇବାକୁ କେବେ ବି ଭୁଲେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?