Posted inଜାତୀୟ

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି। ଜମ୍ମୁ-କଶ୍ମୀରର ଜନସୁରକ୍ଷା ଆଇନ (ପିଏସ୍‌ଏ)ରେ ଫାରୁକ୍‌ଙ୍କୁ ଅଟକ ରଖାଯାଇଥିବା ରାଜ୍ୟ ପ୍ରଶାସନ ଜଣାଇଛନ୍ତି। ଫାରୁକ୍‌ଙ୍କ ଅଟକକୁ ବିରୋଧ କରି ଏମ୍‌ଡିଏମ୍‌କେ ନେତା ଭାଇକୋ ପିଟିଶନ୍‌ ଦାଏର କରିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଛି। ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ନେତା ଫାରୁକଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଭାଇକୋ ତାଙ୍କ ପିଟିଶନ୍‌ରେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷରେ ଫାରୁକ୍‌ଙ୍କ ଅଟକକୁ ତାଙ୍କ ଦଳ ଚ୍ୟାଲେଞ୍ଜ କରିବ ବୋଲି କହିଛି। ଏନ୍‌ସି ଅଧ୍ୟକ୍ଷଙ୍କୁ ଅଟକ ରଖିବାର କୌଣସି ଯଥାର୍ଥତା ନାହିଁ। ଯଦି ସେମାନେ ତାଙ୍କୁ ପୁରୁଣା ପିଏସ୍‌ଏରେ ଅଟକ ରଖିଥାନ୍ତି ତେବେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଯିବେ ବୋଲି ବରିଷ୍ଠ ନେତା ମହମ୍ମଦ ଆକବର ଲୋନ୍‌ ଖବରଦାତାଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ରାଲିକୁ ଯିବା ପାଇଁ ଖବରଦାତାଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଶିମଲା,୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୫ରେ ହିମାଚଳ ପ୍ରଦେଶକୁ ଦିନିକିଆ ଗସ୍ତ କରିବେ। ଏହି ସମୟରେ ମୋଦି ବିଲାସପୁରରେ ଏମ୍ସ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିବେ।...

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର...

ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା

ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...

୧୨ ମାଓବାଦୀ କଲେ ଆତ୍ମସମର୍ପଣ

ବିଶାଖାପଟ୍ଟନମ୍‌, ୬।୧୨: ଆନ୍ଧ୍ରପ୍ରଦେଶରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଶାଖାପଟ୍ଟନମ୍‌ ଜିଲାର ଚିନ୍ତାପାଲେ ଅଞ୍ଚଳରେ ମାଓବାଦୀମାନେ ରାଜ୍ୟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ...

କ୍ଷମା ମାଗିଲେ ପରେଶ ରାଓ୍ବଲ

ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ...

ବାଲାଘାଟରେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟ ମୃତ…

ଭୋପାଳ,୧୮।୩ : ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...

ଏହି ଅପରାଧ ଯୋଗୁ ବିବାହ ବେଦୀରୁ ବରଙ୍କୁ ଉଠାଇ ନେଲେ ପୋଲିସ…

ଜଳନ୍ଧର,୨୬।୪: ପପଞ୍ଜାବରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ବିବାହ ଉତ୍ସବରେ...

ମହାରାଷ୍ଟ୍ରରେ ଶକ୍ତି ସଙ୍କଟ ଆଶଙ୍କା, ୭୨ ଘଣ୍ଟିଆ ଧର୍ମଘଟରେ ବିଦ୍ୟୁତ୍‌ କମ୍ପାନୀ କର୍ମଚାରୀ, ଜରୁରୀ ସେବା ଆଇନ ଲାଗୁ …

ନୂଆଦିଲ୍ଲୀ,୪।୧ : ମହାରାଷ୍ଟ୍ରର ତିନୋଟି ସରକାରୀ ବିଦ୍ୟୁତ କମ୍ପାନୀର ହଜାର ହଜାର କର୍ମଚାରୀ ବୁଧବାରଠାରୁ ୭୨ ଘଣ୍ଟିଆ ଧର୍ମଘଟ ଆରମ୍ଭ କରିଛନ୍ତି। କର୍ମଚାରୀମାନେ ଏହି କମ୍ପାନୀଗୁଡିକର...

Advertisement
Archives

Model This Week