ଫାଇଲରେ ସୀମିତ ସିସିଟିଭି ସର୍ଭିଲାନ୍ସ ଯୋଜନା

ଭଦ୍ରକ ଅଫିସ, ୯।୯- ଭଦ୍ରକ ସହରରେ ଲୁଟ୍‌, ରାହାଜାନି, ଡକାୟତି, ଚୋରି ଘଟଣା ବୃଦ୍ଧି ପାଉଛି। ଜଣେ ମଧ୍ୟ ଅପରାଧୀ ପୋଲିସ ଦ୍ୱାରା କାବୁ ହେବାର ନଜିର ନାହିଁ। କାଁ ଭାଁ ଲୁଟେରାଙ୍କୁ ପୋଲିସ କାବୁ କରୁଥିଲେ ମଧ୍ୟ ହାର୍ଡକୋର୍‌ କ୍ରିମିନାଲ କିମ୍ବା ଡକାୟତ ଧରା ନ ପଡ଼ିବା ସହରବାସୀଙ୍କୁ ଚିନ୍ତାରେ ପକାଇଛି। ସହର ଓ ଏହା ଆଖପାଖ ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ୩ଟି ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ଥାନା ରହିଥିଲେ ମଧ୍ୟ ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଇବାକୁ ପଛାଉ ନାହଁାନ୍ତି। ଚଳିତବର୍ଷ ଟାଉନଥାନାରେ ବର୍ତ୍ତମାନ ସୁଦ୍ଧା ୨୬୨, ଗ୍ରାମାଞ୍ଚଳ ଥାନାରେ ୪୮୧ ଓ ପୁରୁଣାବଜାର ଥାନାରେ ୧୬୫ ମୋଟ ୯୦୮ଟି ମାମଲା ରୁଜୁ ହୋଇସାରିଛି। ଭଦ୍ରକ ସହରରେ ସିସିଟିଭି ସର୍ଭିଲାନ୍ସ ଯୋଜନା କେବଳ ଫାଇଲ୍‌ରେ ଅଟକି ରହିଛି।
ଉଲ୍ଲେଖନୀୟ ଯେ, ୨୦୧୮ ନଭେମ୍ବର ୧୨ ତାରିଖରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପୂର୍ବତନ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଜିଲାର ବିଭିନ୍ନ ଥାନା ଅଞ୍ଚଳର ଅପରାଧ ଓ ପୋଲିସର ପଦକ୍ଷେପକୁ ନେଇ ସମୀକ୍ଷା କରିଥିଲେ। ଭଦ୍ରକ ଏକ ଅପରାଧ ପ୍ରବଣ ଜିଲା ହୋଇଥିବା କହିବା ସହ ସହରର ସମ୍ବେଦନଶୀଳ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ଲଗାଯିବା ପାଇଁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଥିଲେ। ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ମଡେଲ କଣ୍ଟ୍ରୋଲରୁମ୍‌ ସ୍ଥାପନ ପାଇଁ ରାଜ୍ୟ ପୋଲିସ ପ୍ରାଥମିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସେ କହିଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ସେହିପରି ଦୁଇମାସ ମଧ୍ୟରେ ସହରରୁ ୧୫ରୁ ଊର୍ଦ୍ଧ୍ୱ ବାଇକ୍‌ ଚୋରି ହୋଇଛି। ୫ରୁ ଊର୍ଦ୍ଧ୍ୱ ସ୍ଥାନରୁ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ସାଙ୍ଗକୁ ମହିଳା ଓ ବରିଷ୍ଠ ନାଗରିକଙ୍କଠାରୁ ପୋଲିସ ପରିଚୟ ଦେଇ ଏକା ଢଙ୍ଗରେ ଅଳଙ୍କାର ଲୁଟ୍‌ ଘଟଣା ଘଟିଛି। ଏହିଭଳି ବାରମ୍ବାର ଲୁଟ୍‌ ଘଟଣା ଘଟି ଚାଲିଥିବା ବେଳେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ହୋଇ ବସୁଛି ବୋଲି ଅଭିଯୋଗ ହେଉଛି। ଏଯାଏ ଜଣେ ହେଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନ ଥିବା ଜଣାପଡ଼ିଛି। ସିସିଟିଭି ସର୍ଭିଲାନ୍ସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଅପରାଧୀଙ୍କ ଗତିବିଧି ଉପରେ ନଜର ରହିପାରିଥାନ୍ତା ବୋଲି ଆଇନଜୀବୀ ଅତିଶ ବେହେରା ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଜଳନ୍ଧର ଜାଲିଙ୍କୁ ପଚାରିବାରୁ କହିଛନ୍ତି, ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପୋଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ସିସିଟିଭି ସର୍ଭିଲାନ୍ସ କାର୍ଯ୍ୟ କରିବା ଜିଲା ପ୍ରଶାସନ କିମ୍ବା ପୌରାଞ୍ଚଳର ଦାୟିତ୍ୱ। ଅନ୍ୟପକ୍ଷେ ପ୍ରଶାସନ ନିକଟରେ ପ୍ରଚୁର ଅର୍ଥ ନାହିଁ। ଏଣୁ ଜିଲା ପୋଲିସ କିମ୍ବା କୌଣସି ରାଜନୈତିକ ନେତାଙ୍କ ନିଜସ୍ବ ଫଣ୍ଡରୁ ଏହା କାର୍ଯ୍ୟକାରୀ କରାଗଲେ ଠିକ୍‌ ହେବ ବୋଲି ଜିଲାପାଳ ଜ୍ଞାନରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?