ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା କେନ୍ଦ୍ରାପଡା ଜିଲାର ପ୍ରସନ୍ନ କୁମାର କର। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ନଂ ୭୬୬/୧୯ରେ ମାମଲା ରୁଜୁ ହୋଇଛି।
ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସୂଚନା ମୁତାବକ, ସେପ୍ଟେମ୍ବର ୧ରୁ ୨୫ ତାରିଖ ମଧ୍ୟରେ ପ୍ରସନ୍ନ ଉକ୍ତ ଘରୋଇ ଫାଇନାନ୍ସ କମ୍ପାନୀର ଅନୁଗୋଳ ଶାଖାରେ ବ୍ରାଞ୍ଚ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ଲୋକଙ୍କୁ ବାଇକ୍‌, ମୋଟର ଯାନ ଓ ଅନ୍ୟାନ୍ୟ ଋଣ ପାଇଁ ଟଙ୍କା ଦେବା ସହ ଅର୍ଥ ଆଦାୟ ଦାୟିତ୍ୱରେ ସେ ରହିଥିଲେ। ତେବେ ଲୋକଙ୍କଠାରୁ ଆଦାୟ ହେଉଥିବା ଟଙ୍କା କମ୍ପାନୀର ଆକାଉଣ୍ଟକୁ ଯାଉ ନ ଥିଲା। ୨୫ ଦିନ ଧରି କିଛି ଟଙ୍କା ଆଦାୟ ହୋଇ ନ ଥିବା ଜାଣି ଏରିଆ ଆକାଉଣ୍ଟାଣ୍ଟ ରାକେଶ ମହାନ୍ତି ଆସି ଅନୁଗୋଳ ଶାଖାରେ ଯାଞ୍ଚ କରିଥିଲେ। ଟଙ୍କା ପ୍ରତିଦିନ ଆସୁଥିଲେ ମଧ୍ୟ ଆକାଉଣ୍ଟରେ ଅର୍ଥ ଜମା ହେଉ ନ ଥିବା ଜାଣିବାକୁ ପାଇଥିଲେ। ପରେ ଏରିଆ ଆକାଉଣ୍ଟାଣ୍ଟ ୨୭ ତାରିଖରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରସନ୍ନ କମ୍ପାନୀର ୧୫ ଲକ୍ଷ ୮୧ ହଜାର ୪୮୧ ଟଙ୍କା ହଡ଼ପ କରିନେଇଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ପୋଲିସ ପ୍ରସନ୍ନଙ୍କୁ ଗିରଫ କରିବା ସହ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ନଗଦ ୬ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ଅନୁଗୋଳ ଆଇଆଇସି ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ, ଲକଡାଉନ ନିୟମ ଉଲ୍ଲଂଘନ: ୧୪ ମାମଲା

ଅନୁଗୋଳ ଅଫିସ୍, ୨୮ା୩- ବାହାରୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ରହିବାକୁ ବାରମ୍ବାର ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାକୁ ଅନେକେ...

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ...

ପିବିଡିଏରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ: ଜିଲାପାଳଙ୍କୁ ଜଣାଇଲେ କୃଷି ଅଧିକାରୀ

ପାଲଲହଡ଼ା, ୨୭ା୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର ପାଉଡି ଭୂୟାଁ ଜନଜାତିଙ୍କ ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା...

ସରିଆସୁଛି ଶହେ ଦିନିଆ ଶ୍ରେଣୀଶିକ୍ଷା

ଅନୁଗୋଳ ଅଫିସ, ୨୫।୩:  କରୋନା କଟକଣା ମଧ୍ୟରେ ଆସନ୍ତା ମେ ୩ରେ ହେକବ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ଅନୁଗୋଳ ଜିଲାର ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ...

‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗନେବେ ସାଇଦତ୍ତ

ଅନୁଗୋଳ ଅଫିସ, ୬।୧: ଜାନୁୟାରୀ ୨୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ ହୋଇଛନ୍ତି ଅନୁଗୋଳର ଛାତ୍ର ସାଇଦତ୍ତ...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

କର୍ମଚାରୀ, ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିଲା କଣିହାଁ ଏନଟିପିସି

ତାଳଚେର, ୫ା୪(ନି.ପ୍ର.)- ଏନଟିପିସି କଣିହାଁ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଏହାର କର୍ମଚାରୀ, ଠିକା ଶ୍ରମିକ, ଟାଉନଶିପ୍ ଏବଂ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ...

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ...

Advertisement


Archives

Model This Week