ଫସର ଫାଟିଲା ଗ୍ୟାଙ୍ଗଷ୍ଟର ରବିଙ୍କ ଅପହରଣ ଯୋଜନା: ବାଙ୍କୁଆଳରୁ ୫ ସହଯୋଗୀ ଗିରଫ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଏନ୍‌କାଉଣ୍ଟର ତଥା ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରବି ରାଓଙ୍କ ଅପହରଣ ଯୋଜନା ଫସର ଫାଟିଛି। ଜେଲରୁ କୋର୍ଟ ଯିବା ବେଳେ ରବିଙ୍କୁ ଅପହରଣ କରିନେବାର ଯୋଜନା ରଚିଥିବା ୫ଜଣଙ୍କୁ ବୁଧବାର କମିଶନରେଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖାରବେଳ ନଗର ଶାନ୍ତି ନଗରର ରଘୁ ବିଶ୍ୱାଳ, ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ସେକ୍‌ ଆମିନ ଓରଫ ତିଓ୍ବାରି ଓ ମୋତିବୁଲ୍ଲା, ପଶ୍ଚିମବଙ୍ଗ ହାଓଡ଼ା ମାଟିଆବୁର୍ଜର ଶିବୁ ଠାକୁର, ବେଗୁନିଆ ନୂଆସାହିର ପବିତ୍ର ମୋହନ ଦାସ ଓରଫ ସାନୁ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖେଳଣା ପିସ୍ତଲ, ୫ଟି ମୋବାଇଲ ଫୋନ୍‌, କଟୁରୀ ସମେତ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି। ଏମାନେ ରବିଙ୍କ ମୁଖ୍ୟ ସହଯୋଗୀ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୋଲିସକୁ ଆକ୍ରମଣ କରି ରବିଙ୍କୁ ଉଠାଇ ନେବା ପାଇଁ କିଛିଦିନ ତଳେ ଯୋଜନା କରିଥିଲେ। ବୁଧବାର ସକାଳେ ବାଙ୍କୁଆଳରେ ଏମାନେ ଏକାଠି ହୋଇ ଏହି ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବା ଓ ଡକାୟତି କରିବା ପାଇଁ ଆଲୋଚନା ଚଳାଇଥିଲେ। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌କୁ କୌଣସି ସୂତ୍ରରୁ ଏ ନେଇ ସୂଚନା ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀମାନେ ଶହୀଦନଗର ଥାନା ପୋଲିସ ସହଯୋଗରେ ସେଠାରେ ପହଞ୍ଚତ୍ ଚଢାଉ କରିଥିଲେ। ପୋଲିସ ହାତରେ ଏହି ୫ ଅଭିଯୁକ୍ତ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା ପୋଲିସ। ଜେରା ବେଳେ ସେମାନଙ୍କଠାରୁ ଚମକାଇ ଦେଲା ଭଳି ତଥ୍ୟ ମିଳିଥିଲା। ଜେଲରୁ ରବିଙ୍କୁ କୋର୍ଟରେ ହାଜର ପାଇଁ ନିଆଯିବା ବେଳେ ସେମାନେ ପୋଲିସ କର୍ମଚାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଏବଂ ଆବଶ୍ୟକ ପଡ଼ିିଲେ ଗୁଳି ଚଳାଇ ରବିଙ୍କୁ ଛଡ଼ାଇ ନେବାକୁ ଯୋଜନା ରଚିଥିଲେ ବୋଲି ପୋଲିସ ନିକଟରେ କହିଥିଲେ। ଏପରି କି ଜେଲ ଗେଟ୍‌ ଏବଂ ଯେଉଁ ଟ୍ରାଫିକ ଛକ ଦେଇ ରବିଙ୍କୁ କୋର୍ଟ ନିଆଯିବ ସେସବୁ ସ୍ଥାନର ଭିଡିଓ ରେକର୍ଡିଂ କରିଥିଲେ। ଏହି ଅଭିଯୁକ୍ତମାନେ ଅନୁଗୋଳରେ ଘଟିଥିବା ଚୋରା କୋଇଲା କାରବାରକୁ ନେଇ ଗୁଳିକାଣ୍ଡ ମାମଲାରେ ରବିଙ୍କ ମୁଖ୍ୟ ସହଯୋଗୀ ଥିଲେ। ଏମାନଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ବହୁ ଆପରାଧିକ ମାମଲା ରହିଛି। ଏମାନଙ୍କ ବିରୋଧରେ ଶହୀଦନଗର ଥାନାରେ କେସ୍‌ ନଂ. ୬୦୫/୧୯ ରୁଜୁ କରିଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ପଚରାଉଚରା ଲାଗି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ କୁମ୍ଭୀର

ମାଲକାନଗିରି,୪ା୧(ଡି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବନାଞ୍ଚଳ ଅଧୀନ ଶଦାସିବପୁର ଗାଁ ପୋଖରୀରୁ ୫.୬ ଇଞ୍ଚ ଫୁଟ ଲମ୍ବର ଏକ କୁମ୍ଭୀରକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ...

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ

ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ...

ଟ୍ରକ୍‌ ଦୁର୍ଘଟଣାରେ ସ୍ତ୍ରୀ ମୃତ; ସ୍ବାମୀ-ଝିଅ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ସାକ୍ଷୀଗୋପାଳ,୧୩।୬(ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକ ଛକରେ ଗୁରୁବାର ଏକ ମର୍ମନ୍ତୁଦ ଟ୍ରକ୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ନବକଳେବର ରୋଡରେ ରହୁଥିବା...

କୋର୍ଟଙ୍କ ନିର୍ଦ୍ଦେଶରେ ସଞ୍ଜୟ, ପ୍ରଣବଙ୍କ ନାଁରେ ମାମଲା

ନବରଙ୍ଗପୁର,୨୩ା୫(ବି.ପ୍ର.): ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କୁ ଗୋଇଠା ମାରିବା ଏବଂ ମହିଳାମାନଙ୍କୁ ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ...

ଭାଜପା ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୭।୪-ଦେଶ କରୋନା ଭଳି ଭୟଙ୍କର ମହାମାରୀ ସହ ଲଢୁଥିବା ବେଳେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲା...

ଆଜି ନାମାଙ୍କନ ପତ୍ର ଦାଖଲ ଶେଷ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର...

ଚାନ୍ଦିପୁର ବେଳାଭୂମି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବାଲେଶ୍ୱର ଅଫିସ-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୧୫ କି.ମି. ଦୂରରେ ରହିଛି ଚାନ୍ଦିପୁର ବେଳାଭୂମି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଶୀତଋତୁରେ ଏହି ବେଳାଭୂମିକୁ ଆସିଥାନ୍ତି। ପିକ୍‌ନିକ୍‌,...

Advertisement
Archives

Model This Week