ଫଳ ବିକ୍ରେତା କହିଲେ: ମୋତେ ମିଳିବ ପଦ୍ମଶ୍ରୀ, ସ୍ବପ୍ନରେ ବି ଭାବି ନ ଥିଲି

କେନ୍ଦ୍ର ସରକାର ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨୦୨୦ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତବର୍ଷ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏଥର ପଦ୍ମଶ୍ରୀ ପୁରସ୍କାର ପାଇଁ ଅନେକ ସାଧାରଣ ବ୍ୟକ୍ତି ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଫଳ ବିକ୍ରେତା ସାମିଲ ଅଛନ୍ତି। କର୍ନାଟକର ଦକ୍ଷିଣ କନ୍ନଡ ଜିଲାର ୬୮ବର୍ଷୀୟ ଫଳ ବିକ୍ରେତା ହରେକାଲା ହଜାବା ଏକ ଛୋଟ ଦୋକାନରେ ଫଳ ବିକି ଗାଁରେ ଏକ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ତିଆରି କରିଛନ୍ତି। ଏବେ ସେ ଏକ ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସବୁଠୁ ରୋଚକ କଥା ହେଉଛି ହଜାବା ଆଦୌ ପାଠ ପଢିନାହାନ୍ତି। ଥରେ ଜଣେ ବିଦେଶୀ ଦମ୍ପତି ତାଙ୍କ ଦୋକାନକୁ କମଳା କିଣିବା ପାଇଁ ଆସିଥିଲେ। ସେମାନେ କମଳାର ମୂଲ୍ୟ ପଚାରିଥିଲେ। କିନ୍ତୁ ହଜାବା ତାହା ବୁଝିପାରି ନ ଥିଲେ। ସେମାନେ କମଳା ନ କିଣି ସେଠାରୁ ପଳାଇ ଥିଲେ। ସ୍ଥାନୀୟ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଶିଖି ନ ଥିବାରୁ ସେଦିନ ତାଙ୍କୁ ବହୁତ ଖରାପ ଲାଗିଥିଲା। ତାଙ୍କ ଭଳି ଅନ୍ୟ କେହି ଯେମିତି ଏଭଳି ପରିସ୍ଥିତି ଦେଇ ଗତି ନ କରୁ, ସେବେଠୁ ଗାଁରେ ଏକ ପ୍ରାଥମିକ ସ୍କୁଲ ଖୋଲିବା କଥା ଚିନ୍ତା କରିଥିଲେ ବୋଲି ହଜାବା କହିଛନ୍ତି। ତେବେ ତାଙ୍କୁ ପଦ୍ମଶ୍ରୀ ମିଳିବା ନେଇ ଘୋଷଣା ହେବାପରେ ସେ କହିଛନ୍ତି, ମୋର ବିଶ୍ୱାସ ହେଉ ନାହିଁ। ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି ମୋତେ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଶୁଣିକି ଖୁସି ହେଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ନଏଡ଼ାରେ ହୋଇପାରେ ୪ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ସୁଦ୍ଧା ଭାରତରେ ୧୬୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ...

ବିହାର ନିର୍ବାଚନ ପାଇଁ ନୂଆ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ

ପାଟନା,୨୧।୮: କରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିହାର ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ କମିଶନ ଏକ ନୂଆ ଗାଇଡଲାଇନ...

ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି

ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ...

ଶିବସେନାକୁ ମିଳିପାରେ ମୁଖ୍ୟମନ୍ତ୍ରୀ ଏନ୍‌ସିପିକୁ ସ୍ବରାଷ୍ଟ୍ର

ମୁମ୍ବାଇ,୨୨।୧୧: କିଛିଦିନ ହେବ ମହାରାଷ୍ଟ୍ରରେ ସରକାର ଗଠନକୁ ଦେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଥିବା ମାରାଥନ ବୈଠକର ଅନ୍ତ ଘଟିଛି ବୋଲି କୁହାଯାଉଛି। ଶୁକ୍ରବାର ହୋଇଥିବା...

ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍‌ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ...

୭୦ ଦିନ ପରେ କଶ୍ମୀର ଘାଟିରେ ବାଜିଲା ୪୦ଲକ୍ଷ ଫୋନ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବାର ଦୀର୍ଘ ୭୦ ଦିନ ପରେ ସୋମବାରରୁ ଘାଟିରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୋବାଇଲ ସେବା ଆରମ୍ଭ ହୋଇଛି। ଏହି ସବୁ...

ଆସାମ ମଡେଲଙ୍କୁ ବଳାତ୍କାର: ୪ ଗିରଫ

କାନପୁର, ୧୮।୩: ଆସାମର ଜଣେ ମଡେଲ କାନପୁରରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସିଥିବାବେଳେ ତାଙ୍କୁ ସେଠାରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।...

Coronavirus Update


Archives

Model This Week

Why Dharitri