ଫର୍ଚୁନ ବିଜନେସ୍‌ ପର୍ସନ ଅଫ୍‌ ଦି ଇୟର ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୨୧-୧୧: ଫର୍ଚୁନ ପକ୍ଷରୁ ପ୍ରକାଶିତ ୨୦୧୯ ବିଜନେସ ପର୍ସନ ଅଫ୍‌ ଦି ଇୟର ତାଲିକାରେ ୩ ଭାରତୀୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ମାଷ୍ଟର କାର୍ଡ ସିଇଓ ଅଜୟ ବାଙ୍ଗା ଏବଂ ଆରିଷ୍ଟାର ପ୍ରମୁଖ ନିର୍ବାହୀ ଜୟଶ୍ରୀ ଉଲ୍ଲାଲ ସାମିଲ ଅଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ସତ୍ୟ ନାଡେଲା ଥିବା ବେଳେ ଅଷ୍ଟମ ସ୍ଥାନରେ ଅଜୟ ବାଙ୍ଗା ଏବଂ ୧୮ତମ ସ୍ଥାନରେ ଜୟଶ୍ରୀ ଉଲ୍ଲାଲ ରହିଛନ୍ତି। ଫର୍ଚୁନର ଏହି ସୂଚୀରେ ବ୍ୟବସାୟ ଜଗତର ୨୦ ପ୍ରମୁଖ ଲିଡରଙ୍କୁ ସାମିଲ କରାଯାଇଛି। ସାହସର ସହ ଲକ୍ଷ୍ୟ ହାସଲ ଦିଗରେ ଏମାନେ ନିଜର ଯୋଗଦାନ ରଖିଛନ୍ତି। ଚ୍ୟାଲେଞ୍ଜିଂ ସ୍ଥିତି ସାମ୍ନା କରିବା ସହ ଅଭିନବ ସମାଧାନ ବାହାର କରିବା ଦିଗରେ ଏହି ବ୍ୟକ୍ତିବିଶେଷଙ୍କ ବିଶେଷ ଯୋଗଦାନ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଥିବା ସତ୍ୟ ନାଡେଲା ୨୦୧୪ ପରଠାରୁ ମାଇକ୍ରୋସଫ୍ଟର ମଙ୍ଗ ସମ୍ଭାଳିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାହିଦା ବୃଦ୍ଧିରେ ମିଡିଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଚାପରେ ଭାରତର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ...

ଇନ୍ଧନ ଦର ବୃଦ୍ଧି ଅବ୍ୟାହତ

ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା...

ଅଗଷ୍ଟ ୩୧ ମଧ୍ୟରେ ୪ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ମାସରୁ ପାର୍ବଣର ପର୍ବ ଆରମ୍ଭ ହେଉଛି। ଫଳରେ ଅଗଷ୍ଟ ୩୧ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୪ ଦିନ ବ୍ୟାଙ୍କ ଛୁଟି ରହିବ ବୋଲି...

ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ...

୨୯ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ମାସ ୨୯ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହିଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ...

ବିଶ୍ୱ ଅର୍ଥନୀତି ଅସ୍ଥିରତା ଆଡ଼କୁ ଗତି କରୁଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ବିଶ୍ୱ ଅର୍ଥନୀତିକୁ ନେଇ ନିଜର ମତପୋଷଣ କରିଛନ୍ତି। ଭି.ଶ୍ରୀନିବାସଙ୍କ ଦ୍ୱାରା ଲିଖିତ ‘ଇଣ୍ଡିଆଜ ରିଲେଶନ୍ସ ଓ୍ବିଥ୍‌...

ହୋଣ୍ଡାର ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାର ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ସହଯୋଗରେ ଯୁବପିଢ଼ିଙ୍କ ମଧ୍ୟରେ ଏକ...

୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୪-୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ।...

Advertisement
Archives

Model This Week