ଫରେଷ୍ଟର ଶୋଭାକର ସିଂ ଗିରଫ ଘଟଣା: ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କପ୍ତିପଦା,୧୦।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ଫରେଷ୍ଟର ଶୋଭାକର ସିଂଙ୍କୁ ଫେବୃୟାରୀ ୬ତାରିଖରେ ଗିରଫ କରିଥିଲା। ଏହି ଘଟଣାରେ ସୋମବାର କପ୍ତିପଦା ଉନ୍ନୟନ୍ନ ମଞ୍ଚ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଉଦଳା ପୂର୍ବତନ ବିଧାୟକ ଶ୍ରୀନାଥ ସରେନ, ପ୍ରବୀର ଚନ୍ଦ୍ର ସାଏ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗୀରଥ ଦେହୁରୀ, ଭିନ୍ନକ୍ଷମ ମଞ୍ଚର ସଭାପତି ମନୋରଞ୍ଜନ ଜେନା, ମହିଳା ସଭାନେତ୍ରୀ ଭାନୁମତୀ ଦାସ ଏହାର ନେତୃତ୍ୱ ନେଇଥିବା ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୬ତାରିଖରେ କପ୍ତିପଦା ବନ ବିଭାଗ କାର୍ଯ୍ୟାଳୟରେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍‌ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଫରେଷ୍ଟର ସିଂଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲାା ମାତ୍ର ସିଂଙ୍କଠାରୁ ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିବାକୁ ସକ୍ଷମ ହୋଇ ନ ଥିବା ବିଭାଗ ସୂତ୍ରରୁ ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ କପ୍ତିପଦା ଅଞ୍ଚଳବାସୀ ତୀବ୍ର ପ୍ରତିବାଦ କରିଥିଲେ। ଏ ନେଇ ୭ ତାରିଖରେ ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ, ଡି.ଜି ଭିଜିଲାନ୍ସ, ଏସ୍‌ପି ଭିଜିଲାନ୍ସ, ଜଲାପାଳ, ଡିଏଫଓଙ୍କୁ ଦିଆଯାଇ ଅବଗତ କରାଯାଇଥିଲା। ମାତ୍ର ଏହାର କୌଣସି ସୁଫଳ ନ ମିଳିବାରୁ ସୋମବାର କପ୍ତିପଦା ଉନ୍ନୟନ୍ନ ମଞ୍ଚ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟୁ ନେଟ ଠକେଇ ମାମଲା: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ ଅଫିସ,୨୯।୬: କ୍ୟୁ ନେଟ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଏହି...

ଟ୍ରେନ୍‌ଲାଇନରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଣ୍ଡାରିପୋଖରୀ,୧୫।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ରେଳ ଧାରଣାରୁ ଗୁରୁବାର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଲଓ୍ବେ ପୋଲିସ ଜବତ କରିଛି। ହେଲେ ମହିଳାଙ୍କ...

୧୧ ହଜାର ଜାଲ୍‌ ନୋଟ ଜବତ

ଆନନ୍ଦପୁର,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବିରିଡିହା ବଦାରରୁ ମଙ୍ଗଳବାର ଜାଲ ନୋଟ ଜବତ ହୋଇଛି । ଜଣେ ବୃଦ୍ଧଙ୍କ ଠାରୁ ୨୦୦ ଓ ୧୦୦...

ଦୀଘା ବେଳାଭୂମି ସିଲ୍‌

ଭୋଗରାଇ,୪ ।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ସୌନ୍ଦର୍ଯ୍ୟମୟୀ ଦୀଘା ବେଳାଭୂମିକୁ ସେଠାକାର ସରକାର କୋଭିଡ୍‌ ନିର୍ଦ୍ଦେଶିକା ମାନି ପ୍ରଶାସନ ସୋମବାରଠାରୁ ୧୫ତାରିଖ ପର୍ଯ୍ୟନ୍ତ...

ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଢେଙ୍କାନାଳ ଅଫିସ୍‌,୩।୧୦: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବରପଦାଠାରେ ଏସବିଆଇ ଏଟିଏମରୁ ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ଏଟିଏମ୍‌ରେ...

୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୯ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ବ୍ଲକର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁରଠାରେ ଜଣେ ଯୁବକଙ୍କୁ...

କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର

ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ...

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି...

Advertisement
Archives

Model This Week