ଫନୀ ମାଡ଼ରେ ଦୋହଲିଗଲା ବିଦ୍ୟୁତ୍‌ ଭିତ୍ତିଭୂମି; ଖାମଖିଆଲ ଓପିଟିସିଏଲ୍‌: ୧୫କୋଟି ବରବାଦ

ଭୁବନେଶ୍ୱର,୪-୯: ଗତ ମେ’ ୩ରେ ପୁରୀ ଉପକୂଳ ଛୁଇଁଥିବା ବାତ୍ୟା ‘ଫନୀ’ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ବ୍ୟାପକ କ୍ଷତି କରିଥିଲା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ୍‌ ଭିତ୍ତିଭୂମି। ହଜାର ହଜାର ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଥିବାବେଳେ ମୁଖ୍ୟଗ୍ରୀଡ଼କୁ ସଂଯୋଗ କରୁଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବଡ଼ ବଡ଼ ବିଦ୍ୟୁତ୍‌ ଟାଓ୍ବାର ଚୂର୍‌ମାର ହୋଇଯାଇଥିଲା। ମୋଟାମୋଟି କହିବାକୁ ଗଲେ ପୁରୀ, କଟକ, ଖୋର୍ଦ୍ଧା ଜିଲାର ବିଦ୍ୟୁତ୍‌ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁ ଜିଲାବାସୀଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଲା ବୋଲି ଶକ୍ତି ବିଭାଗର କେତେକ ପୂର୍ବତନ ଯନ୍ତ୍ରୀ ମତ ଦେଇଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ୪୦ ବର୍ଷର ପୁରୁଣା ଟାଓ୍ବାର ଛିଡ଼ା ହୋଇଥିବାବେଳେ ମାତ୍ର ୪ ବର୍ଷ ପୂର୍ବରୁ ନିର୍ମିତ ୭୦ଟି ବଡ଼ ଟାଓ୍ବାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଊର୍ଦ୍ଧ୍ୱ ହେବ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରେ ଅନୁଷ୍ଠିତ ଶ୍ରୀଜୀଉଙ୍କ ନବକଳେବରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ପାଣ୍ଡିଆବିଲ ପାଓ୍ବାର ଗ୍ରୀଡ଼ ଷ୍ଟେଶନରୁ ପୁରୀ ସମଗରା ଷ୍ଟେଶନକୁ ୨୨୦ କେଭି ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଲକ୍ଷ୍ୟ ଥିଲା ପୁରୀ ସହର ସମେତ ସମ୍ପୂର୍ଣ୍ଣ ଜିଲାକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ। ଓଡିଶା ପାଓ୍ବାର ଟାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ) ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ଏଥିପାଇଁ ପ୍ରତି କିଲୋମିଟରକୁ ୫୩ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା। ଟେଣ୍ଡର ଜରିଆରେ ଏକ ଘରୋଇ କମ୍ପାନୀକୁ ଟାଓ୍ବାର ବସାଇବା ଦାୟିତ୍ୱ ଦିଆଯାଇଥିଲା। ତେବେ ସେହି କମ୍ପାନୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ନ କରି ପାରିବାରୁ ଓପିଟିସିଏଲ୍‌ ଏହାର କାର୍ଯ୍ୟ ନିଜ ହାତକୁ ନେଇଥିଲା। ଗତ ବାତ୍ୟାରେ ଖୋର୍ଦ୍ଧାରୁ ପୁରୀ ମଧ୍ୟରେ ୪୮ଟି ଟାଓ୍ବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୨୨ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ସେହି ସମଗରାରୁ ପୁରୀ ଯାଇଥିବା ୧୩୨ କେଭି ପୁରୁଣା ଟାଓ୍ବାରଗୁଡ଼ିକର ବିଶେଷ କ୍ଷତି ହୋଇନାହିଁ। ସେହିପରି ନିମାପଡ଼ାରୁ ପୁରୀ ଯାଇଥିବା ୪୦ ବର୍ଷର୧୨ ରୁ ୧୪ଟି ଟାଓ୍ବାର ଆଂଶିକ କ୍ଷତି ହୋଇଛି। ତେବେ ଏହି ନୂତନ ଟାଓ୍ବାର କାହିଁକି ଭାଙ୍ଗିଲା ସେ ନେଇ ପ୍ରଶ୍ନ ଉଠିଛି।
ଅଧିକାଂଶ ସମୟରେ ବାତ୍ୟା ଯୋଗୁ ବିଦ୍ୟୁତ୍‌ ଭିତ୍ତିଭୂମିର ବ୍ୟାପକ କ୍ଷତି ହେଉଛି। ୨୦୧୩ ଫାଇଲିନ ବାତ୍ୟାରେ ଗଞ୍ଜାମ ଓ ଗଜପତି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ବିଦ୍ୟୁତ୍‌ ଟାଓ୍ବାର ନଷ୍ଟ ହୋଇଥିଲା। ରେଳ ବିଭାଗର ବିଦ୍ୟୁତ୍‌ ଖୁଣ୍ଟ କିଛି ହୋଇ ନ ଥିବାବେଳେ ଟାଓ୍ବାରଗୁଡିକ କାହିଁକି କ୍ଷତିଗ୍ରସ୍ତ ହେଲା ସେ ନେଇ ତତ୍‌କାଳୀନ ଶକ୍ତି ସଚିବ ପ୍ରଦୀପ ଜେନା ତଦନ୍ତ କରାଇଥିଲେ। ଅଭିଜ୍ଞ ଯନ୍ତ୍ରୀମାନଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ ହୋଇଥିଲା । ଏହି କମିଟି ପରବର୍ତ୍ତୀ ସମୟରେ ଟାଓ୍ବାର ନିର୍ମାଣ ପାଇଁ କେତେକ ପରାମର୍ଶ ଦେଇଥିଲା। ଟାଓ୍ବାର ଭିତ୍ତିଭୂମିକୁ ମଜଭୁତ କରିବା ସହ ୧୭୦ରୁ ୨୭୦ କିମି ପର୍ଯ୍ୟନ୍ତ ପବନ ମାଡ଼କୁ ଯେପରି ଏହା ସମ୍ଭାଳିପାରିବ ସେ ନେଇ କମିଟି ଶକ୍ତି ବିଭାଗକୁ ସୁପାରିସ କରିଥିଲା। ଟାଓ୍ବାରଗୁଡିକ ଦ୍ୱିତୀୟ ଶ୍ରେଣୀର ଲୁହାରେ ନିର୍ମାଣ ହେବ ନାହିଁ। ମୂଳଦୂଆକୁ ଅତ୍ୟନ୍ତ ସୁଦୃଢ କରାଯିବ। ହେଲେ ଏହି ସୁପାରିସକୁ ଅଣଦେଖା କରି ଓପିଟିସିଏଲ କର୍ତ୍ତୃପକ୍ଷ ନବକଳେବର ପାଇଁ ନିର୍ମାଣ କରାଯାଉଥିବା ନୂତନ ଟାଓ୍ବାରଗୁଡ଼ିକର ଗୁଣବତ୍ତାକୁ ସମ୍ପୂର୍ଣ୍ଣ ଅଣଦେଖା କଲେ। ଏହି କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ବିଦା କରିବା ପରେ ଓପିଟିସିଏଲ୍‌ ‘ଟର୍ନ କୀ ବେସିସ୍‌’ରେ ଏକ ଘରୋଇ ଠିକାଦାର ଜରିଆରେ ଟାଓ୍ବାର ସାମଗ୍ରୀ ରାୟପୁରରୁ ମଗାଇଥିଲେ। ତେବେ ଏହାର ଗୁଣବତ୍ତାକୁ ଓପିଟିସିଏଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେ ନାହିଁ। ଏହାର ମାନ ଯାଞ୍ଚ କରାଗଲା ନାହିଁ। ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ୍‌ ଭିିତ୍ତିଭୂମି ନିର୍ମାଣ କରୁଥିବା ଓପିଟିସିଏଲ୍‌ରେ ମାନ ନିର୍ଦ୍ଧାରଣ ଉଇଙ୍ଗ କିମ୍ବା ଡିଜାଇନ ୟୁନିଟ ନାହିଁ। ଠିକାଦାର ଉପରେ ଟାଓ୍ବାର ଡିଜାଇନ ଓ ନିର୍ମାଣ ସାମଗ୍ରୀ ଯୋଗାଣ ଦାୟିତ୍ୱ ସମ୍ପୂର୍ଣ୍ଣ ଛାଡି ଦିଆଯାଉଛି। ଏଥିଯୋଗୁ ଏହି କାର୍ଯ୍ୟରେ ବ୍ୟାପକ ହେର୍‌ଫେର ହୋଇଥିବା ସ୍ପଷ୍ଟ ବାରି ହେଉଛି। ଓପିଟିସିଏଲ ତତ୍‌କାଳୀନ ସିଏମ୍‌ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଓପିଟିସିଏଲରେ ପୁଳାପୁଳା ଯନ୍ତ୍ରୀ ଥାଇ ମଧ୍ୟ ଏଭଳି ନିମ୍ନମାନର କାର୍ଯ୍ୟ କାହାର ସ୍ବାର୍ଥରେ ହୋଇଛି ସେ ନେଇ ଏବେ ପ୍ରଶ୍ନ ଉଠିଛି। ଘର ବୁଡି ଗଲା ପରେ ବୁଦ୍ଧି ଦିଶିବା ଭଳି ପ୍ରାୟ ୧୫ କୋଟି ଟଙ୍କାର ଟାଓ୍ବାର ନଷ୍ଟ ହେବାପରେ ଓପିଟିସିଏଲ କର୍ତ୍ତୃପକ୍ଷ ଟାଓ୍ବାର ମାନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଟାଓ୍ବାର ଯୋଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓପିଟିସିଏଲ ଅଣ୍ଟା ଭିଡୁଛି। ଓପିଟିସିଏଲ ନିର୍ଦ୍ଦେଶକ(ପ୍ରକଳ୍ପ) ଆର. ଆର. ପଣ୍ଡା କହିଛନ୍ତି ଯେ ଟାଓ୍ବାର ଗୁଣବତ୍ତା ପରୀକ୍ଷା କରିବାକୁ ଲାବୋରେଟୋରିକୁ ପଠାଯାଇଛି। ପବନର ବେଗ ଅଧିକ ହେବା ଓ ଘୂର୍ଣ୍ଣିଝଡ଼ ଯୋଗୁ ଟାଓ୍ବାରଗୁଡ଼ିକ ମୋଡି ହୋଇଯାଇଥିଲା। ତେବେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ। କେବଳ ନୂଆ ନୁହେଁ ଅନ୍ୟ ଟାଓ୍ବାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

(ଅନିଲ ଦାସ)


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri