Posted inରାଜ୍ୟ

ଫନୀ ଘରଭଙ୍ଗା କ୍ଷୟକ୍ଷତି ଆକଳନ: ତାଲିକା ପ୍ରସ୍ତୁତିରେ ତ୍ରୁଟି, ଦୁର୍ନୀତି ଅଭିଯୋଗ

କୃଷ୍ଣପ୍ରସାଦ,୨୭ା୬(ଡି.ଏନ୍‌.ଏ.): ଫନୀ ବାତ୍ୟା ଦ୍ୱାରା ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଅନେକ କ୍ଷୟକ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ଘରଭଙ୍ଗା ସହାୟତା ରାଶିକୁ ସ୍ବଚ୍ଛ ଏବଂ ସର୍ବ ଜନଗୋଚର କରିବା ନିମନ୍ତେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ତାଲିକା ଝୁଲାଇ ଦିଆଯାଇଛି। ତେବେ ଏହି ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛାତ ଘର ଥିବା ପରିବାରକୁ ସହାୟତା ରାଶି ପ୍ରଦାନ କରିବା ନିୟମ ନ ଥିବା ବେଳେ ସେମାନଙ୍କ ନାମ ଉକ୍ତ ତାଲିକାରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ଯେଉଁ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ଗୃହ ଭାଙ୍ଗିଯାଇଛି ସେମାନଙ୍କ ନାମ ଆଂଶିକ ଘରଭଙ୍ଗା ତାଲିକାରେ ରହିଛି। ଆଂଶିକ ଗୃହ ଭାଙ୍ଗିଥିବା ପରିବାରର ସମ୍ପୂର୍ଣ୍ଣ ଘରଭଙ୍ଗା ସହାୟତା ରାଶି ପ୍ରାପ୍ତ ତାଲିକାରେ ନାମ ରହିଛି। ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏହି ତାଲିକାରେ ଏଭଳି ବିପରୀତ ଓ ତ୍ରୁଟିପୂର୍ଣ୍ଣ ଭାବେ ସହାୟତା ରାଶି ପ୍ରଦାନ ଆଦି ସୂଚନାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମାଲୁଦ କରଣ ସାହିର କୌଣସି ହିତାଧିକାରୀଙ୍କ ନାମ ମଧ୍ୟ ତାଲିକାରେ ନ ଥିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଯେଉଁ କର୍ମଚାରୀମାନେ କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରିଛନ୍ତି ସେମାନେ ଲାଞ୍ଚ ନେଇ ଜାଣିଶୁଣି ଏଭଳି ତ୍ରୁଟି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଇପିଙ୍ଗ ଗ୍ରାମର ପୁରୁଷୋତ୍ତମ କରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଆଂଶିକ ଘରଭଙ୍ଗା ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ଉଲ୍ଲେଖ କରି ତାଙ୍କୁ ମାତ୍ର ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଭଳି ପ୍ରଶାସନିକ ତ୍ରୁଟି ଯୋଗୁ ପୁରୁଷୋତ୍ତମ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୌଣସି ହିତାଧିକାରୀଙ୍କ ନାମ ପ୍ରକାଶ କରି ନ ଥିଲେ ମଧ୍ୟ ଆଂଶିକ ଘର ଭାଙ୍ଗିଥିବା ଅନ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ମିଳିଥିବା ସେ କହିଛନ୍ତି।
ଏଭଳି ତ୍ରୁଟିପୂର୍ଣ୍ଣ ତାଲିକା ରଦ୍ଦ ସହ ସ୍ବଚ୍ଛତାପୂର୍ବକ ତଦନ୍ତ କରି ସହାୟତା ରାଶି ପ୍ରଦାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଯେଉଁ କର୍ମଚାରୀମାନେ ଲାଞ୍ଚ ନେଇ ଜାଣିଶୁଣି ହିତାଧିକାରୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚତ୍ତ କରିଛନ୍ତି ଓ ସହାୟତା ରାଶି ହରିଲୁଟ୍‌ କରିଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଭିନ୍ନ ମହଲରେ ଦାବି ହୋଇଛି।
କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝିଙ୍କୁ ଏ ନେଇ ପଚାରିବାରୁ ସେ କହିଥିଲେ, ଆମେ ସ୍ବଚ୍ଛତା ଆଣିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ନାମ ତାଲିକା ଝୁଲାଇଦେଇଛୁ। ଯଦି ତ୍ରୁଟିଯୁକ୍ତ ଭାବେ ଏଥିରୁ କିଛି ହିତାଧିକାରୀଙ୍କ ନାମ ବାଦ ପଡ଼ିଛି କିମ୍ବା ଉଲ୍ଲେଖ ରହିଛି ତେବେ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ପାଇଁ ଜୀବନ ବିପଦ

ମହାକାଳପଡ଼ା,୨୩।୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ଲୁଣା, ପାଇକା, ଗୋବରୀ ଆଦି ନଦୀ ରହିଛି। ଗଭୀର ନଦୀରେ ବୁଡି ଶ୍ରମିକମାନେ ପେଟ ପାଟଣା...

ମରୁଛନ୍ତି ପୁରୁଷ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଓଡ଼ିଶାରେ ୧୯ ଜିଲାରୁ ଆଉ ୨୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି। ସେପଟେ...

କରୋନା ମୁକାବିଲା: ବୁଧବାରଠୁ ନୂଆ ହେଳ୍ପଲାଇନ ନମ୍ବର-୧୪୪୧୦, ଡାକ୍ତରଙ୍କଠାରୁ ପରାମର୍ଶ ନେବେ ରାଜ୍ୟବାସୀ

ଭୁବନେଶ୍ୱର, ୭।୪(ବ୍ୟୁରୋ)- ରାଜ୍ୟ ସରକାର କୋଭିଡ୍‌-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର...

ରାଜ୍ୟରେ ଦୁଗ୍ଧ, ମାଂସ, ଅଣ୍ଡା ଉତ୍ପାଦନ ବଢ଼ିଛି

ଭୁବନେଶ୍ୱର, ୧।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବଢ଼ିଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ୍‌ ଟନ୍‌...

କଟକରେ କାୟା ମେଲାଉଛି କରୋନା: ଆଜି ୧୪୩ ଆକ୍ରାନ୍ତ ଚିହ୍ନଟ

କଟକ,୫।୮(ବ୍ୟୁରୋ)-କଟକରେ କାୟା ମେଲାଉଛି କରୋନା। ସହରରେ ବୁଧବାର ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ କେବଳ...

ରାଜ୍ୟରେ ୨୩୩୧ ଏନ୍‌ସେଫାଲାଇଟିସ୍‌ ରୋଗୀ: ୧୬ ମାସରେ ୧୧ ଜୀବନ ହାନି

କଟକ ଅଫିସ, ୧୮।୬: ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରମ (ଏଇଏସ୍‌) ବା ମସ୍ତିଷ୍କ ତୀବ୍ର ପ୍ରଦାହ ରୋଗ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଲାଣି। ୨୦୧୮ ଜାନୁୟାରୀ...

କେନ୍ଦ୍ରକୁ ଓଡ଼ିଶାର ଚିଠି

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ଅନୁପାତରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତ ଟିକା...

ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା...

Advertisement
Archives

Model This Week